ସରଗିତଳିଆ ଅଞ୍ଚଳରେ ଅପପୁଷ୍ଟି

ଯୋଡ଼ା,୯ା୪(ଡି.ଏନ୍‌.ଏ): ଓଡ଼ିଶାର ରତ୍ନଗର୍ଭା ଜିଲା କେନ୍ଦୁଝରର ଯୋଡ଼ା ପୌରପାଳିକା ୧୩ ନଂ. ୱାର୍ଡ ଅଧୀନ ସରଗିତଳିଆ ଅଞ୍ଚଳବାସୀ ଦାରିଦ୍ର୍ୟର କଷାଘାତରେ ପେଷି ହେଉଛନ୍ତି। ଖଣିଖାଦାନ ଘେରା ଅଞ୍ଚଳବାସୀ କାମ ଅଭାବରୁ ଅସହାୟ ଅବସ୍ଥାରେ କାଳତିପାତ କରୁଛନ୍ତି। ଖାଦ୍ୟ ଅଭାବରୁ ମହୁଲ ସିଝା, ତେନ୍ତୁଳିମଞ୍ଜି ଛେଚା ଓ ଜଙ୍ଗଲ ଜାତ ଦ୍ରବ୍ୟକୁ ଆହାର ଭାବେ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। ଆବଶ୍ୟକ ଖାଦ୍ୟ ଓ ସ୍ବାସ୍ଥ୍ୟସେବା ନ ପାଇ ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି।
ଭୌଗୋଳିକ ଦୃଷ୍ଟିକୋଣରୁ ସରଗିତଳିଆର ଚତୁର୍ଦିଗରେ ଖଣି ରହିଛି। ଆୟତନ ଅନୁସାରେ ପୌରପାଳିକାର ଏହି ୱାର୍ଡଟି ବୃହତ୍‌ ହୋଇଥିବା ବେଳେ ସରଗିତଳିଆର ସୁରିସାହି, ଲତାରସାହି ଓ ଚିତାନସାହିରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଭୋଟର ତାଲିକା ଅନୁଯାୟୀ ଏଠାରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି। ଅଞ୍ଚଳରେ ଖଣି, ରେଳସାଇଡିଂ, ପରିବହନ କାର୍ଯ୍ୟ ହେଉଥିଲେ ହେଁ ଏଠାକାର ଲୋକ ରୋଜଗାର ପାଉନାହାନ୍ତି। ପ୍ରାୟତଃ ଜଙ୍ଗଲରୁ କାଠ, ଦାନ୍ତକାଠି, ଶାଳପତ୍ର, କେନ୍ଦୁ, ଚାହଁାର, ଆମ୍ବ, କୋଳି ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ସରକାରୀ ଯୋଜନାରେ ମିଳୁଥିବା ଚାଉଳ ନିଅଣ୍ଟ ହେଉଥିବାରୁ ମହୁଲ ସିଝା, ତେନ୍ତୁଳି ମଞ୍ଜି, ଜଙ୍ଗଲର ପିତାଳୁ, ଶିଆଳି ମଞ୍ଜି, କୁରକୁଟି (କାଇଜନ୍ଦା) ଆଦି ଆହାର ଭାବେ ଖାଉଥିବା ସ୍ଥାନୀୟ ବାସିନ୍ଦା ସୋନୁ ମୁଣ୍ଡା, ତମ୍ବା ମୁଣ୍ଡା ଓ ଗୁରୁଚରଣ ମୁଣ୍ଡା କହିଛନ୍ତି। ପୁଷ୍ଟିକର ଖାଦ୍ୟ ଅଭାବରୁ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। କୈଳାଶ ମୁଣ୍ଡା କହିଛନ୍ତି, ଖାଦ୍ୟ ଅଭାବରୁ ଦୁର୍ବଳତା ଏବଂ ପରେ ରକ୍ତହୀନତା ଯୋଗୁ ତାଙ୍କ ୩ ବର୍ଷର ଶିଶୁକନ୍ୟା ସାଳିନୀ ମୁଣ୍ଡା ରୋଗଗ୍ରସ୍ତ ହୋଇଥିଲେ। ପ୍ରଥମେ ଯୋଡ଼ା ଟାଟା ଡାକ୍ତରଖାନା ପରେ କେନ୍ଦୁଝର ଓ କଟକ ଶିଶୁଭବନକୁ ସ୍ଥାନାନ୍ତର ହୋଇଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କଟକରେ ଡିଏମ୍‌ଏଫ୍‌ ଜରିଆରେ ତାଙ୍କୁ ପ୍ରତିଦିନ ୨୦୦ ଟଙ୍କା ଖର୍ଚ୍ଚ ବାବଦକୁ ମିଳୁଥିବା କହିଥିଲେ। ବୃଦ୍ଧା ସୁଦୁରା ମୁଣ୍ଡା କହିଥିଲେ, ପୁଅର ମୃତ୍ୟୁ ପରେ ୩ ନାତୁଣୀ ଓ ନାତିଙ୍କ ଭରଣପୋଷଣ ଦାୟିତ୍ୱ ତାଙ୍କ ଉପରେ। ସରକାରୀ ଚାଉଳ ନିଅଣ୍ଟ ହେଉଥିବାରୁ ଛୁଆ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ସେହିପରି ଅଞ୍ଚଳର ଜୁଲୁ ମୁଣ୍ଡା, ସୁଦନ ମୁଣ୍ଡା, ସୋନୁ ମୁଣ୍ଡା କହିଛନ୍ତି, ଖାଦ୍ୟ ଅଭାବରୁ ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଶିଶୁ ଦୁର୍ବଳ ହୋଇ ରୋଗଗ୍ରସ୍ତ ହୋଇଯାଇଛନ୍ତି। ପ୍ରାୟ ୩ କି.ମି. ଦୂର ଖୁଣ୍ଟପାଣିରେ ଅଙ୍ଗନୱାଡ଼ି କେନ୍ଦ୍ର୍ର ରହିଛି। ଏଣୁ ଶିଶୁମାନେ ଚିକିତ୍ସାରୁ ବଞ୍ଚତ୍ତ ରହୁଛନ୍ତି। ସ୍କୁଲ ଥାଇ ମଧ୍ୟ ସୁବିଧା ନ ଥିବାରୁ ପାଠରେ ଡୋରି ବନ୍ଧା ହୋଇଛି। ନିକଟରେ ବୈତରଣୀ ନଦୀ ଥାଇ ମଧ୍ୟ ସ୍ବଚ୍ଛ ପାନୀୟଜଳ ମିଳୁନାହିଁ, ନଳକୂପ ଅଚଳ ହୋଇପଡ଼ିଛି। ହାତୀଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟା ବିଦ୍ୟୁତ୍‌ କାଟ କରାଯାଉଛି ବୋଲି କହିଥିଲେ।
ସ୍ଥାନୀୟ ସାମାଜିକ କର୍ମୀ ଚର୍ଚ୍ଚିଲ ମହାକୁଡ଼ ନିଜ ଖର୍ଚ୍ଚରେ ଏକ କୂଅକୁ ପୁନରୁଦ୍ଧାର କରି ଜଳ ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି। ଟାଟାଷ୍ଟିଲ ପକ୍ଷରୁ ମୋଟର ପମ୍ପ ବ୍ୟବସ୍ଥା କରାଯାଇଥିଲେ ହେଁ ବିଦ୍ୟୁତର ଅନିଶ୍ଚିତତା ଯୋଗୁ ଜଳ ସଂକଟ ସୃଷ୍ଟି ହୋଇଛି। ୨୦୧୨ ପୌରପାଳିକା ଦ୍ୱାରା ବୈତରଣୀ ନଦୀ କୂଳରେ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏକ ପାର୍କ ନିର୍ମାଣ କରାଯାଇଥିଲା। ମାତ୍ର ବନ ବିଭାଗ ଓ ପୌରପାଳିକାର ସମନ୍ବୟ ଅଭାବରୁ ଏହା ଅଧା ପନ୍ତରିଆ ହୋଇ ପଡ଼ିରହିଛି। ଯୋଡ଼ା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ। ଅନ୍ୟପକ୍ଷେ ଶନିବାର ଯୋଡ଼ା ବ୍ଲକ ଗୁଡ଼ାସାହିଠାରେ ଜିଲା ଡାକ୍ତରୀ ଟିମ ଯାଞ୍ଚ କରି ୨ ଜଣ ପୁଷ୍ଟିହୀନ ଶିଶୁଙ୍କୁ ବଡ଼ବିଲଠାରେ ଥିବା ଏନ୍‌ଆରସି (ନିୟୁଟ୍ରିସନ ରିହାବିଲିଟେସନ) ସେଣ୍ଟରକୁ ପଠାଇଛନ୍ତି। ସାହିରେ ଗତ ବୁଧବାର ଓ ଶୁକ୍ରବାର ମୃତ୍ୟୁ ଘଟିଥିବା ଦୁଇ ଶିଶୁଙ୍କର ଆପପୁଷ୍ଟିରେ ମୃତ୍ୟୁ ହୋଇନାହିଁ। ତାଙ୍କର ମୃତ୍ୟୁ ନିମୋନିଆ ଓ ଯକ୍ଷ୍ମା ହେତୁ ହୋଇଛି ବୋଲି ବଡ଼କାଳୀମାଟି ଡାକ୍ତର ରମଣୀ ରଞ୍ଜନ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?