ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ ଲାଗିଛି। ଜଳବାୟୁର ପରିବର୍ତ୍ତନ ଲାଗି ପ୍ରକୃତି ଦେଇଥିବା ଅନେକଉ ପାଦାନ ଆପେ ଆପେ ହଜିବାରେ ଲାଗିଛି । ଏହା ସହ  ବର୍ଷା, ଗ୍ରୀଷ୍ମ ଓ ଶୀତରେ ମଧ୍ୟ  ଅନିୟମିତତା ଦେଖାଯାଇଛ।
ପ୍ରକାଶ ଯେ,  ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପ୍ରକୃତି ଅନେକ ଳିଛି ଦେଇଛି। ସ୍ବଚ୍ଛ ପରିବେଶ ସହ ଏହାର ଭୌଗଳିକ ସ୍ଥିତି ନିଆରା। ଛରିଆଡେ ପାହାଡ଼ ଘେରା ଜଙ୍ଗଲ ଆଉ ଜଙ୍ଗଲ ମଧ୍ୟରେ କୁଳୁ କୁଳୁ ଶବ୍ଦରେ ନଦୀ, ନାଳ ବୋହିଯାଉଛି। ଜଙ୍ଗଲରେ ଭଳିକି ଭଳି ବୃକ୍ଷ ଲତା ରହିଛି। ସେଥି ମଧ୍ୟରେ ଶହ ଶହ ଔଷଧୀୟ ବୃକ୍ଷ ମଧ୍ୟ ରହିଛି । ତେବେ ଏହି ସବୁ ଜଙ୍ଗଲ ମଧ୍ୟରେ ଶହଶହ ଉଇ ହୁଙ୍କା ରହିଥାଏ କିନ୍ତୁ ଧୀରେଧୀରେ ଜଙ୍ଗଲ ନଷ୍ଟ ହେବା ସହ ଏଇ ଉଇ ହୁଙ୍କାର ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଉଇ ହୁଙ୍କାର ଗୁରୁତ୍ୱ ଜଳବାୟୁ ଓ ପ୍ରକୃତି ସହ ନିବିଡ଼ ସମ୍ପର୍କ ରହିଛି। କୁହାଯାଏ ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ ଏହି ଉଇ ହୁଙ୍କା ଅନେକ ସାହାଯ୍ୟ କରିଥାଏ। ଉଇ କୁହାଯାଉଥିବା ଏହି କ୍ଷୁଦ୍ର ଜୀବର ଲାଳ, ମାଟି ଓ ଜୈବ ପଦାର୍ଥର ମିଶ୍ରଣରେ ଏହି ହୁଙ୍କା ପ୍ରସ୍ତୁତ କରିଥାନ୍ତି। ଉକ୍ତ ଜୀବମାନେ ସେମାନଙ୍କ ରହଣିରେ ସୁରକ୍ଷିତ ରହିବା ସହ ଅତ୍ୟନ୍ତ ଦୃଢ଼ ଏବଂ ଦୀର୍ଘସ୍ଥାୟୀ, ପ୍ରାୟତଃ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚତାର ଏହି ହୁଙ୍କାକୁ ସହଜରେ ଉକ୍ତ ଜୀବ ମାନେ ପ୍ରସ୍ତୁତ କରିଥାନ୍ତି। ଉଇ ହୁଙ୍କା ଗୁଡ଼ିକ ଆଭ୍ୟନ୍ତରୀଣ ତାପମାତ୍ରା ଏବଂ ଆର୍ଦ୍ରତା ସ୍ତରକୁ କ୍ଷତି ନ ପହଞ୍ଚାଇ ଭୂତଳ ବସାଗୁଡ଼ିକର ବାୟୁଚଳନ ପାଇଁ ଯଥେଷ୍ଟ ଛିଦ୍ରଯୁକ୍ତ ରହିଥାଏ। ଯଦି କହିବା ଉଇ ହୁଙ୍କାର ପରିବେଶଗତ ଭୂମିକା ସାଧାରଣତଃ ଭୂତଳ ଉଇଙ୍କ ଦ୍ୱାରା ନିର୍ମିତ ହୋଇଥାଏ, ଯାହା ପରିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେମାନେ ନଷ୍ଟ ହୋଇଥିବା କାଠ ଏବଂ ଉଦ୍ଭିଦ ପଦାର୍ଥକୁ ଭାଙ୍ଗି ମାଟିକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଫେରାଇ ଆଣନ୍ତି। ସେମାନଙ୍କର କାର୍ଯ୍ୟକଳାପ ମାଟିକୁ ବାୟୁଚାଳିତ କରିବାରେ ମଧ୍ୟ ସାହାଯ୍ୟ କରେ, ସୂଚାଇ ଦିଏ ଯେ, ଉଇମିଟ ପାହାଡ଼ ପ୍ରାକୃତିକ ଜଳବିଜ୍ଞାନ ସୂଚକ ଭାବରେ କାର୍ଯ୍ୟ କରିପାରିବ, କରିବାରେ ସାହାଯ୍ୟ କରିବ।

Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା…

ଓଡ଼ିଶା ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ,୩।୮(ପ୍ରଭୁକଲ୍ୟାଣ ପାଲ୍): ଏମକେସିଜି ମେଡିକାଲ କଲେଜର ପିଜି ଶେଷ ବର୍ଷ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏହି ମାମାଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର…

ମଦ ଦୋକାନର ହବ୍‌ ପାଲଟିଛି ଭଟଲି ଛକ, ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି । ଲୁଚାଛପା ଚାଲିଥିବା ଏହି କାରବାର ଉପରେ ବିଭିନ୍ନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି…

ନାଳ ସୁଅରେ ଭାସି ଚାଲିଗଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବି ତେଜିଲା

ବାସୁଦେବପୁର,୩।୮(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତ ଦୁବ ନାଳରୁ ସୋମବାର ଜଣେ ଚାଷଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ…

ଲିଭର ଖରାପ ହେବାର ଦଶ ଦିନ ପୂର୍ବରୁ ଦେଖାଦିଏ ଏହି ଲକ୍ଷଣ…

ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ। ହେପାଟାଇଟିସ୍‌କୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ…

ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍…

ବିଶ୍ୱ କମର୍ସ ଦିବସ, ବାଣିଜ୍ୟ ଶିକ୍ଷା ଯୁବପିଢ଼ିଙ୍କ ପାଇଁ ଖୋଲୁଛି ନୂଆ ସୁଯୋଗ

ଭଞ୍ଜନଗର,୩ା୮(ବାବୁଲା ପ୍ରଧାନ): ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସୋମବାର ବିଶ୍ୱ କମର୍ସ ଦିବସ ପାଳିତ ହେଉଛି । ତେଣୁ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri