ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା…

ନୂଆଦିଲ୍ଲୀ, ୧୩।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ଦିନ ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ୬୨୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଛି।

ଇତିମଧ୍ୟରେ ଦେଶର ୨୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପି ୫,୪୮୮ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୬୭ ରହିଛି।

ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୨ ରେ ପହଞ୍ଚିଛି। ଦିଲ୍ଲୀରେ ୫୪୯, କେରଳରେ ୪୮୬, କର୍ନାଟକରେ ୪୭୯, ପଶ୍ଚିମବଙ୍ଗରେ ୨୯୪, ଉତ୍ତରପ୍ରଦେଶରେ ୨୭୫, ତେଲେଙ୍ଗାନାରେ ୨୬୦, ଗୁଜରାଟରେ ୨୩୬, ତାମିଲନାଡୁରେ ୧୮୫, ଓଡ଼ିଶାରେ ୧୬୯, ହରିୟାଣାରେ ୧୬୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶରେ ୬୧, ମେଘାଳୟ ୩୧, ପଞ୍ଜାବରେ ୨୭, ବିହାରରେ ୨୭, ଜମ୍ମୁ-କଶ୍ମୀରରେ ୨୩, ଗୋଆରେ ୨୧, ମଧ୍ୟପ୍ରଦେଶରେ ୧୦, ଆସାମରେ ୯, ଉତ୍ତରାଖଣ୍ଡରେ ୮, ଛତିଶଗଡ଼ରେ ୫, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ ନିକୋବରରେ ୩, ପୁଡୁଚେରୀରେ ୨, ଲଦାଖରେ ୨ ,ହିମାଚଳପ୍ରଦେଶରେ ୧ ଏବଂ ମଣିପୁରରେ ୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୨,୧୬୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୩,୩୨୬ ଜଣ ଚିକିତ୍ସିତ ହେଉଛନ୍ତି।

ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକେ ଘରେ ବନ୍ଦ ରହିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ମାମଲା ୧୬ ହଜାର ତଳେ…

ନୂଆଦିଲ୍ଲୀ, ୧୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ପଦ୍ମ ଧରିଲେ ଦ’ ଗ୍ରେଟ୍‌ ଖଲି

ନୂଆଦିଲ୍ଲୀ,୧୦।୨: ପଦ୍ମ ଧରିଲେ ଖ୍ୟାତନାମା ରେସଲର ତଥା ଡବ୍ଲ୍ୟୁଡବ୍ଲ୍ୟୁଇ ତାରକା ଦିଲ୍ଲୀପ ସିଂହ ରାଣା ଓରଫ ଦ ଗ୍ରେଟ୍‌ ଖଲି। ଭାଜପା ମୁଖ୍ୟାଳୟକୁ ଆସି ଗୁରୁବାର...

୮୭ ବର୍ଷରେ ପାଦ ଦେଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୮୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୨ ସେପ୍ଟେମ୍ବର ୨୬ରେ ପାକିସ୍ତାନର ଚକଓ୍ବାଲ ଜିଲାର ଘ ଗାଁରେ...

କରତାରପୁର କୋରିଡୋର ଖୋଲିବ ପାକିସ୍ତାନ

ଇସଲାମାବାଦ୍‌, ୩।୧୦: କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରତାରପୁର କୋରିଡୋର ଖୋଲିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ପାକିସ୍ତାନର ଧାର୍ମିକ ବ୍ୟାପାର...

ସମସ୍ତ ସରକାରୀ ସ୍କୁଲରେ ଶନିବାର ହେବ ନୋ ବ୍ୟାଗ୍‌ ଡେ’: ଗେହଲଟ

ଜୟପୁର,୨୦।୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କଥା...

୧୩ରେ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରୋଜଗାର ମେଳା’କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର ପ୍ରାୟ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର...

ଭାଙ୍ଗ୍‌ଡା ନାଚିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୩।୯: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନିଙ୍କୁ ଗୁରୁବାର କପୁରଥାଲାର ଇନ୍ଦ୍ର କୁମାର ଗୁଜରାଲ ପଞ୍ଜାବ ବୈଷୟିକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଥିଲା। ସେ ଏକ କାର୍ଯ୍ୟକ୍ରମ...

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୨୪।୪: ପୁଲୱାମାର ପାହୁ ଅଞ୍ଚଳରେ ରବିବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟ ଆତଙ୍କବାଦୀଙ୍କ...

Advertisement
Archives

Model This Week