ନୟାଗଡ଼ରେ ବଢୁନି ଶିଶୁକନ୍ୟାଙ୍କ ସଂଖ୍ୟା

ନୟାଗଡ଼ ଅଫିସ,୨୯।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଶିଶୁକନ୍ୟାଙ୍କ ସଂଖ୍ୟା ବଢ଼ୁନି । ୨୦୨୦ ସର୍ଭେକୁ ଅନୁଧ୍ୟାନ କଲେ ନୟାଗଡ଼ ଜିଲା ପୁଣି ରାଜ୍ୟରେ ୧ ନଂ. କୁ ଆସିଛି । ରାଜ୍ୟରେ ୧୦୦୦ ପୁଅରେ ୯୩୧ ଝିଅ ଜନ୍ମ ହୋଇଥିବାବେଳେ ନୟାଗଡ଼ରେ ୮୧୧ ଜନ୍ମ ହୋଇଛନ୍ତି । ଗତ ପ୍ରାୟ ୩ ବର୍ଷ ଭିତରେ ନୟାଗଡ଼, ଭାଡିକିଳା, ଓଡ଼ଗଁା ଓ ଗଣିଆ ପରି ଅଞ୍ଚଳରେ ଭ୍ରୁଣ ହତ୍ୟା ପରି ଖବର ପୁଣି ଜିଲାକୁ ବଦନାମ କରିଥିଲା । ଏଣୁ ନୟାଗଡ଼ ଜିଲାରେ ଭ୍ରୁଣହତ୍ୟା ଚାଲୁ ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ହେଲେ ସରକାରୀସ୍ତରରେ ଏହାକୁ ମାନିବାକୁ ସମସ୍ତେ ନାରାଜ ।
୨୦୧୫ରୁ ନୟାଗଡ଼ ଜିଲାରେ ବେଟି ବଚାଅ ବେଢ଼ି ପଢ଼ାଅ କାର୍ଯ୍ୟକ୍ରମ ଚାଲୁ ରହିଛି । ପୁଣି ପିସିପିଏନଡିଟି ଆଇନକୁ କଡାକଡ଼ି ପାଳନ କରିବାକୁ ଟ୍ୟାକ୍ସଫୋର୍ସ ରହିଛି । ସବୁ ସତ୍ତ୍ୱେ କାହିଁକି କନ୍ୟାଙ୍କ ସଂଖ୍ୟା କମି ଚାଲିଛି କେହି ଗୁରୁତ୍ୱ ଦେଉ ନାହାନ୍ତି । କନ୍ୟା ସଂଖ୍ୟା ନ ବଢ଼ିବା ଛୋଟିଆ ଘଟଣା ନୁହଁ ା ହେଲେ ଏ ଦିଗରେ କେହି ଗୁରୁତ୍ୱ ଦେଉ ନ ଥିବାରୁ ଜିଲା ପଛୁଆ ହୋଇ ଚାଲିଛି । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରିବା ଏବଂ ଟେକ୍ନୋଲୋଜିର ଅପବ୍ୟବହାର କରିବା ଦ୍ୱାରା ଲିଙ୍ଗ ଅନୁପାତ ହ୍ରାସ ହେବା, ସାମାଜିକ ବ୍ୟବସ୍ଥାକୁ ବିକୃତ କରିବା ପରି କାରଣ ଦିନକୁ ଦିନ ବଢ଼ି ଚାଲିଛି । ଏଣୁ ରାଜ୍ୟ ପରାମର୍ଶଦାତା କମିଟି ସୁପାରିସ କ୍ରମେ ସୂଚନାଦାତା ପ୍ରୋତ୍ସାହନ ଯୋଜନା ଲାଗୁ କରାଯାଇଛି ା ଏ ଯୋଜନାରେ କେଉଁଠି ଭ୍ରୁଣ ହତ୍ୟା ହେଉଛି ବା କରାଯିବାକୁ ଯୋଜନା କରାଯାଉଛି ସେନେଇ ସୂଚନା ଦେଲେ ସୂଚନାଦାତା ପ୍ରୋତ୍ସାହନ ରାଶି ପାଇବାର ରହିଛି । ସୂଚନାଦାତାଙ୍କ ବିବରଣୀ ଗୁପ୍ତ ରଖାଯିବ ା ଖବର ସତ୍ୟାସତ୍ୟ ହେଲେ ସୂଚନାଦାତାଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ତିନୋଟି କିସ୍ତିରେ ଦେବା ପାଇଁ ସରକାରଙ୍କ ତରଫରୁୁ ବ୍ୟବସ୍ଥା କରାଯାଇଛି ା ନୟାଗଡ଼ ଜିଲାରେ ଏ ସମ୍ପର୍କରେ ଅଭିଯୋଗ ପାଇଁ ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀ ମକରନ୍ଦ ବେଉରାଙ୍କ ମୋବାଇଲ ନମ୍ବର ୯୪୩୯୯୯୧୪୯୯ରେ ସୂଚନାଦାତା ସୂଚନା ଦେଇପାରିବେ ା ତେବେ ସୂଚନାଦାତା ପ୍ରୋତ୍ସାହନ ଯୋଜନା କ’ଣ ଏନେଇ ଜିଲାବାସୀ ଅବଗତ ନୁହନ୍ତି । ସ୍ବାସ୍ଥ୍ୟ ବିଭାଗ ଅଥବା ଜିଲା ପ୍ରଶାସନ ପକ୍ଷରୁ ଏନେଇ ସଚେତନତା ସୃଷ୍ଟି କରାଯାଉ ନ ଥିବାରୁ ଏପରି ଯୋଜନାରେ କେହି ସୂଚନା ଦେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?