ମାସ୍କ୍‌ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଜେରୁଜେଲମ୍‌,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗ ଦର୍ଶିକା ଜାରି କରାଯାଇଛି। ତେବେ କିଛି ଦିନ ପୂର୍ବରୁ ଇସ୍ରାଏଲ୍‌ ସରକାର ମାସ୍କ୍‌ ନ ପିନ୍ଧିବାକୁ ନିଦ୍ଦେର୍ଶ ଜାରି କରିଥିଲେ। ତେବେ କରୋନା ମହାମାରୀର ତୃତୀୟ ଲହର ଯୋଗୁ ଏବେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୨୫ ଛୁଇଁଛି। ସେହିପରି ମୃତକଙ୍କ ସଂଖ୍ୟା ୬ ହଜାର ୪୨୮ରେ ପହଞ୍ଚିଛି। ସରକାର ମାସ୍କ୍‌ ନ ପିନ୍ଧିବାକୁ ନିର୍ଦ୍ଦେଶ ଦେବାର ଏକ ସପ୍ତାହ ପରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍‌ ଦେଶବାସୀଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମାସ୍କ୍‌ ନ ପିନ୍ଧିବା ନିର୍ଦ୍ଦେଶ ଏକ ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି ଏବେ ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରୁଛନ୍ତି। ଏହାଯୋଗୁ ପୁଣି ଦେଶକୁ କରୋନା ଫେରିଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ସିଜେନ୍‌ ଯୋଗାଣରେ ବାଧା ଦେଲେ ଦିଆଯିବ ଲଟକାଇ : ହାଇକୋର୍ଟ…

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ପ୍ରତିଦିନ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ...

ରାଜଧାନୀରେ ଖୋଲିବ ସାପ୍ତାହିକ ବଜାର

ନୂଆଦିଲ୍ଲୀ,୮ ।୮: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ସପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିଛି । କରୋନା ଦ୍ୱିତୀୟ ଲହରର ପ୍ରକୋପକୁ ଦେଖି ସମସ୍ତ ଦୋକାନ ବଜାର...

ଭାଜପାର କରୋନା ଭ୍ୟାକ୍ସିନ ଉପରେ ଭରସା ନାହିଁଁ : ଅଖିଳେଶ

ଲକ୍ଷ୍ନୌ,୨ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର...

ନଦୀ କୂଳରେ ବଜ୍ରପାତ ନେଲା ୧୭ ଜୀବନ

ଢାକା, ୪ା୮: ବାଂଲାଦେଶର ଚପାଇନଓ୍ବାଗଞ୍ଜ ଜିଲାର ପଦ୍ମ ନଦୀକୂଳରେ ବୁଧବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ କନ୍ୟାପକ୍ଷ ଲୋକେ...

ସାବଧାନ, ପ୍ଲାଷ୍ଟିକ-ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହିଥାଏ ଓମିକ୍ରନ୍‌…

ନୂଆଦିଲ୍ଲୀ/ଟୋକିଓ, ୩୧।୧ : ଓମିକ୍ରନ ଭାରତ ସମେତ ସମଗ୍ର ବିଶ୍ୱରେ ତାଣ୍ଡବ ରଚିିଛି । ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ନୂତନ କରୋନାର ଆକ୍ରାନ୍ତଙ୍କୁ ଚିହ୍ନଟ...

ଜାପାନର ସମଲିଙ୍ଗୀଙ୍କ ପାଇଁ ଆଶାର କିରଣ, ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ କହିଲେ କୋର୍ଟ…

ଟୋକିଓ,୮।୬ : : ଜାପାନର ଏକ କୋର୍ଟ ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହା ଦ୍ୱାରା ଜାପାନର ଏଲଜିବିଟି ସମ୍ପ୍ରଦାୟ ମଧ୍ୟରେ...

ଜି ୭ର ଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌

କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...

କ୍ଷମା ମାଗିଲେ ଏଲନ ମସ୍କ

ନ୍ୟୁୟର୍କ,୧୪।୧୧: ଏଲନ ମସ୍କ ଟୁଇଟର୍‌ ନୂଆ ବସ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। ଏହାସହ ସେ ଟୁଇଟର୍‌କୁ ଅଧିକ...

Advertisement
Archives

Model This Week