ନିର୍ଣ୍ଣାୟକ ମୋଡ଼ରେ ଆଣବିକ ଚୁକ୍ତି

ଓ୍ବାଶିଂଟନ/ତେହରାନ,୨୫ା୮: ୨୦୧୫ ଇରାନ ଆଣବିକ ଚୁକ୍ତିର ପୁନଃ ପ୍ରଚଳନ ପାଇଁ ତେହରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଗକୁ ବଢ଼ିବା ନିମନ୍ତେ ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଷ୍ପତ୍ତି ନେଇପାରନ୍ତି। ତେବେ ଏହି ଐତିହାସିକ ଡିଲ୍‌କୁ ପୁଣି ଥରେ ପ୍ରତିଷ୍ଠିତ କରିବା ଲାଗି ଉଭୟ ପକ୍ଷ କୌଣସି ନିର୍ଣ୍ଣାୟକ ନିଷ୍କର୍ଷରେ ପହଞ୍ଚତ୍ପାରୁ ନ ଥିବାରୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଆମେରିକୀୟ ଅଧିକାରୀମାନଙ୍କ ମତରେ ୟୁରୋପୀୟ ଚିଠା ପ୍ରସ୍ତାବ ଉପରେ ଇରାନର ପ୍ରତିକ୍ରିୟାକୁ ସେମାନେ ଅପେକ୍ଷା କରିଛନ୍ତି, ଯାହାକି ବୁଧବାର ସୁଦ୍ଧା ଆସିଯିବ। ଏହା ପରେ ଆଉ ଏକ ପର୍ଯ୍ୟାୟରେ ବୈଷୟିକ ବିବରଣୀର ଆଦାନପ୍ରଦାନ କରାଯିବ। ଡିଲ୍‌ ଉପରେ ଅନୁଧ୍ୟାନ କରୁଥିବା ଯୁଗ୍ମ କମିଶନଙ୍କ ବୈଠକ ପରେ ଜଏଣ୍ଟ କମ୍ପ୍ରିହେନ୍ସିଭ୍‌ ପ୍ଲାନ୍‌ ଅଫ୍‌ ଆକ୍ସନ (ଜେସିପିଓଏ) ନାମରେ ପରିଚିତ ଇରାନ ଆଣବିକ ଚୁକ୍ତି ନୂଆ ରୂପରେ ଆସିବ। ଏହି କ୍ଷେତ୍ରରେ ବର୍ତ୍ତମାନ ତେହରାନ ଓ ଓ୍ବାଶିଂଟନ ନିକଟତର ହୋଇଛନ୍ତି।
ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚତ୍ଥିବା ସତ୍ତ୍ୱେ ଏହା ଆଗରେ ଅନେକ ପ୍ରତିବନ୍ଧକ ରହିଛି। ସବୁଠୁ ବଡ଼ କଥା ହେଉଛି ପୂର୍ବ ଡିଲ୍‌ ଫେରିଲେ ଇରାନକୁ ସଂଯମ ରହି ନିଜ ଆଣବିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ପଡ଼ିବ। ଏହା ବଦଳରେ ଇରାନ ଉପରେ ଲାଗିଥିବା କଟକଣାଗୁଡ଼ିକୁ ହଟାଇ ଦିଆଯିବ। ଏପରି କରାଗଲେ ଇରାନ ଦୈନିକ ୫୦ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ରପ୍ତାନି କରିପାରିବ। ଏଥିସକାଶେ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍ସ (ଆଇଆର୍‌ଜିସିପି)କୁ ଆମେରିକା ପରରାଷ୍ଟ୍ର ବିଭାଗ ନିଜ ବିଶ୍ୱ ଆତଙ୍କବାଦୀ ସଙ୍ଗଠନ ତାଲିକାରୁ ବାଦ୍‌ ଦେଉ ବୋଲି ଇରାନ ପୂର୍ବରୁ ଦାବି କରିଆସୁଥିଲା। ୟୁରୋପୀୟ ସଂଘ ମଧ୍ୟସ୍ଥତାରେ ଆମେରିକା ସହ ଇରାନର ଆଲୋଚନା ଆଗରେ ଏହାକୁ ମୁଖ୍ୟ ପ୍ରତିବନ୍ଧକ ବୋଲି ବିବେଚନା କରାଯାଉଥିବାବେଳେ ତେହରାନ ନିଜ ଦାବିରୁ ଓହରିଯାଇଛି। ହେଲେ ଇରାନର ୩ଟି ସ୍ଥାନରେ ୟୁରାନିୟମ୍‌ ଗଚ୍ଛିତ ରଖିବା ନେଇ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ତଦନ୍ତ ଓ ମିଥ୍ୟା ଦୋଷାରୋପ ବନ୍ଦ କରୁ ବୋଲି ତେହରାନ ପୂର୍ବ ଦାବିକୁ ଦୋହରାଇଛି। ସେପଟେ ପୂର୍ବ ଡିଲ୍‌ ଫେରାଇ ଆଣିବାରେ ଓ୍ବାଶିଂଟନରେ ବାଇଡେନ୍‌ ପ୍ରଶାସନକୁ ଉଭୟ ଶାସକ ଡେମୋକ୍ରାଟ୍‌ ଓ ବିରୋଧୀ ରିପବ୍ଲିକାନ୍‌ଙ୍କ ପକ୍ଷରୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ କଂଗ୍ରେସ ମତରେ ଏହି ଡିଲ୍‌ ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ବାଇଡେନ ପ୍ରଶାସନର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଦୁଇ ସପ୍ତାହ ତଳେ ଡିଲ୍‌କୁ ନେଇ ଥିବା ସ୍ଥିତିରେ ଏବେ ଅଗ୍ରଗତି ଆସିଛି। ତେବେ ବ୍ୟବଧାନ ପୂରଣ ହୋଇ ନ ଥିବାରୁ ଏହାର ପରିଣାମକୁ ନେଇ ସତର୍କତା ସହ କାର୍ଯ୍ୟ କରାଯାଉଛି। ଟ୍ରମ୍ପ୍‌ ପ୍ରଶାସନ ୨୦୧୮ରେ ଉକ୍ତ ଡିଲ୍‌ ରଦ୍ଦ କରିବା ପରେ ତେହରାନ ଉପରେ ଲଗାଇଥିବା କଟକଣା ନୂଆ ଡିଲ୍‌ ଯୋଗୁ ହଟିଯିବ। ଏପରି ହେଲେ ଇରାନ ପୂର୍ବ ଭଳି ଆଣିବିକ କାର୍ଯ୍ୟକ୍ରମ ଜାରି ରଖିପାରେ ବୋଲି ହ୍ବାଇଟ୍‌ ହାଉସ୍‌ର ସନ୍ଦେହ ଦୂର ହୋଇନାହିଁ। ପ୍ରକାଶ ଯେ, ଇରାନ ନିକଟରେ ବର୍ତ୍ତମାନ ୩,୮୦୦୦ କେ.ଜି. ୟୁରାନିୟମ ରହିଛି। ଆଣବିକ ଡିଲ୍‌ ପରେ ଏହି ପରିମାଣ ୩୦୦ କେ.ଜି.କୁ ଖସିଆସିବ। ଇରାନ କେତେ ମାତ୍ରାରେ ୟୁରାନିୟମ ଗଚ୍ଛିତ ରଖୁଛି ତାହା ଉପରେ ଅନ୍ତର୍ଜାତୀୟ ନିରୀକ୍ଷକ ଓ ସର୍ଭିଲାନ୍ସ କ୍ୟାମେରାର କଡ଼ା ନଜର ରହିବ। ତେହରାନ ଏହି ସର୍ତ୍ତକୁ ମାନିନେଇଥିବାବେଳେ ଆମେରିକା ଆଗରେ ଆଉ ଏକ ଦାବି କରିଛି। ତାହା ହେଲା ଟ୍ରମ୍ପ୍‌ ପ୍ରଶାସନ ଭଳି ଭବିଷ୍ୟତରେ କୌଣସି ରାଷ୍ଟ୍ରପତି ଆଣବିକ ଚୁକ୍ତିରୁ ଓହରିଯିବେ ନାହିଁ କି ଇରାନ ଉପରେ ନୂଆ କଟକଣା ଲଗାଇବେ ନାହିଁ। ଏନେଇ ଓ୍ବାଶିଂଟନ ନିଶ୍ଚିତ କରୁ ବୋଲି ତେହରାନ କରିଥିବା ଦାବି ସମ୍ପର୍କରେ ଓ୍ବାଶିଂଟନ ଗ୍ୟାରେଣ୍ଟି ଦେଇପାରୁ ନାହିଁ।

ଭାରତର ଲାଭ କ’ଣ

ଇରାନ-ଆମେରିକା ନ୍ୟୁକ୍ଲିୟର ଡିଲ୍‌ ଉପରେ ନୂଆଦିଲ୍ଲୀର ତୀକ୍ଷ୍ଣ ନଜର ରହିଛି। କାରଣ ଏହି ଚୁକ୍ତି ଦ୍ୱାରା ଭାରତ ମଧ୍ୟ ଲାଭାନ୍ବିତ ହେବ। ଭାରତ ନିଜ ଚାହିଦା ପୂରଣ ପାଇଁ ୮୦% କ୍ରୁଡ୍‌ ଅଏଲ୍‌ ବାହାରୁ ଆମଦାନୀ କରିଥାଏ। ପୂର୍ବରୁ ଏହାର ବଡ଼ଭାଗ ଇରାନରୁ ଆସୁଥିଲା। ଏଥିଲାଗି ୪୫% ଦେୟ ଟଙ୍କାରେ ପଇଠ କରୁଥିଲା। ଏବେ ବାହାରୁ ଆମଦାନୀ ହେଉଥିବା ଅଶୋଧିତ ତେଲ ପାଇଁ ନୂଆଦିଲ୍ଲୀ ଡଲାରରେ ଦେୟ ପଇଠ କରୁଛି। ଡିଲ୍‌ ପରେ ଇରାନ ଉପରୁ ତୈଳ ରପ୍ତାନି କଟକଣା ଉଠିଯିବ। ଫଳରେ ଭାରତ ତେହରାନକୁ ଟଙ୍କା ଦେଇ କ୍ରୁଡ୍‌ ଅଏଲ୍‌ କିଣିପାରିବ। ଡଲାରର ବିନିମୟ ମୂଲ୍ୟ ବଢ଼ିବାରେ ଲାଗିଥିବାବେଳେ ନ୍ୟୁକ୍ଲିୟର ଡିଲ୍‌ରେ ଅଗ୍ରଗତି ଭାରତକୁ ଆଶ୍ୱସ୍ତି ଆଣିଦେଇଛି।

ନ୍ୟୁକ୍ଲିୟର ଡିଲ୍‌ ପଛର କଥା

୧୯୬୭ରେ ଆମେରିକା ସହାୟତାରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୯୭୯ରେ ଇସ୍‌ଲାମିକ ରିଭୋଲ୍ୟୁଶନ୍‌ ବେଳେ ଆମେରିକା ଇରାନକୁ ଏହି ସହାୟତା ପ୍ରଦାନ ବନ୍ଦ କରିଦେଇଥିଲା। ଇରାନର ପରମାଣୁ କାର୍ଯ୍ୟକ୍ରମ ସାମରିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ତେହରାନ ବାରମ୍ବାର ଦୋହରାଇଥିଲା। ହେଲେ ଇରାନର ସଫେଇକୁ କୌଣସି ରାଷ୍ଟ୍ର ଭରସା କରିପାରି ନ ଥିଲେ। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ବିଶ୍ୱ ସମୁଦାୟର ମୁଣ୍ଡବ୍ୟଥା ବଢ଼ିବାରୁ ତେହରାନ ଉପରେ ଜାତିସଂଘ ୧୦ ବର୍ଷ ପାଇଁ କଟକଣା ଜାରି କରିଥିଲା। ୨୦୧୫ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଇରାନ ଉପରେ ଅଙ୍କୁଶ ଲଗାଇବାକୁ ଯାଇ ଉପାୟ ପାଞ୍ଚତ୍ଥିଲେ। ମିଳିତ ବିସ୍ତୃତ କାର୍ଯ୍ୟ ଯୋଜନାର ରୂପରେଖ (ଜେସିପିଓଏ) ପ୍ରସ୍ତୁତ ହେବା ପରେ ୨୦୧୫ ଜୁଲାଇ ୧୪ରେ ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଇରାନ ସହ କେତେକ ଶକ୍ତିଶାଳୀ ରାଷ୍ଟ୍ର ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ, ଚାଇନା ସମେତ ଜର୍ମାନୀ ଏବଂ ୟୁରୋପୀୟ ସଂଘ (ଇୟୁ) ଏହି ଚୁକ୍ତି ସମ୍ପାଦନ କରିଥିଲେ। ୨୦୧୫ ଅକ୍ଟୋବର ୧୮ରୁ ଏହା ବଳବତ୍ତର ରହିଥିଲା। ସେବେଠୁ ଇରାନର ଆଣବିକ ବୋମା ପ୍ରସ୍ତୁତି ଉପରେ ଆମେରିକା ଓ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଆର୍ଥିକ କଟକଣା ଜାରି ହୋଇଥିଲା। ଫଳରେ ଇରାନ ୧ ଲକ୍ଷ କେ.ଜି. ବଦଳରେ ଇନ୍ଧନ ରିଆକ୍ଟର ପାଇଁ ମାତ୍ର ୩୦୦ କେ.ଜି. ଓଜନର ୟୁରାନିୟମ୍‌ ବୋମା ପ୍ରସ୍ତୁତ କରିପାରିବ ବୋଲି ଏଥିରେ ସର୍ତ୍ତ ରହିଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଇରାନ ଏହାକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା। ସିରିଆ ଓ ୟେମେନରେ ଇରାନର ଭୂମିକା ତେହରାନକୁ ସନ୍ଦେହ ଘେରକୁ ଟାଣି ନେଇଥିଲା। ୨୦୧୭ ଅକ୍ଟୋବର ୧୩ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ଓବାମା ପ୍ରଶାସନର ଏକ ବିପର୍ଯ୍ୟୟ ଓ ସବୁଠୁ ନିକୃଷ୍ଟ ଚୁକ୍ତି ଭାବେ ଅଭିହିତ କରି ଆମେରିକା ଏଥିରୁ ଓହରିଯିବ ବୋଲି ନିଷ୍ପତ୍ତି ନେଇଥିଲେ।

୨୦୧୫ ଜୁଲାଇରେ ଭିଏନାଠାରେ ଇରାନ ଏବଂ ଆମେରିକା ସମେତ ପାଶ୍ଚାତ୍ୟର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ବାକ୍ଷରିତ ଐତିହାସିକ ଚୁକ୍ତି ଜଏଣ୍ଟ କମ୍ପ୍ରିହେନ୍ସିଭ୍‌ ପ୍ଲାନ୍‌ ଅଫ୍‌ ଆକ୍ସନ (ଜେସିପିଓଏ) ନାମରେ ପରିଚିତ। ଏହି ଚୁକ୍ତି ପରେ ଇରାନ ନିଜ ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଥିଲା। ଫଳରେ ତା’ ଉପରେ ଲାଗିଥିବା କଟକଣାଗୁଡ଼ିକୁ କୋହଳ କରାଯାଇଥିଲା।

୨୦୧୮ ମେ’ ୮ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଅମଳର ସବୁଠୁ ଖରାପ ଚୁକ୍ତି ବୋଲି ଅଭିହିତ କରିଥିଲେ। ଏଥିସହ ଉକ୍ତ ଡିଲ୍‌ ଇରାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଓ କ୍ଷେତ୍ରୀୟ ପ୍ରଭାବ ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବା ଦର୍ଶାଇଥିଲେ। ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି କ୍ରମେ ଏଥିରୁ ଆମେରିକା ଓହରିଯାଇଥିଲା। ସେତେବେଳେ ତେହରାନ ଚୁପ୍‌ ବସିଯିବ ନାହିଁ ବୋଲି ଇରାନର ତତ୍କାଳୀନ ରାଷ୍ଟ୍ରପତି ହାସନ ରୁହାନି କହିଥିଲେ। ବର୍ଷକ ପରେ ଇରାନ ଆଣବିକ କାର୍ଯ୍ୟକ୍ରମ ସମ୍ପର୍କିତ ନିଜ ସୀମାକୁ ଅଣଦେଖା କରି ପୁନଃ ନୂଆ ନ୍ୟୁକ୍ଲିୟର ପ୍ରୋଜେକ୍ଟ ଆରମ୍ଭ କରିଥିଲା।
୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରଠାରୁ ବିଶ୍ୱରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ତେଲ ଯୋଗାଣରେ ଅସୁବିଧା ହେତୁ ପେଟ୍ରୋଲ ଡିଜେଲ ଦର ଆକାଶଛୁଅଁା ହୋଇଛି। ଆକ୍ରମଣକୁ ୬ ମାସ ପୂରିଥିବାବେଳେ ନିକଟ ଭବିଷ୍ୟତରେ ଯୁଦ୍ଧର ଅବସାନ ଘଟିବା ଆଶା ଦିଶୁନାହିଁ। ଫଳରେ ବିଶ୍ୱ ବଜାରରେ କ୍ରୁଡ୍‌ ଅଏଲ୍‌ ଦର ବଢ଼ିବାରେ ଲାଗିଛି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ୟୁରୋପୀୟ ରାଷ୍ଟ୍ର। ଏଥିପାଇଁ ପୂର୍ବ ଡିଲ୍‌କୁ ପୁନଃ ଅବସ୍ଥାପିତ କରିବା ଲାଗି ଆମେରିକା ଓ ଇରାନ ମଧ୍ୟରେ ୟୁରୋପୀୟ ସଂଘ ମଧ୍ୟସ୍ଥତାରେ ଉଦ୍ୟମ ଆରମ୍ଭ ହୋଇଛି।

ଅନୁସାରେ ଇରାନର ୧୭ ବ୍ୟାଙ୍କ ଓ ୧୫୦ ଆର୍ଥିକ ସଂସ୍ଥା ଉପରୁ କଟକଣା ହଟିବ। ଏଥିସହ ଚୁକ୍ତି ସ୍ବାକ୍ଷର ହେବା ପରଠୁ ୪ ମାସ ପର୍ଯ୍ୟନ୍ତ ତେହରାନ ଦୈନିକ ୫୦ ନିୟୁତ ବ୍ୟାରେଲ ତୈଳ ରପ୍ତାନି କରିପାରିବ।
ଆଣବିକ ଚୁକ୍ତିକୁ ପୁନଃ କାର୍ଯ୍ୟକାରୀ କରିବା ଦିଗରେ ଆମେରିକା କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ନେଇ ଇରାନ ଅଭିଯୋଗ ଆଣିଛି। ସଦ୍ୟତମ ପର୍ଯ୍ୟାୟ ଆଲୋଚନା ଲାଗି ଆମେରିକାକୁ ଅଗ୍ରସର କରିବା ସକାଶେ ୟୁରୋପ କୌଣସି ପଦକ୍ଷେପ ନେଇ ନ ଥିବା ମଧ୍ୟ ତେହରାନ କହିଛି।
ବର୍ତ୍ତମାନ ବନ୍ଦୀ ଥିବା ୧୨ରୁ ଊର୍ଦ୍ଧ୍ୱ ଇରାନ ନାଗରିକଙ୍କୁ ମୁକ୍ତ କରି ସ୍ବଦେଶକୁ ଫେରିବା ପାଇଁ ଇରାନ ଦୀର୍ଘ ସମୟ ଧରି ଦାବି କରିଆସୁଥିବାବେଳେ ଓ୍ବାଶିଂଟନ ଅନେକ ଇରାନୀୟ-ଆମେରିକୀୟ ଦ୍ୱୈତ ନାଗରିକଙ୍କୁ ଛାଡ଼ିବାକୁ କହୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?