ମିଳିଲା ମଙ୍ଗଳ ମାଟି ଉପଯୋଗୀ ଉଦ୍ଭିଦ

ନୂଆଦିଲ୍ଲୀ, ୨୫ା୮: ମଙ୍ଗଳରେ ମନୁଷ୍ୟ ରହିପାରିବା ଭଳି ପରିବେଶ ସୃଷ୍ଟି ନିମନ୍ତେ ଗବେଷଣାରତ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଆବିଷ୍କାର କରୁଛନ୍ତି। ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଜଳ ଥିବା ନିର୍ଦ୍ଦିଷ୍ଟ ସ୍ଥାନର ମ୍ୟାପ୍‌ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ) ପାଇଁ ଜାରି କରିସାରିଥିବାବେଳେ ଏବେ ସେଠାରେ ଚାଷ ନିମନ୍ତେ ବ୍ୟବସ୍ଥା କରିବାକୁ ଉଦ୍ୟମ ଚାଲିଛି। ଲୋହିତ ଗ୍ରହ ମାଟିରେ ଲାଗିପାରିବା ଭଳି ଏକ ପ୍ରକାର ଉଦ୍ଭିଦ ଖୋଜି ବାହାର କରାଯାଇଛି। ଏହାର ନାଁ ‘ଆଲ୍‌ଫାଲ୍‌ଫା’। ଏହି ଗଛ ମଙ୍ଗଳ ମାଟିରେ ଉର୍ବରକ ଭଳି କାମ କରିବ। ଫଳରେ ଲାଲ୍‌ ଗ୍ରହରେ ଚାଷ ସମେତ ବିଭିନ୍ନ ପ୍ରକାର ଉଦ୍ଭିଦ ଲଗାଯାଇପାରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଏହି ରିପୋର୍ଟ ପ୍ଲସ୍‌ ଓ୍ବାନ୍‌ ଜର୍ନାଲରେ ପ୍ରକାଶ ପାଇଛି।

ଅନେକ ଦେଶର ମହାକାଶ ଏଜେନ୍ସି ମଙ୍ଗଳ ଦୌଡ଼ରେ ଲାଗିଥିବାବେଳେ ସେଠାକୁ ମାନବମିଶନ ପ୍ରସ୍ତୁତି ଚଳାଇଛନ୍ତି। ମାନବ ରହିବା ବ୍ୟବସ୍ଥା ହୋଇଗଲେ ମଧ୍ୟ ଏହି ଗ୍ରହରେ ଖାଦ୍ୟପାନୀୟ ସଙ୍କଟ ମୁଖ୍ୟ ଚ୍ୟାଲେଞ୍ଜ ହେବ। ପୃଥିବୀରୁ ମଙ୍ଗଳକୁ ଖାଦ୍ୟ ପଠାଇବାପରେ ମାସାଧିକ କାଳ ଲାଗିବ, ଯାହା କି ଅତ୍ୟନ୍ତ କଷ୍ଟକର ଏବଂ ଖର୍ଚ୍ଚାନ୍ତ ପ୍ରକ୍ରିୟା। ତେଣୁ ଲାଲ୍‌ ଗ୍ରହରେ କୃଷିର ବିକାଶ କରିବା ପାଇଁ ଅଧ୍ୟୟନ ମଧ୍ୟରେ ବୈଜ୍ଞାନିକମାନେ ‘ଆଲ୍‌ଫାଲ୍‌ଫା’ ଉଦ୍ଭିଦ ଖୋଜି ପାଇଛନ୍ତି। ମଙ୍ଗଳ ମାଟିରେ ଲୁଣ ଓ ଖଣିଜ ପଦାର୍ଥ ଭରପୂର ଥିବାବେଳେ ସେଥିରେ ଜୈବିକ ପଦାର୍ଥ କିମ୍ବା ଗଛକୁ ବଞ୍ଚାଇ ରଖିବା ଭଳି ଅଣୁଜୀବ ନାହିଁ।

ତେଣୁ ସେଠାରେ ଅଧିକାଂଶ ଉଦ୍ଭିଦ ବଢ଼ିବା କଷ୍ଟକର। ସଦ୍ୟ ଅଧ୍ୟୟନରେ ଏହାର ସମାଧାନ ଆଲଫା ପ୍ଲାଣ୍ଟ୍‌ରେ ଆବିଷ୍କୃତ ହୋଇଛି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଉଦ୍ଭିଦ ମଙ୍ଗଳ ଗ୍ରହରେ ଆଗ୍ନେୟଗିରି ସଦୃଶ କଠିନ ମାଟିରେ ମଧ୍ୟ ବଢ଼ିପାରିବ। ଏଥିରୁ ଖାଦ୍ୟ ଭାବେ ବ୍ୟବହାର କରାଯିବା ସହ ଏହାର ପତ୍ର ଏବଂ ବିଭିନ୍ନ ଅଂଶରୁ ସେଠାକାର ମାଟି ଚାଷ ଉପଯୋଗୀ ହୋଇପାରିବ। ଫଳରେ ସେଠାରେ ଶାଗ, ମୂଳା ଭଳି ଗଛ ବଢ଼ିପାରିବ। ଗବେଷଣାରେ ବୈଜ୍ଞାନିକମାନେ ପ୍ରଥମେ ମଙ୍ଗଳ ଭଳି ମୃତ୍ତିକା ପ୍ରସ୍ତୁତ କରି ସେଥିରେ ବିଭିନ୍ନ ପ୍ରକାର ମଞ୍ଜି ଓ ଚାରାର ପରୀକ୍ଷଣ କରିଥିଲେ। ଆଲ୍‌ଫାଲ୍‌ଫା ଉଦ୍ଭିଦ ଏଭଳି ମାଟିରେ ବଢ଼ିପାରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?