ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚିଠା ଭୋଟର ତାଲିକା ପ୍ରକାଶିତ କଲେ ନୂଆପଡା ଜିଲାପାଳ, ସର୍ବମୋଟ ଭୋଟର ସଂଖ୍ୟା ରହିଛି…

ନୂଆପଡା ,୧୫/୯ (ମକାରୁ ବେମାଲ): ନୂଆପଡା ଜିଲାପାଳ ମଧୁସୂଦନ ଦାଶ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚିଠା ଭୋଟର ତାଲିକା ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକାଶିତ କରିଛନ୍ତି । ସୂଚନାଯୋଗ୍ୟ ଯେ ନୂଆପଡା ବିଧାନ ସଭା ମଣ୍ଡଳୀ (Assembly Constituency) ୭୧- ନୂଆପଡା,୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଟେ। ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୩୫୮ ଗୋଟି ଭୋଟ କେନ୍ଦ୍ର ଅଛି। ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨୪୮୨୫୬ । ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧୨୨୧୦୩ ,ମହିଳା ଭୋଟର ସଂଖ୍ୟା ୧୨୬୧୩୨ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ । ଏଠାରେ ଭୋଟର ତାଲିକାର ସୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୫, ୧୫ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁରହିବ। ଭୋଟର ତାଲିକାରେ ନାମ ପଞ୍ଜିକରଣ, ନାମଯୋଗ ପାଇଁ ଫର୍ମ ନ ୬, ତାଲିକାରେ ଥିବା ନାମ କାଟିବା ପାଇଁ ଫର୍ମ ୭ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ ୮ ରେ ଆବେଦନ କରିପାରିବେ। ଅନଲାଇନରେ ପଞ୍ଜିକରଣ କରିବା ପାଇଁ Voter Help Line mobile App VHAର ସାହାଯ୍ୟ ନେଇ ପାରିବେ, Voters.eci.gov.in ଜରିଆରେ ଆବେଦନ କରିପାରିବେ। ଅନଲାଇନରେ ପଞ୍ଜିକରଣ ପାଇଁ Voter Helpline (mobile app)ର ସହାୟତା ନିଆଯାଇପାରେ। ଭୋଟରମାନଙ୍କ ପାଇଁ ଅଲଲାଇନ ୱାନ ସାଥି ଭୋଟର୍‌ ହେଲ୍ପ ଲାଇନ – Voter Helpline App (VHA) ରହିଛି । ଯେଉଁଥିରେ ପଞ୍ଜିକରଣ ଠାରୁ ଆରମ୍ଭ କରି ସଂଶୋଧନ ପର୍ଯ୍ୟନ୍ତ ଭୋଟରଙ୍କ ସମସ୍ତ ଆବଶ୍ୟକତା ପାଇଁ ୱାନ ଷ୍ଟପ ସମାଧାନ ହିସାବରେ କାମ କରିବ । ଜିଲାପାଳ ସମସ୍ତଙ୍କୁ ଅନୁରୋଧ କରି କହିଲେ ଯେ ଆଜି ହିଁ Voter Helpline App (VHA) ଡାଉନଲୋଡ କରି ଗଣତନ୍ତ୍ରରେ ଅଂଶଗ୍ରହଣ କରନ୍ତୁ। ଜିଲାପାଳ ତଥା ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ତଥା ଜିଲା ଅତିରିକ୍ତ ନିର୍ବାଚନ ଅଧିକାରୀ ସୁବାଷ ଚନ୍ଦ୍ର ରଇତ , ଉପଜିଲାପାଳ ତଥା ଇ ଆର୍‌ ଓ, ସୁର୍ମି ସୋରେନ, ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ, ବିଡ଼ିଓ କୋମନା ସର୍ବେଶର ଜାଲ, ତହସିଲଦାର ନୂଆପଡା ପ୍ରଣବ ରଞ୍ଜନ ସାହୁ, ଜିଲା ଭାଜପା ସଭାପତି କମଲେଶ କୁମାର୍‌ ଦୀକ୍ଷିତ, ଆଇ ଏନ ସି ରୁ ଅଭୟ ଶଙ୍କର ଯୋଶୀ, ଦେବଦତ୍ତ ଦୀକ୍ଷିତ, ବିଜୁ ଜନତା ଦଳରୁ ରମାକାନ୍ତ ଠାକୁର , ଆପ ରୁ ଲକ୍ଷ୍ମିକାନ୍ତ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri