ନୂଆପଡ଼ା ଉପନିର୍ବାଚନ: ଆଦିବାସୀଙ୍କ ଭୋଟ୍‌କୁ ସମସ୍ତଙ୍କ ନଜର

ନୂଆପଡ଼ା,୨୫ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ଏବେ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। ଏହି ନିର୍ବାଚନମଣ୍ଡଳୀରେ ୧ଲକ୍ଷରୁ ଅଧିକ ଆଦିବାସୀ ଭୋଟର ରହିଥିବାରୁ ଏମାନଙ୍କ ଉପରେ ସବୁ ଦଳର ନଜର ରହିଛି। ସର୍ବପ୍ରଥମେ ଜାତୀୟ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନର ସ୍ଥିତି ଦେଖିବାକୁ ଗଲେ ୨ ପ୍ରମୁଖ ଦଳ ବିଜେଡି ଓ ଭାଜପା ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ଆଦିବାସୀ ଗଡ ଭାଙ୍ଗିବା ପାଇଁ ଭାଜପା ନେତା ବିଭିନ୍ନ ଗାଁକୁ ଯାଇ ପ୍ରଚାର କରୁଛନ୍ତି। ଏଥିରେ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସାମିଲ ହୋଇଛନ୍ତି। ଅନ୍ୟପଟେ ଜିଲା ଆଦିବାସୀ କଲ୍ୟାଣ ସଂଘ ଜିଲା ସଭାପତି ଭାନୁ ପ୍ରତାପ ସିଂ ମାଝି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିବାବେଳେ ଚଳିତ ଉପନିର୍ବାଚନ ପୂର୍ବରୁ ପୁଣି ଦଳରେ ସାମିଲ ହୋଇ ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇ ନିଜ ଆଡକୁ ଆଣିବାରେ ଲାଗିଛନ୍ତି। ଆଦିବାସୀ କଲ୍ୟାଣ ସଂଘର ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଆଦିବାସୀ ଭୋଟ ଗୋଟାଇବାରେ ଲାଗିଛନ୍ତି। ତାଙ୍କ ସମର୍ଥକଙ୍କ ସହ ସେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ସେହିପରି ଜିଲାର ଅନ୍ୟ ଜଣେ ବରିଷ୍ଠ ଆଦିବାସୀ ନେତା ହେଉଛନ୍ତି ସୋମନାଥ ଖମାରୀ। ୨୦୨୪ ସାଧାରଣ ନିର୍ବାଚନରେ ଖମାରୀ କଂଗ୍ରେସରୁ ଟିକେଟ ନ ପାଇବାରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଛିଡା ହୋଇଥିବା ଘାସିରାମ ମାଝିଙ୍କୁ ସମର୍ଥନ କରିଥିଲେ। ବର୍ତ୍ତମାନ କିନ୍ତୁ ସେ ଭାଜପାରେ ଯୋଗଦେଇଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟରଙ୍କ ମଧ୍ୟରୁ ଆଦିବାସୀଙ୍କ ସଂଖ୍ୟା ୧ ଲକ୍ଷ ହେବ। ଆଦିବାସୀ କଲ୍ୟାଣ ସଂଘରେ ଥିବା ନେତାମାନେ ଏକତ୍ର ରହିଥିବାରୁ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡା ହୋଇଥିବା ଘାସିରାମ ମାଝି ୫୦ ହଜାର ୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ଉପନିର୍ବାଚନ ପୂର୍ବରୁ ଆଦିବାସୀ ନେତାମାନେ ବିଭକ୍ତ ହୋଇ ଅନ୍ୟ ଦଳରେ ଯୋଗ ଦେଇଥିବାରୁ ଭୋଟ ମଧ୍ୟ ୪ ଭାଗରେ ବିଭକ୍ତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।ଏଭଳି ସ୍ଥିତିରେ ଆଦିବାସୀ ଭୋଟକୁ ନେଇ ସହଜରେ ବିଜୟୀ ହୋଇଯିବେ ବୋଲି ଭାବୁଥିବା ଆଦିବାସୀ ନେତା କଂଗ୍ରେସ ପ୍ରାର୍ଥୀ ମାଝିଙ୍କୁ ଏହି ଗଣିତ ଭାରି ପଡିବ କି ବୋଲି ଚର୍ଚ୍ଚା ହେଉଛି। ମାଝି କଂଗ୍ରେସରୁ ପ୍ରାର୍ଥୀ ହୋଇ ୨୦୧୪ ନିର୍ବାଚନରେ ୩୯ ହଜାର ୬୫୪, ୨୦୧୯ରେ ୪୫ ହଜାର ୩୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୨୪ ନିର୍ବାଚନରେ ଜିଲା ଆଦିବାସୀ କଲ୍ୟାଣ ସଂଘ କଂଗ୍ରେସରୁ ଆଶାୟୀ ଥିବା ଘାସିରାମ ମାଝିଙ୍କୁ ସ୍ବାଧୀନ ପ୍ରାର୍ଥୀ କରିଥିଲା। ଜିଲାର ସମସ୍ତ ବର୍ଗର ଆଦିବାସୀ ଏକଜୁଟ ହୋଇ ମାଝିଙ୍କୁ ବିଜୟୀ କରିବା ପାଇଁ ଶପଥ ନେଇଥିଲେ। ହେଲେ ନିର୍ବାଚନରେ ଆଦିବାସୀ କାର୍ଡ କାମ କଲା ନାହିଁ। ବିଜେଡିକୁ ବହୁ ଆଦିବାସୀ ନେତା ସମର୍ଥନ କରିଥିଲେ। ସେମାନେ ଆଦିବାସୀ ପ୍ରାର୍ଥୀଙ୍କ ସଭାକୁ ଯାଇଥିଲେ ମଧ୍ୟ ଗୋପନରେ ବିଜେଡିକୁ ସମର୍ଥନ ଜଣାଇବାରୁ ବିଜୟୀ ହୋଇଥିଲୁ ବୋଲି ବିଜେଡି ଜିଲା ସଭାପତି ଅବନୀ ରଞ୍ଜନ ଜୋଷୀ କହିଛନ୍ତି। ଅନ୍ୟପକ୍ଷରେ ଭାଜପାରେ ଆଦିବାସୀ କର୍ମୀ କିମ୍ବା ନେତା ନ ଥିଲେ। ଦଳର ଚିହ୍ନ ଦେଖି ଲୋକେ ଭୋଟ ଦେଇଥିଲେ ବୋଲି କଣେ କର୍ମୀ କହିଛନ୍ତି। ଆସନ୍ତା ନଭେମ୍ବର ୧୪ରେ ଫଳାଫଳ ଘୋଷଣା ପରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

Budget 2026 Gold Silver Rate: ବଜେଟ ପୂର୍ବରୁ ସୁନା-ରୂପାକୁ ନେଇ ବଡ଼ ଖବର, କିଣିବାକୁ ଚାହୁଁଥିଲେ…

ନୂଆଦିଲ୍ଲୀ,୧।୨: ବଜେଟ ଉପସ୍ଥାପନ ପୂର୍ୱରୁ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଫେବୃଆରୀ 1, 2026 ରେ, ଦିଲ୍ଲୀରେ 24 କ୍ୟାରେଟ ସୁନା ପ୍ରତି…

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri