ନୂଆପଡ଼ା ଉପନିର୍ବାଚନ: ଆଦିବାସୀଙ୍କ ଭୋଟ୍‌କୁ ସମସ୍ତଙ୍କ ନଜର

ନୂଆପଡ଼ା,୨୫ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ଏବେ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। ଏହି ନିର୍ବାଚନମଣ୍ଡଳୀରେ ୧ଲକ୍ଷରୁ ଅଧିକ ଆଦିବାସୀ ଭୋଟର ରହିଥିବାରୁ ଏମାନଙ୍କ ଉପରେ ସବୁ ଦଳର ନଜର ରହିଛି। ସର୍ବପ୍ରଥମେ ଜାତୀୟ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନର ସ୍ଥିତି ଦେଖିବାକୁ ଗଲେ ୨ ପ୍ରମୁଖ ଦଳ ବିଜେଡି ଓ ଭାଜପା ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ଆଦିବାସୀ ଗଡ ଭାଙ୍ଗିବା ପାଇଁ ଭାଜପା ନେତା ବିଭିନ୍ନ ଗାଁକୁ ଯାଇ ପ୍ରଚାର କରୁଛନ୍ତି। ଏଥିରେ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସାମିଲ ହୋଇଛନ୍ତି। ଅନ୍ୟପଟେ ଜିଲା ଆଦିବାସୀ କଲ୍ୟାଣ ସଂଘ ଜିଲା ସଭାପତି ଭାନୁ ପ୍ରତାପ ସିଂ ମାଝି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିବାବେଳେ ଚଳିତ ଉପନିର୍ବାଚନ ପୂର୍ବରୁ ପୁଣି ଦଳରେ ସାମିଲ ହୋଇ ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇ ନିଜ ଆଡକୁ ଆଣିବାରେ ଲାଗିଛନ୍ତି। ଆଦିବାସୀ କଲ୍ୟାଣ ସଂଘର ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଆଦିବାସୀ ଭୋଟ ଗୋଟାଇବାରେ ଲାଗିଛନ୍ତି। ତାଙ୍କ ସମର୍ଥକଙ୍କ ସହ ସେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ସେହିପରି ଜିଲାର ଅନ୍ୟ ଜଣେ ବରିଷ୍ଠ ଆଦିବାସୀ ନେତା ହେଉଛନ୍ତି ସୋମନାଥ ଖମାରୀ। ୨୦୨୪ ସାଧାରଣ ନିର୍ବାଚନରେ ଖମାରୀ କଂଗ୍ରେସରୁ ଟିକେଟ ନ ପାଇବାରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଛିଡା ହୋଇଥିବା ଘାସିରାମ ମାଝିଙ୍କୁ ସମର୍ଥନ କରିଥିଲେ। ବର୍ତ୍ତମାନ କିନ୍ତୁ ସେ ଭାଜପାରେ ଯୋଗଦେଇଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟରଙ୍କ ମଧ୍ୟରୁ ଆଦିବାସୀଙ୍କ ସଂଖ୍ୟା ୧ ଲକ୍ଷ ହେବ। ଆଦିବାସୀ କଲ୍ୟାଣ ସଂଘରେ ଥିବା ନେତାମାନେ ଏକତ୍ର ରହିଥିବାରୁ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡା ହୋଇଥିବା ଘାସିରାମ ମାଝି ୫୦ ହଜାର ୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ଉପନିର୍ବାଚନ ପୂର୍ବରୁ ଆଦିବାସୀ ନେତାମାନେ ବିଭକ୍ତ ହୋଇ ଅନ୍ୟ ଦଳରେ ଯୋଗ ଦେଇଥିବାରୁ ଭୋଟ ମଧ୍ୟ ୪ ଭାଗରେ ବିଭକ୍ତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।ଏଭଳି ସ୍ଥିତିରେ ଆଦିବାସୀ ଭୋଟକୁ ନେଇ ସହଜରେ ବିଜୟୀ ହୋଇଯିବେ ବୋଲି ଭାବୁଥିବା ଆଦିବାସୀ ନେତା କଂଗ୍ରେସ ପ୍ରାର୍ଥୀ ମାଝିଙ୍କୁ ଏହି ଗଣିତ ଭାରି ପଡିବ କି ବୋଲି ଚର୍ଚ୍ଚା ହେଉଛି। ମାଝି କଂଗ୍ରେସରୁ ପ୍ରାର୍ଥୀ ହୋଇ ୨୦୧୪ ନିର୍ବାଚନରେ ୩୯ ହଜାର ୬୫୪, ୨୦୧୯ରେ ୪୫ ହଜାର ୩୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୨୪ ନିର୍ବାଚନରେ ଜିଲା ଆଦିବାସୀ କଲ୍ୟାଣ ସଂଘ କଂଗ୍ରେସରୁ ଆଶାୟୀ ଥିବା ଘାସିରାମ ମାଝିଙ୍କୁ ସ୍ବାଧୀନ ପ୍ରାର୍ଥୀ କରିଥିଲା। ଜିଲାର ସମସ୍ତ ବର୍ଗର ଆଦିବାସୀ ଏକଜୁଟ ହୋଇ ମାଝିଙ୍କୁ ବିଜୟୀ କରିବା ପାଇଁ ଶପଥ ନେଇଥିଲେ। ହେଲେ ନିର୍ବାଚନରେ ଆଦିବାସୀ କାର୍ଡ କାମ କଲା ନାହିଁ। ବିଜେଡିକୁ ବହୁ ଆଦିବାସୀ ନେତା ସମର୍ଥନ କରିଥିଲେ। ସେମାନେ ଆଦିବାସୀ ପ୍ରାର୍ଥୀଙ୍କ ସଭାକୁ ଯାଇଥିଲେ ମଧ୍ୟ ଗୋପନରେ ବିଜେଡିକୁ ସମର୍ଥନ ଜଣାଇବାରୁ ବିଜୟୀ ହୋଇଥିଲୁ ବୋଲି ବିଜେଡି ଜିଲା ସଭାପତି ଅବନୀ ରଞ୍ଜନ ଜୋଷୀ କହିଛନ୍ତି। ଅନ୍ୟପକ୍ଷରେ ଭାଜପାରେ ଆଦିବାସୀ କର୍ମୀ କିମ୍ବା ନେତା ନ ଥିଲେ। ଦଳର ଚିହ୍ନ ଦେଖି ଲୋକେ ଭୋଟ ଦେଇଥିଲେ ବୋଲି କଣେ କର୍ମୀ କହିଛନ୍ତି। ଆସନ୍ତା ନଭେମ୍ବର ୧୪ରେ ଫଳାଫଳ ଘୋଷଣା ପରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?