ଭୋପାଳରେ ନୂଆଁଖାଇ ଭେଟଘାଟ: ନାଚଗୀତରେ ମସଗୁଲ ହେଲେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ରବିବାର ୧୨ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଦୁର ଭୋପାଳରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ବେଶ ଧୁମଧାମରେ ଗଣପର୍ବ ନୂଆଖାଇ ପାଳନ କରିଛନ୍ତି।

କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାରୁ ପ୍ରାୟ ୩୦ଜଣ କଳାକାର ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭରେ ବିଭୁତି ଭୋଇଙ୍କ ଦ୍ବାରା ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ରିତିନିତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଡିଲେଶ୍ବର ବିଶାଳଙ୍କ ଦ୍ୱରା ସମଲେଶ୍ବରୀଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ସୁନ୍ଦରଗଡ଼ରୁ ଆସିଥିବା ସରସ୍ବତୀ କଳା କେନ୍ଦ୍ର ସାଂସ୍କୃତିକ ଦଳ ଗୀତର ତାଳେ ତାଳେ ନାଚିଉଠିଥିଲେ ଭୋପାଳରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡିଶା ବାସୀ।

ଏହି ସହିତ ପଶ୍ଚିମ ଓଡିଶାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପରିବେଷଣ କରିଥିଲେ। ଭୋପାଲରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ମହିଳାମାନଙ୍କ ନୃତ୍ୟୁ ବେଶ ମନୋଲୋଭା ହୋଇଥିଲା। ସେମାନଙ୍କ ସମ୍ବଲପୁରୀ ଏବଂ ସାଦରି ନୃତ୍ୟ ପରିବେଷଣ ସମସ୍ତଙ୍କୁ ମୋହିତ କରିଥିଲା।

ପୂର୍ବତନ ସଚୀବ ପି.କେ ଦାସ, ଉମାକାନ୍ତ ପଣ୍ଡା, ପ୍ରଫେସର ପିକେ ବିଶ୍ୱାସ, ଆର୍‌କେ ବାରିକ, ସୋମନାଥ ସାହୁ, ସୁବୋଧ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବାର୍ଷିକ ସାଂସ୍କୃତିକ ପତ୍ରିକା ‘କହଁର’ର ଅଷ୍ଟମ ସଂସ୍କରଣ ଉନ୍ମୋଚିତ କରିଥିଲେ।

ବରଗଡ ଜିଲାରୁ ଆସିଥିବା କିଶୋର ମିଶ୍ରଙ୍କ ପାରମ୍ପରିକ ଖାଦ୍ୟ ପରିବେଷଣ କରିଥିଲେ। ଏଥିରେ ଲେଥା, କାକାରା, ରସବରା, କର୍ଡିରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ବେଶ ଆନନ୍ଦ ନେଇଥିଲେ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ ସମଲେଶ୍ୱରୀଙ୍କ ପ୍ରତିମୂର୍ତ୍ତି ବେଶ ମନୋଲୋଭା ହୋଇଥିବା ବେଳେ ଡାଲଖାଇ, ରସରକେଲି, ମାଏଲା ଜଡ, ଭାଇ ଯୁଉନ୍ତିଆ ସହିତ ରଙ୍ଗବତୀ ଗୀତ ଦର୍ଶନଙ୍କୁ ଦିନତମାମ ବନ୍ଧି ରଖିଥିଲା ।

କାର୍ଯ୍ୟକ୍ରମକୁ ଡିଲେଶ୍ବର ବିଶ୍ବାଳ ପରିଚାଳନା କରିଥିବା ବେଳେ ସମ୍ପାଦକ ସଞ୍ଜୀବ ନନ୍ଦ ସ୍ବାଗତ ଭାଷଣ ଏବଂ ବାର୍ଷିକ ଧାରାବିବରଣୀ ପ୍ରସ୍ତୁତ କରିଥିଲେ। ସଭାପତି ଭାବଗ୍ରାହୀ ପ୍ରଧାନ ସଂସ୍ଥାର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ।

ଶେଷରେ କିଶୋର କେର୍କେଟା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ ମାଝୀ, ରମଣୀ ମହାପାତ୍ର, ଭବାନୀ ଖମାରୀ, ଦିଲୀପ ମିଶ୍ର, ଶେଖର ଧାରୁଆ, ରାଧାକାନ୍ତ ମେହେର, ରମେଶ ରଣା, ବିଶ୍ବଜିତ ମାଝୀ, ସୁସେନ୍ଦ୍ର ମିଶ୍ର, ଜିତେନ୍ଦ୍ର ତ୍ରିପାଠୀ, ରମେଶ ପ୍ରଧାନ, ମହେଶ୍ବର କିଶାନ, ସମେତ ସମ୍ବଲପୁରୀ ପରିବାର ସମସ୍ତ ମିଶି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ପଟ୍ଟାଜମିରେ ଚାଲିଥିଲା ମାଇନିଂ ଗାଡ଼ି, ପ୍ରଶାସନର ପ୍ରତିଶ୍ରୁତି ପରେ ବି ମିଳିଲାନି ନ୍ୟାୟ, ଶେଷରେ…

ବଣାଇଁ,୧୩ା୬(ପ୍ରଦୀପ ତ୍ରିପାଠୀ): ଖଣି ସମୃଦ୍ଧ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଆସିଛି ପ୍ରଶାସନିକ ଅବହେଳା ଓ ଜନ ଅସନ୍ତୋଷର ଏକ ସାଂଘାତିକ ଚିତ୍ର। ନିଜ ପଟ୍ଟା ଜମି…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri