ନୂଆଁଖାଇ ଜୁହାର

ଜୁହାର୍‌…
ଓଡ଼ିଶାର ଅନନ୍ୟ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସାରା ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମା’ ସମଲେଶ୍ୱରୀ, ମା’ ସୁରେଶ୍ୱରୀ, ମା’ ପାଟଣେଶ୍ୱରୀ, ମା’ ଲଙ୍କେଶ୍ୱରୀ, ମା’ ବିବାସିନୀ ତଥା ନୂଆଁଖାଇର ପବିତ୍ର ନବାନ୍ନ ଲାଗି ପରମ୍ପରା ସହ ଜଡ଼ିତ ସମସ୍ତ ଦେବୀମାନଙ୍କୁ କୋଟି କୋଟି ପ୍ରଣାମ। ମା’ ତା’ର ପଣତକାନିରେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ଘଣ୍ଟ ଘୋଡ଼ାଇ ରଖନ୍ତୁ। ସାରା ଦେଶ ଓ ସାରା ବିଶ୍ୱବାସୀଙ୍କୁ ସୁଖ, ଶାନ୍ତି ଓ ପ୍ରଗତିର ରାସ୍ତାରେ ଆଗେଇ ନିଅନ୍ତୁ, ଆଜି ଦିନରେ ଏତିକି ପ୍ରାର୍ଥନା।
ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଖାଲି କୃଷିର ମହିମା ମଣ୍ଡନ କରେ ନାହିଁ। ଏହା ସହ ଭାରତୀୟ ଅସ୍ମିତାର ପ୍ରମୁଖ ଅଙ୍ଗ- ପରିବାର, ପାରିବାରିକ ସଂସ୍କାର ତଥା ମିଳିମିଶି ସହାବସ୍ଥାନର ସାରା ବିଶ୍ୱକୁ କାଳଜୟୀ ବାର୍ତ୍ତା ପ୍ରଦାନ କରେ। ନୂଆଁଖାଇ ଶୁଭ ଅବସରରେ ଆମ ରାଜ୍ୟର ଚାଷୀଭାଇ ତଥା ଆମ ସଭ୍ୟତାର ମୂଳ ଆଧାର ପରିବାର ବ୍ୟବସ୍ଥା ଚିରସ୍ଥାୟୀ ହେଉ ଏବଂ ସାରା ରାଜ୍ୟର ସୁଖ, ଶାନ୍ତି ଓ ପ୍ରଗତିର ନୂଆ ଯୁଗରେ ସାଢ଼େ ଚାରି କୋଟି ଓଡ଼ିଆ ସାମିଲ ହୁଅନ୍ତୁ, ଏହା ହିଁ କାମନା।
ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପୂର୍ବୋଦୟ ଯୋଜନା ଆଜି ଆମ ରାଜ୍ୟ ପାଇଁ ପ୍ରଗତିର ନୂଆ ରାସ୍ତା ଖୋଲିଛି। ମୋଦିଜୀ ତଥା ଡବଲ ଇଞ୍ଜିନ ସରକାରରେ ବିକାଶର ଅବଧାରଣା ବେଶ୍‌ ସ୍ପଷ୍ଟ।
୨୦୩୬ର ସ୍ବତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶା ୧୦୦ ବର୍ଷ ପୂର୍ତ୍ତି ହେଉ ଅଥବା ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି। ଆମର ଲକ୍ଷ୍ୟ, ୨୦୪୭ରେ ବିକଶିତ ଭାରତ ନିର୍ମାଣରେ ଓଡ଼ିଶା ପ୍ରମୁଖ ଭୂମିକା ନେବ। ସେଥିପାଇଁ ୨୦୩୬ର ଲକ୍ଷ୍ୟ ଆମ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଆଜିଠାରୁ ୨୦୪୭ ଆଉ ମାତ୍ର ୨୦-୨୨ ବର୍ଷ ଏବଂ ୨୦୩୬ ମାତ୍ର ୧୦-୧୧ ବର୍ଷ ବାକି ଅଛି। ଦେଶର ଅମୃତକାଳ ପାଇଁ ଆଗାମୀ ଦୁଇ ଦଶନ୍ଧି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଆମ ଓଡ଼ିଆଙ୍କ ପାଇଁ ଏହି ଦୁଇ ଦଶନ୍ଧି ଭିତରୁ ପ୍ରଥମ ଦଶନ୍ଧି ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ। ଆଜିଠାରୁ ଆଗାମୀ ଦଶବର୍ଷ ଯଦି ଓଡ଼ିଆ ଜାତି ତା’ର ନିଷ୍ଠା, ପରାକାଷ୍ଠା ସହିତ ସଠିକ ରାସ୍ତାରେ ସଠିକ ପଦକ୍ଷେପ ନିଏ, ତା’ ହେଲେ ବିକଶିତ ଭାରତର ଆଧାରସ୍ତମ୍ଭ ହୋଇ ପାରିବ ଓଡ଼ିଶା। ମୋର ଦୃଢ଼ ବିଶ୍ୱାସ ଆମେ ଆମର ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା।
କ୍ଷେତରେ କୃଷି ହେଉ, ପଶୁପାଳନ ତଥା କୃଷି ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ପାଇଁ କୃଷି ପ୍ରକ୍ରିୟାକରଣ ଶିଳ୍ପ, ଏସବୁର ସମାବେଶୀ ବିକାଶ ଓଡ଼ିଶାର ଆର୍ଥିକ ବିକାଶକୁ ଅନ୍ତର୍ଭୁକ୍ତୀକରଣର ରାସ୍ତାରେ ନେଇ ଅର୍ଥନୀତିର ସବୁଠାରୁ ବଡ଼ ବର୍ଗ କୃଷକଙ୍କୁ ସମୃଦ୍ଧ କରିବ।
ନୂଆଁଖାଇ ପୂର୍ବଦିନ ପବିତ୍ର ଗଣେଶ ଚତୁର୍ଥୀ। ମୁଁ ବହୁତ ଆନନ୍ଦିତ ନୂଆଁଖାଇର ଧାର୍ମିକ ଓ ସାମାଜିକ ଆନନ୍ଦ ଉତ୍ସାହର ପୂର୍ବ ଦିନ ବିଘ୍ନନାଶକ ଗଣପତିଙ୍କ ପବିତ୍ର ପୂଜା ଅବସରରେ ରାଜ୍ୟ ସରକାରଙ୍କର ନିଜସ୍ବ ଯୋଜନା ସିଏମ୍‌ କିଷାନ ସହାୟତା ରାଶି ଡିବିଟି ମାଧ୍ୟମରେ ସବୁ ପଞ୍ଜୀକୃତ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି।
ଏହି ଯୋଜନାରେ ବର୍ଷକୁ ଦୁଇ ଥର ଏବଂ ଥରକୁ ୨ ହଜାର ଟଙ୍କା ଭାବରେ ଚାଷୀଭାଇମାନଙ୍କୁ କୃଷି ସହାୟତା ପାଇଁ ମୋ ସରକାର ପ୍ରଦାନ କରିଆସୁଛି। ଗଣେଶ ଚତୁର୍ଥୀ ଅର୍ଥାତ୍‌ ଗତକାଲି ରାଜ୍ୟର ୫୧ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୂହ ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ସାମିଲ କରାଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଏହି ଅର୍ଥରାଶି ପ୍ରେରଣ କରାଯାଇଛି।
ରାଜ୍ୟର ୫୧ ଲକ୍ଷ ପରିବାର ପାଖରେ ୧୦୪୧ କୋଟି ଟଙ୍କାର ଆର୍ଥିକ ଶକ୍ତି କେବଳ ଚାଷୀମାନଙ୍କ ପରିବାରରେ ହସ ଫୁଟାଇବ ନାହିଁ ବରଂ ସାରା ରାଜ୍ୟର କୃଷି ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ କରିବ। ନୂଆଁଖାଇରେ ଆମର ଚାଷୀଭାଇଙ୍କ ପରିବାର ମୁହଁରେ ହସ ମୋ ଭଳି ସାଧାରଣ ଗରିବ ଓଡ଼ିଆ ଆଦିବାସୀ ପରିବାରରୁ ଆସିଥିବା ବ୍ୟକ୍ତି ହିସାବରେ ଅନେକ ଆନନ୍ଦ ଦେଉଛି।
ଆମେ ଗତ ନିର୍ବାଚନ ସମୟରେ ଚାଷୀଭାଇମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ୮୦୦ ଟଙ୍କାର ଇନ୍‌ପୁଟ ସବ୍‌ସିଡି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ। ସେତେବେଳେ ଆମର ବିରୋଧୀମାନେ ଆମକୁ ଥଟ୍ଟା, ପରିହାସ କରୁଥିଲେ। କାରଣ ସେମାନଙ୍କର ବିକାଶର ଅବଧାରଣା ଏବଂ ଭାରତୀୟ ଜନତା ପାର୍ଟିର ବିକାଶର ଅବଧାରଣା ଭିତରେ ଆକାଶ ପାତାଳ ଫରକ। ଆମେ ଗାନ୍ଧୀ, ଗୋପବନ୍ଧୁ ଏବଂ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କର ଆର୍ଥିକ ବିକାଶ ମଡେଲର ପୂଜକ। ଆପଣମାନଙ୍କର ମନେଥିବ ବରଗଡ଼ ଜିଲାର ସୋହେଲାରେ ଚାଷୀମାନଙ୍କୁ ୧୦୦ ଟଙ୍କାର ବୋନସ ଦେବା ପାଇଁ ଜନସଭାରେ କିଏ ଘୋଷଣା କରିଥିଲେ ଏବଂ ଏହି ଅର୍ଥ ଯୋଗାଇବା ପାଇଁ କାହିଁକି ସେମାନେ ପଛେଇଲେ।
ମୁଁ ସ୍ପଷ୍ଟ କରିବାକୁ ଚାହେଁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମମାନବ ଦର୍ଶନ ଏବଂ ଅନ୍ତ୍ୟୋଦୟ ବିଚାରଧାରାର ଆମେ ନିଷ୍ଠାପର ପୂଜାରୀ। ଜନ ସଂଘ ଓ ପରେ ୧୯୮୦ରୁ ବିଜେପିର ରାଜନୈତିକ ଯାତ୍ରାର ଆଧାର ଅନ୍ତ୍ୟୋଦୟ। ଦୀନଦୟାଲଙ୍କ ଅନ୍ତ୍ୟୋଦୟ ଆଜି ଦିନରେ ମୋଦିଜୀଙ୍କର ଗରିବ କଲ୍ୟାଣ। ଆମ ଚାଷୀଙ୍କୁ ୮୦୦ ଟଙ୍କା ଦେବା ପାଇଁ ସମୟ ଲାଗେନି କିନ୍ତୁ ୧୦୦ ଟଙ୍କା ସାଧାରଣ ଗରିବ ଚାଷୀ ପରିବାରକୁ ଦେଇଦେଲେ ବିକାଶ କାମ ଗଡ଼ବଡ଼ ହୋଇଯିବ, ଏହା ଆମ ରାଜନୈତିକ ବିରୋଧୀଙ୍କ ବିଚାର।
ମୋର ପ୍ରିୟ ଓଡ଼ିଶାର ଚାଷୀ, ମହିଳା, ଯୁବକ ଓ ଗରିବମାନଙ୍କ ପାଖରେ ବିନମ୍ର କିନ୍ତୁ ବଜ୍ର ଶପଥ ଡବଲ ଇଞ୍ଜିନ ସରକାର ମୋଦିଜୀଙ୍କ ନେତୃତ୍ୱରେ ସାଧାରଣରୁ ସାଧାରଣ ଓଡ଼ିଆଙ୍କ ଆର୍ଥିକ ବିକାଶ ପାଇଁ ବଦ୍ଧ ପରିକର। ଚାଷୀଙ୍କୁ ଆର୍ଥିକସ୍ତରରେ ସମୃଦ୍ଧ କରିବା ଆମର ଶପଥ।
ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ କୃଷିନୀତି ଓ ଯୋଜନା ମାଧ୍ୟମରେ ଓଡ଼ିଶା ଭଳି ରାଜ୍ୟର ଚାଷୀଭାଇଙ୍କ ଅର୍ଥନୀତି ମଜଭୁତ ହେଉଛି। ମୋଦିଜୀଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ପିଏମ୍‌କେଏସ୍‌ୱାଇ-ଏଆଇବିପି ଅଧୀନରେ ଜଳସେଚନ ପ୍ରକଳ୍ପ, ମତ୍ସ୍ୟ ଏବଂ ପଶୁ ସମ୍ପଦ ଯୋଜନା ସମୂହ, କୃଷି ଉତ୍ପାଦକ ସଂଗଠନ ବା ଏଫ୍‌ପିଓ ମାଧ୍ୟମରେ କୃଷକଙ୍କ ଆର୍ଥିକ ବିକାଶ। ସମବାୟ ବିଭାଗକୁ ନୂଆରୂପରେ ଗଢ଼ି କୃଷି ଋଣ ଏବଂ ସମବାୟଭିତ୍ତିକ କୃଷି ନୂଆ ସମ୍ଭାବନା ସୃଷ୍ଟି କରିଛି।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ତତ୍କାଳିକ ଏବଂ ଦୀର୍ଘମିଆଦୀ ଭିତ୍ତିରେ ଚାଷୀର ବିକାଶ ପାଇଁ ବଦ୍ଧ ପରିକର। ଦୀର୍ଘଦିନରୁ ପଡ଼ି ରହିଥିବା ଜଳସେଚନ ପ୍ରକଳ୍ପଗୁଡ଼ିକ ଅଧିକ ଗତିଶୀଳ କରିବା କାମରେ ଆମେ ଲାଗିଛୁ। କାରଣ ଜଳ ସେଚନ ବିନା ଉତ୍ପାଦନ ବଢ଼ାଇ ଚାଷୀଙ୍କ ରୋଜଗାର ଦ୍ରୁତ ବୃଦ୍ଧି ସମ୍ଭବ ନୁହେଁ। କୃଷି କାର୍ଯ୍ୟରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର, ଶୀତଳ ଭଣ୍ଡାର, ପ୍ରକ୍ରିୟାକରଣ ଶିଳ୍ପ, ଯୋଗାଣ ଶୃଙ୍ଖଳା ନେଟୱର୍କ ପାଇଁ କାର୍ଯ୍ୟରତ କୃଷକଙ୍କ ପ୍ରଶିକ୍ଷଣ ଓ ତାଲିମ ବ୍ୟବସ୍ଥା ଆମର ପ୍ରାଥମିକତା। ମଣ୍ଡି ବ୍ୟବସ୍ଥାର ଉନ୍ନତୀକରଣ, ମଣ୍ଡିଗୁଡ଼ିକୁ e-NAM ସହ ଯୋଡି଼ବା ଗୋଦାମଘର, ବିଶ୍ରାମାଗାର ମାଧ୍ୟମରେ ମଣ୍ଡି ନବୀକରଣକୁ ଆମେ ଗୁରୁତ୍ୱ ଦେଉଛୁ। କୃଷି ଋଣ ଓ ଏହାର ସୁପରିଚାଳନାକୁ ଅଗ୍ରାଧିକାର ଦେଉଛୁ।
ଆମେ ରାଜ୍ୟର ୩ ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ ଜନ ସାଧାରଣଙ୍କ ମତାମତ ଆଧାରରେ ୨୦୩୬ ଓ ୨୦୪୭ ପାଇଁ ଓଡ଼ିଶା ଭିଜନ ପ୍ରସ୍ତୁତି କରିଛୁ। ଆମର ଲକ୍ଷ୍ୟ ମୁଣ୍ଡ ପିଛା କୃଷକଙ୍କ ଆୟରେ ଓଡ଼ିଶା ଦେଶର ୫ ନମ୍ବର ସ୍ଥାନକୁ ଆସିବ। କୃଷି ରପ୍ତାନି ପାଇଁ ବଡ଼ ଯୋଜନାରେ ଆମେ କାର୍ଯ୍ୟରତ। ଚାଷଜମିର ୧୦୦ ପ୍ରତିଶତ ଡିଜିଟାଲ ମ୍ୟାପ ପ୍ରସ୍ତୁତ ଆମର ଯୋଜନା, ଯାହା ଆଧାରରେ ଚାଷଜମିର ନିରୀକ୍ଷଣ, ସବ୍‌ସିଡି ଓ ଅତିରିକ୍ତ ସେବା ଯୋଗାଣ ବ୍ୟବସ୍ଥାକୁ ପାରଦର୍ଶୀ କରାଯାଇ ପାରିବ। ପିଏମ୍‌ କୁସୁମ ଯୋଜନାରେ କୃଷି କ୍ଷେତ୍ରରେ ବିଜୁଳି ଆବଶ୍ୟକତା ସୌର ଶକ୍ତି ମାଧ୍ୟମରେ ମେଣ୍ଟାଇବା ପାଇଁ ଆମେ ଉଦ୍ୟମ କରୁଛୁ।
କୃଷି ଗବେଷଣା ଓ ଜ୍ଞାନ କୌଶଳକୁ ଚାଷୀଙ୍କ ପାଖକୁ ନେଇ ଚାଷୀଙ୍କୁ ସମୃଦ୍ଧି କରିବାରେ ସାରା ଦେଶରେ ଅଗ୍ରଣୀ ରାଜ୍ୟ ହେବା ଆମର ଲକ୍ଷ୍ୟ। ଚାଷ ଜମିର ମାଲିକାନା ମହିଳାଙ୍କ ନାମକୁ ଅଧିକ ମାତ୍ରାରେ ଆସୁ, ସେଥିପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରିବୁ।
ପବିତ୍ର ନୂଆଁଖାଇରେ ମୋ ସରକାର ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବଦ୍ଧ ପରିକର। ଏହି ବିଶ୍ୱାସ ରାଜ୍ୟର ଚାଷୀଭାଇମାନଙ୍କୁ ଦେବାକୁ ଚାହୁଁଛି। ମୁଁ ସ୍ପଷ୍ଟ, ଚାଷୀଭାଇଙ୍କର ଦ୍ରୁତ ଉନ୍ନତି ବିନା ସମୃଦ୍ଧ ଓଡ଼ିଶାର ସ୍ବପ୍ନ ସଫଳ ହୋଇପାରିବ ନାହିଁ। ମା’ ସମଲେଇ ଆମ ଲକ୍ଷ୍ୟ ପୂରଣ ପାଇଁ ଆଶିଷ ଦିଅନ୍ତୁ, ଆଜି ଦିନରେ ଏତିକି ପ୍ରାର୍ଥନା।
ଆମ ଅସ୍ମିତାର ପରିଚୟ ଆମ ପରିବାର ବ୍ୟବସ୍ଥା। ନୂଆଁଖାଇର ଅନନ୍ୟ ଅଙ୍ଗ ପରିବାରରେ ଏକାଠି ହୋଇ ଭୋଜନ କରିବା ଓ ବଡ଼ମାନଙ୍କୁ ମୁଣ୍ଡିଆ ମାରିବା। ଆଜି ଆଧୁନିକ ସମାଜର ପରିବାରର ଅବଧାରଣା ବଦଳୁଛି। ପାଶ୍ଚାତ୍ୟ ସଂସ୍କୃତିର ଛାପ ଆମ ଯୌଥ ପରିବାର ବ୍ୟବସ୍ଥା ଉପରେ ସଙ୍କଟ ଆଣି ଦେଉଛି। ବାପା-ମା’-ପିଲା କେବଳ ନୁହନ୍ତି, ଜେଜେ-ଜେଜେମା, ଦାଦା-ଖୁଡ଼ୀ ପ୍ରମୁଖ ସଂସ୍କୃତିରୁ ଆଧୁନିକ ସମାଜ ଦୂରାଉଛି। ବୋଧହୁଏ କାହିଁ କେଉଁ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ନୂଆଁଖାଇ ପରିକଳ୍ପନା କରିଥିବା ଯୋଗଜନ୍ମା ଓଡ଼ିଆମାନେ ନୂଆଁଖାଇରେ ପରିବାର ମେଳନ ପରମ୍ପରା ତିଆରି କରିଛନ୍ତି। ଓଡ଼ିଶାର ଏହି ଅନନ୍ୟ ସଂସ୍କୃତି ଓ ଅସ୍ମିତାର ଛାପ ସାରା ଦେଶ ଓ ବିଶ୍ୱକୁ ପ୍ରଭାବିତ କରୁ, ନୂଆଁଖାଇର ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ସମଲେଶ୍ୱରୀଙ୍କ ପାଖରେ ଏହା ହିଁ ପ୍ରାର୍ଥନା।
ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?