Posted inଜାତୀୟ

୨୦୨୫ରେ ପୁନର୍ଗଠନ ହେବ ଏନ୍‌ଟିଏ

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୨୦୨୫ରୁ ସବୁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବ ନାହିଁ। ଏହା କେବଳ ଉଚ୍ଚତର ଶିକ୍ଷା ପ୍ରବେଶିକା ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଘୋଷଣା କରିଛନ୍ତି। ଆସନ୍ତାବର୍ଷ ଏନ୍‌ଟିଏ ପୁନର୍ଗଠିତ ହେବା ସହ ନୂଆ ପଦବୀ ସୃଷ୍ଟି ହେବ। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଗତବର୍ଷ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି)ରେ ପ୍ରଶ୍ନପତ୍ର ଲିକ୍‌ ହେବା ଓ ଅନ୍ୟାନ୍ୟ ତ୍ରୁଟି କାରଣରୁ ପରୀକ୍ଷାକୁ ବାରମ୍ବାର ବାତିଲ କରିବାକୁ ପଡ଼ିଥିଲା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଇସ୍ରୋର ପୂର୍ବତନ ମୁଖ୍ୟ ଆର୍‌. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକ୍ରମେ ସରକାର ଏନ୍‌ଟିଏ ପୁନର୍ଗଠନ କରିବାକୁ ଯାଉଛନ୍ତି। ଏନ୍‌ଇଇଟି ପୂର୍ବଭଳି କାଗଜ କଲମରେ ହେବ ନା କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)କୁ ପରିବର୍ତ୍ତନ କରାଯିବ, ସେନେଇ ଶିକ୍ଷା ମନ୍ତ୍ରଣାଳୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ପରାମର୍ଶ କରୁଛି। କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପୂର୍ବଭଳି ବର୍ଷକୁ ଥରେ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍: କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ, ନବୀନଙ୍କୁ ଦିଆଯିବ ରିପୋର୍ଟ

ପାତ୍ରପୁର, ୩୧ା୧୦ (ଉମା ଚରଣ ନେପାକ): ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପାତ୍ରପୁର ଅଞ୍ଚଳର କ୍ଷତିଗ୍ରସ୍ତ ଗାଁ…

ମମତା ଯୋଜନା ନାଁ ରେ ମହିଳା ଙ୍କୁ ଠକେଇ: ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଅପରାଧି

ଦିଗପହଣ୍ଡି,୩୧|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମର ପି. ମିନି ରେଡ୍ଡୀ ନାମ୍ନୀ ଜଣେ ଗର୍ଭବତୀ ମହିଳା ଙ୍କୁ ମମତା…

ଗଞ୍ଜାମରେ ୭୩ ଗାଁ ବନ୍ୟା ପ୍ରଭାବିତ:୫୬ ହଜାର ୫୧ ଜଣଙ୍କୁ ସ୍ଥାନାନ୍ତର

ଛତ୍ରପୁର, ୩୧ା୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲରେ ବନ୍ୟା ସ୍ଥିତିକୁ ନେଇ ଜିଲାପାଳ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲାରେ ବନ୍ୟାଜଳ…

ନଭେମ୍ବର ପହିଲାରୁ ସାମୁଦ୍ରିକ ପ୍ରବେଶ କଟକଣା: ସୀମା ଅତିକ୍ରମ କଲେ ବନ୍ଧା ହେବେ ମତ୍ସ୍ୟଜୀବୀ

ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କୂଳଠାରୁ ୨୦ କିମି ପରିଧି କୋର୍‌ ଓ ବଫର ଜୋନ୍‌ ଅଞ୍ଚଳରେ ବର୍ଷ…

ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ: ରାତି ୯ଟା ସୁଦ୍ଧା ବାଣଫୁଟା, ନିୟମ ଉଲଘଂନ କଲେ…

ଭୁବନେଶ୍ୱର,୩୧।୧୦: ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶନିବାର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଗାଇଡଲାଇନରେ ସବୁଜ ବାଣ ବ୍ୟବହାର ଉପରେ…

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସାମ୍ବାଦିକାଙ୍କୁ ବିବାହ କଲେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର,୩୧ା୧୦: : ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି। ଶନିବାର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦମ୍ପତି ଏହି…

୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି: ସୂଚନା ଦେଇ ଜିଲାପାଳ କହିଲେ…

ଛତ୍ରପୁର, ୩୧।୧୦: ଗଞ୍ଜାମ ଜିଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?