ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଉଛନ୍ତି ବୁର୍ଲା ତିଅରପଡ଼ାର କୃପାସିନ୍ଧୁ ବାଗ (୩୫)। ସେ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଠିକା ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ଅଜୟ କୁମାର ମିଶ୍ର।

ଜିଲା ପୋଲିସ ମୁଖ୍ୟାଳୟ (ଡିପିଓ)ରେ ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏଏସ୍‌ପି ମିଶ୍ର କହିଛନ୍ତି ଯେ, ଗତ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଫେସର ସାହୁ ନିଜ ବିଭାଗକୁ ଯାଉଥିବା ସମୟରେ ପୂର୍ବରୁ ସେଠାରେ ଲୁଚି ରହିଥିବା ଅଭିଯୁକ୍ତ କୃପାସିନ୍ଧୁ ତାଙ୍କୁ ଅତର୍କିତ ଭାବେ ଛୁରିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଛୁରି ଆଘାତରେ ପ୍ରଫେସର ସାହୁଙ୍କ ବାମପଟ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତାଙ୍କୁ ବୁର୍ଲାସ୍ଥିତ ଭିମ୍‌ସାରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଘଟଣା ପରେ ବୁର୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ତତ୍ପରତା ପ୍ରକାଶ କରି ଶନିବାର ହୀରାକୁଦ ରିଙ୍ଗବନ୍ଧ ଅଞ୍ଚଳରୁ ଅଭିଯୁକ୍ତ କୃପାସିନ୍ଧୁଙ୍କୁ ଗିରଫ କରିଥିଲା। ଏଥିସହ ଆକ୍ରମଣରେ ବ୍ୟବହୃତ ଛୁରିକୁ ମଧ୍ୟ ଜବତ କରାଯାଇଛି। ଏ ନେଇ ବୁର୍ଲା ଥାନାରେ କେସ୍‌ ନଂ. ୪୫୮/୨୦୨୬ରେ ମାମଲା ରୁଜୁ ହୋଇଛି। ଆଇନଗତ ପ୍ରକ୍ରିୟା ଅନୁଯାୟୀ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ସୁରକ୍ଷା ଓ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ, କାର୍ଯ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ କୃପାସିନ୍ଧୁଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ପୁନର୍ବାର ଚାକିରିରେ ସୁଯୋଗ ଦେବାକୁ ସେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ତାହା ଗ୍ରହଣ କରାଯାଇ ନ ଥିଲା। ଏହାକୁ ନେଇ ଅଭିଯୁକ୍ତ ପ୍ରଫେସରଙ୍କ ପ୍ରତି ଆକ୍ରୋଶ ରଖିଥିଲେ ଏବଂ ପ୍ରତିଶୋଧ ପରାୟଣ ହୋଇ ଏଭଳି ଆକ୍ରମଣ କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏଏସ୍‌ପି ମିଶ୍ର କହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମମତା ଯୋଜନା ନାଁ ରେ ମହିଳା ଙ୍କୁ ଠକେଇ: ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଅପରାଧି

ଦିଗପହଣ୍ଡି,୩୧|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମର ପି. ମିନି ରେଡ୍ଡୀ ନାମ୍ନୀ ଜଣେ ଗର୍ଭବତୀ ମହିଳା ଙ୍କୁ ମମତା…

ଗଞ୍ଜାମରେ ୭୩ ଗାଁ ବନ୍ୟା ପ୍ରଭାବିତ:୫୬ ହଜାର ୫୧ ଜଣଙ୍କୁ ସ୍ଥାନାନ୍ତର

ଛତ୍ରପୁର, ୩୧ା୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲରେ ବନ୍ୟା ସ୍ଥିତିକୁ ନେଇ ଜିଲାପାଳ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲାରେ ବନ୍ୟାଜଳ…

ନଭେମ୍ବର ପହିଲାରୁ ସାମୁଦ୍ରିକ ପ୍ରବେଶ କଟକଣା: ସୀମା ଅତିକ୍ରମ କଲେ ବନ୍ଧା ହେବେ ମତ୍ସ୍ୟଜୀବୀ

ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କୂଳଠାରୁ ୨୦ କିମି ପରିଧି କୋର୍‌ ଓ ବଫର ଜୋନ୍‌ ଅଞ୍ଚଳରେ ବର୍ଷ…

ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ: ରାତି ୯ଟା ସୁଦ୍ଧା ବାଣଫୁଟା, ନିୟମ ଉଲଘଂନ କଲେ…

ଭୁବନେଶ୍ୱର,୩୧।୧୦: ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶନିବାର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଗାଇଡଲାଇନରେ ସବୁଜ ବାଣ ବ୍ୟବହାର ଉପରେ…

୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି: ସୂଚନା ଦେଇ ଜିଲାପାଳ କହିଲେ…

ଛତ୍ରପୁର, ୩୧।୧୦: ଗଞ୍ଜାମ ଜିଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏ ନେଇ…

ବନ୍ୟାଞ୍ଚଳ ପରିଦର୍ଶନବେଳେ ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ କଲେ ଲୋକେ, ଭିଡିଓ ଭାଇରାଲ…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୟଙ୍କର ବନ୍ୟାରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଜୀବନଜୀବିକା ଉଜୁଡ଼ିଯାଇଛି। ହେଲେ ବନ୍ୟା ବିପନ୍ନ ଲୋକେ ପାଣିଘରରେ…

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲାରେ ୧୦ ଅଧିକାରୀ ନିଯୁକ୍ତ

ଛତ୍ରପୁର,୩୧ା୧୦(ଦିଲ୍ଲୀପ ସାମଲ): ‘ଅର୍ଣ୍ଣବ’ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ…

ବନ୍ୟାଞ୍ଚଳ ସ୍ଥିତି ପରଖିଲେ ଜଳସମ୍ପଦ ପ୍ରମୁଖ ସଚିବ, ବିପର୍ଯ୍ୟସ୍ତର ବାସ୍ତବ ଚିତ୍ର ଦେଖି…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି କୂଳ ଲଂଘନ ସହ ବନ୍ଧ ଭାଙ୍ଗିଯିବା ଫଳରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?