ମମତା ଯୋଜନା ନାଁ ରେ ମହିଳା ଙ୍କୁ ଠକେଇ: ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଅପରାଧି

ଦିଗପହଣ୍ଡି,୩୧|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମର ପି. ମିନି ରେଡ୍ଡୀ ନାମ୍ନୀ ଜଣେ ଗର୍ଭବତୀ ମହିଳା ଙ୍କୁ ମମତା ଯୋଜନାରେ ୯ ହଜାର ଟଙ୍କା ମିଳିବାର ପ୍ରତିଶ୍ରୁତି ଦେଇ ସାଇବର ଅପରାଧି ମାନେ ତାଙ୍କ ୨ ଟି ବ୍ୟାଙ୍କ ଜମାଖାତା ରୁ ୧,୨୭,୩୯୩ ଟଙ୍କା ଲୁଟି ନେଇଥିବା ଜଣାପଡିଛି।ଠକେଇର ଶିକାର ହୋଇଥିବା ମିନି ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ମାମଲା ନଂ.୪୪୮/୨୬ ବିଏନଏସ ର ଦଫା – ୩୧୯(୨)/୩୧୮(୪) ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ସାଇବର ଅପରାଧି ମାନେ ପ୍ରଥମେ ଗ୍ରାମର ଆଶାକର୍ମୀ ଏମ୍. ଜୟନ୍ତୀ ରେଡ୍ଡୀଙ୍କୁ ଫୋନ କରି ଗ୍ରାମର ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନାରେ ଆର୍ଥିକ ସହାୟତା ଯୋଗାଇଦିଆଯିବ।ତେଣୁ ଗ୍ରାମର କୌଣସି ଗର୍ଭବତୀ ମହିଳାଙ୍କ ଫୋନ ନଂ କୁ କନଫେରେନ୍ସ ଯୋଗେ ଯୋଗାଯୋଗ  କରିବାକୁ ଜଣେ ବ୍ୟକ୍ତି ଫୋନ କରି ଆଶାକର୍ମୀ ଙ୍କୁ କହିଥିଲେ।ସେ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ର ଅଫିସର ବୋଲି ନିଜର ପରିଚୟ ଦେଇଥିଲେ।ଆଶାକର୍ମୀ ଜଣକ ଗ୍ରାମର ଗର୍ଭବତୀ ମହିଳା ମିନି ଙ୍କୁ ଫୋନ କରି କନଫେରେନ୍ସ ଜରିଆରେ ଯୋଗାଯୋଗ କରାଇ ଦେଇଥିଲେ।ପରେ ଅତି ଚତୁରତାର ସହ ସାଇବର ଅପରାଧି ଜଣକ ମିନିଙ୍କୁ ମମତା ଯୋଜନାରୁ ସହାୟତା ଅର୍ଥରାଶି ମିଳିବାର ପ୍ରଲୋଭନ ଦେଖାଇ ତାଙ୍କୁ ମୋବାଇଲ ରେ ଫୋନ – ପେ ଆପ୍ଲିକେସନ୍ ଖୋଲିବାକୁ କହିଥିଲେ।ପରେ ସେ ପଠାଇଥିବା ଏକ ଲିଙ୍କ୍ କୁ କ୍ଲିକ୍ କରିବାକୁ କହିଥିଲେ। ମିନି ତାଙ୍କ ଫୋନ ରେ ଲିଙ୍କ୍ ଖୋଲିବା ପରେ କୌଶଳକ୍ରମେ ତାଙ୍କ ୟୁପିଆଇ ପିନ୍ ନଂ ମାଗିନେଇ ଦିଗପହଣ୍ଡି ସ୍ଥିତ ୨ ଟି ରାଷ୍ଟ୍ରାୟତ ବ୍ୟାଙ୍କ ଶାଖା ରେ ଥିବା ଜମାଖାତା ରୁ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୨୭,୩୯୩ ଟଙ୍କା ଲୁଟି ନେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।ମିନି ଙ୍କ ମୋବାଇଲ କୁ ଟଙ୍କା ଉଠାଣ ସମ୍ପର୍କିତ ମେସେଜ ଆସିବା ପରେ ସେ ଅବାକ୍ ହୋଇଯାଇଥିଲେ। ଏନେଇ ସେ ଆଶାକର୍ମୀ ଙ୍କୁ ସମସ୍ତ ଘଟଣା ଜଣାଇଥିଲେ।ପରେ ଉଭୟେ ପରିବାର ଲୋକଙ୍କ ସହବ୍ରହ୍ମପୁର ସାଇବର ଥାନା ଏବଂ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବା ପରେ ପୋଲିସ ମକଦ୍ଦମା ରୁଜୁ କରିଥିବା ମିନି କହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭୂତ ଟିପ ମାରି ଭତ୍ତା ନେବା ଘଟଣାର ତଦନ୍ତ ଆରମ୍ଭ

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ (ଭୂତ ଟିପ ମାରି) ଭତ୍ତା ଉଠାଯାଇଥିବା ଅଭିଯୋଗ ଘଟଣାରେ…

ସାର୍ବଜନୀନ ମହାଭିଯୋଗ ସଭାରେ ରାହୁଲଙ୍କ ବଡ଼ ଦାବି: ଜ୍ଞାନେଶ କୁମାର CEC ଭାବେ ତିଷ୍ଠି ପାରିବେ ନାହିଁ

ନୂଆଦିଲ୍ଲୀ,୩୧ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଶନିବାର ପ୍ରତୀକାତ୍ମକ ସାର୍ବଜନୀନ ମହାଭିଯୋଗ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ…

ମହାରାଷ୍ଟ୍ରରେ ଫୁଲବାଣୀ ଗଞ୍ଜେଇର ଚାହିଦା: ସମ୍ମୁଖରୁ ୫ ନିଶା ମାଫିଆଙ୍କୁ ଧରିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା, ୩୧ା୧୦ (ପ୍ରଭାତ ପାଣିଗ୍ରାହୀ): ଫୁଲବାଣୀରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିଲା ଯୋଜନାବଦ୍ଧ କାରବାର। ଦୁଇଟି ଦାମୀ କାର୍‌ରେ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ନେଇ…

ପୁଣି ସମ୍ଭାବ୍ୟ ଲଘୁଚାପକୁ ନେଇ ଆତଙ୍କିତ ଲୋକେ: ବନ୍ୟାରେ ଘରଦ୍ୱାର, ଚାଷଜମି କ୍ଷତିଗ୍ରସ୍ତ; ଜୀବିକା ହରାଇଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ, ୩୧ା୧୦ (ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ମହାବାତ୍ୟାର ରୂପ ନେଇ ଲୋକଙ୍କ ଜୀବନଜୀବିକାକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ପୁଣି ଏକ ସାମୁଦ୍ରିକ ଝଡ଼ ସୃଷ୍ଟି…

ବନ୍ୟାଞ୍ଚଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍: କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ, ନବୀନଙ୍କୁ ଦିଆଯିବ ରିପୋର୍ଟ

ପାତ୍ରପୁର, ୩୧ା୧୦ (ଉମା ଚରଣ ନେପାକ): ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପାତ୍ରପୁର ଅଞ୍ଚଳର କ୍ଷତିଗ୍ରସ୍ତ ଗାଁ…

ଗଞ୍ଜାମରେ ୭୩ ଗାଁ ବନ୍ୟା ପ୍ରଭାବିତ:୫୬ ହଜାର ୫୧ ଜଣଙ୍କୁ ସ୍ଥାନାନ୍ତର

ଛତ୍ରପୁର, ୩୧ା୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲରେ ବନ୍ୟା ସ୍ଥିତିକୁ ନେଇ ଜିଲାପାଳ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲାରେ ବନ୍ୟାଜଳ…

ନଭେମ୍ବର ପହିଲାରୁ ସାମୁଦ୍ରିକ ପ୍ରବେଶ କଟକଣା: ସୀମା ଅତିକ୍ରମ କଲେ ବନ୍ଧା ହେବେ ମତ୍ସ୍ୟଜୀବୀ

ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କୂଳଠାରୁ ୨୦ କିମି ପରିଧି କୋର୍‌ ଓ ବଫର ଜୋନ୍‌ ଅଞ୍ଚଳରେ ବର୍ଷ…

ଦୀପାବଳି ପାଇଁ ଆସିଲା ଗାଇଡ୍‌ଲାଇନ: ରାତି ୯ଟା ସୁଦ୍ଧା ବାଣଫୁଟା, ନିୟମ ଉଲଘଂନ କଲେ…

ଭୁବନେଶ୍ୱର,୩୧।୧୦: ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶନିବାର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଗାଇଡଲାଇନରେ ସବୁଜ ବାଣ ବ୍ୟବହାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?