ଛତ୍ରପୁର, ୩୧।୧୦: ଗଞ୍ଜାମ ଜିଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏ ନେଇ ଶନିବାର ଅନୁଷ୍ଠିତ ପ୍ରେସ୍ମିଟ୍ରେ ଗଞ୍ଜାମ ଜିଲାପାଳ ସୂଚନା ଦେଇଛନ୍ତି।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ସ୍ଥାନରେ ଯାତାୟାତ ଓ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।ଏହି ନିଷ୍ପତ୍ତି ଅନୁଯାୟୀ, ନଭେମ୍ବର ୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। ପରିସ୍ଥିତିରେ ସୁଧାର ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
Dharitri – Odisha’s No.1 Odia Daily

