Posted inଜାତୀୟ

ଭିତରେ ଆମେରିକା ସୈନ୍ୟ, ବାହାରେ ତାଲିବାନୀ

କାବୁଲ, ୨୧।୮: ତାଲିବାନ କବଳରୁ ରକ୍ଷା ପାଇବାକୁ ହେଲେ ଦେଶ ଛାଡ଼ି ପଳାୟନ ଏକମାତ୍ର ମାଧ୍ୟମ। ସେହି ଲକ୍ଷ୍ୟରେ ନିଜ ଘରଦ୍ୱାର, ସମ୍ପତ୍ତି ଛାଡ଼ି ପ୍ରିୟଜନଙ୍କ ସହ ଗଣପଳାୟନ କରୁଛନ୍ତି ଆଫଗାନିସ୍ତାନ ବାସିନ୍ଦା। କାବୁଲସ୍ଥିତ ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ଦୃଶ୍ୟ ଆଫଗାନ୍‌ଙ୍କ ଏଭଳି ଦୁର୍ଦ୍ଦଶା ବଖାଣୁଛି। ବିମାନବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇ ଆମେରିକା ସୈନ୍ୟ ନିଜ ନାଗରିକଙ୍କୁ ଉଦ୍ଧାର କରିବାରେ ଲାଗିଥିବାବେଳେ ଆଫଗାନ୍‌ମାନେ ସେମାନଙ୍କ ନିକଟରୁ ସାହାଯ୍ୟ ଟିକେ ପାଇବାକୁ ଜୀବନ ବାଜି ଲଗାଇଛନ୍ତି। ଆଫଗାନ ନାଗରିକ ତାଲିବାନ ବର୍ବତରାକୁ ନେଇ ଏତେ ଆତଙ୍କିତ ଯେ, ଯେଉଁ ଦେଶର ଶରଣ ମିଳିଲେ ବି ସେମାନେ ସେଠାକୁ ଯିବାକୁ ଚାହୁଁଛନ୍ତି।
ଦେଶ ଛାଡ଼ି ଯଆନ୍ତୁ ବୋଲି ଚାହୁଁନାହିଁ ତାଲିବାନ। ତେଣୁ ସେମାନଙ୍କ ରାସ୍ତା ରୋକିବାକୁ ଏହି ଗୋଷ୍ଠୀ ବଳପ୍ରୟୋଗ କରିବାରେ ଲାଗିଛି। ବିମାନବନ୍ଦର ବାହାରେ ଜଗିରହିଛନ୍ତି ସଶସ୍ତ୍ର ତାଲିବାନୀ। ଲୋକଙ୍କ ଉପରେ ଗୁଳିଚାଳନା ପାଇଁ ମଧ୍ୟ ଆତଙ୍କବାଦୀ ପଛଘୁଞ୍ଚା ଦେଉନାହାଁନ୍ତି। ଏ ସବୁ ଭିତରେ ଆତଙ୍କିତ ଆଫଗାନ୍‌ମାନେ ଯେ କୌଣସି ବାଟଦେଇ ବିମାନବନ୍ଦରରେ ପହଞ୍ଚିବାକୁ ଧାଉଁଛନ୍ତି। ଭାଇରାଲ ହେଉଥିବା ଅନେକ ଭିଡିଓ ଫଟୋରେ ହୃଦୟବିଦାରକ ଦୃଶ୍ୟ କାବୁଲ ବିମାନବନ୍ଦରରେ ଦେଖିବାକୁ ମିଳିଛି। ନିଜ ଜୀବନ ନ ବଞ୍ଚାଇପାରିଲେ ନିଜ ଶିଶୁର ଜୀବନ ରକ୍ଷା ପାଇଁ ସେମାନଙ୍କୁ ଆମେରିକୀୟ ସୈନ୍ୟଙ୍କ ହାତରେ ଟେକିଦେବା ଭଳି ଛାତିଥରା ଛବି ସଂଖ୍ୟା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri