ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେତେବେଳେ ସେ ନିଜକୁ ଜଣେ ଭିଜିଲାନ୍ସ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଛନ୍ତି ତ କେତେବେଳେ ଗୁଣିଆ ହୋଇ ଯୁବତୀମାନଙ୍କୁ ଝାଡୁ ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବାବୁଙ୍କ କାରନାମା ଏତେ ରେ ସିମିତ ନୁହେଁ ଗତ କିଛି ଦିନ ପୂର୍ବେ ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ବାଲସି ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ସିଏଚଓଙ୍କ ଘରେ ପଶିଥିବାବେଳେ ହଠାତ୍‌ ମହିଳାଙ୍କ ସ୍ବାମୀ ଘରକୁ ପଶି ଆସିଥିଲେ। ପରେ ମହିଳାଙ୍କ ସ୍ବାମୀଙ୍କ ଦ୍ୱାରା ଧରାପଡି ସେ ନିସ୍ତୁକ ମାଡ ଖାଇଥିଲେ। ପରେ ମହିଳା ଜଣଙ୍କ କେସିଙ୍ଗା ଆଦର୍ଶ ଥାନାରେ କିଛି ଅନ୍ତରଙ୍ଗ ଫୋଟୋ ଦ୍ୱାରା ତାଙ୍କୁ ବ୍ଲାକ ମେଲିଙ୍ଗ କରୁଥିବା ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଉକ୍ତ ବ୍ଲକ କର୍ମଚାରୀଙ୍କୁ ବ୍ଲକ ପରିସରରୁ ପୋଲିସ ଉଠାଇ ନେଇଥିଲା। ପରେ କେସିଙ୍ଗା ବିଡ଼ିଓଙ୍କ ହସ୍ତକ୍ଷେପ ପରେ ମୋବାଇଲରେ ଥିବା ସମସ୍ତ ଫୋଟୋକୁ ପୋଲିସ ଡିଲିଟ କରିଥିଲେ। ମହିଳା ଓ ତାଙ୍କ ସ୍ବାମୀଙ୍କୁ ଆଗକୁ ଏହିପରି ଭୁଲ ହେବ ନାହିଁ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇ କ୍ଷମା ମାଗିଥିଲେ । ତେବେ ଉଭୟଙ୍କ ମଧ୍ୟରେ ସମାଧାନ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ପ୍ରକାଶ ଥାଉକି , ଏହି ବାବୁ ଜଣଙ୍କ ପୂର୍ବରୁ କର୍ଲାମୁଣ୍ଡା ବ୍ଲକରେ
ଥିବାବେଳେ ଅନେକ ଅନିୟମିତତା ଅଭିଯୋଗ ହେବାରୁ ତାଙ୍କୁ କେସିଙ୍ଗାକୁ ପନିଶମେଣ୍ଟ ଟ୍ରାନ୍ସଫର କରାଯାଇଥିଲା। ତେବେ କେସିଙ୍ଗା ବ୍ଲକରେ ମଧ୍ୟ ତାଙ୍କର କାରନାମା ଦେଖେଇବା ଆରମ୍ଭ କରିଛନ୍ତି । ଯାହା ଏବେ ଧିରେ ଧିରେ ତାଙ୍କର ଅନେକ ଅନିୟମିତତା ଖୋଲିବାରେ ଲାଗିଛି। କେସିଙ୍ଗା ବ୍ଲକରେ କିଏ ତାଙ୍କର ସଂରକ୍ଷକ ସାଜିଛି ଓ କାହାର ବଳିୟାନରେ ସେ ଅନେକ ବେଆଇନ କାମ କରିଚାଲିଛନ୍ତି ତାହା ତଦନ୍ତ ହେବାର ଆବଶ୍ୟକ ରହିଛି। ଜିଲା ପ୍ରଶାସନ ଏପରି ବେପରୁଆ କର୍ମଚାରୀଙ୍କୁ ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସହିତ ଆଲୋଚନା ପୂର୍ବରୁ ହର୍ମୁଜକୁ ନେଇ ଚେତାବନୀ ଦେଲା ଇରାନ, ଆମେ ପୁଣି ପ୍ରତିଶୋଧ ନେବୁ…

ତେହରାନ,୨୫ା୪: ଏକ ଇରାନୀ ପ୍ରତିନିଧି ଦଳ ବର୍ତ୍ତମାନ ପାକିସ୍ତାନରେ ଉପସ୍ଥିତ ଅଛନ୍ତି । ଦେଶର ବୈଦେଶିକ ମନ୍ତ୍ରୀ ନିଜେ ଏହି ଦଳର ନେତୃତ୍ୱ ନେଉଛନ୍ତି । ଆମେରିକା…

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଧରାପଡ଼ିଲେ ଫେରାର ଅଭିଯୁକ୍ତ ସ୍ୱାମୀ

ଖଜୁରିପଡ଼ା,୨୫ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା ଘଟଣାରେ ଶନିବାର ସ୍ୱାମୀ ଗିରଫ ହୋଇଛନ୍ତି।…

ହରଭଜନ ସିଂଙ୍କ ଘର ବାହାରେ ପ୍ରବଳ ହଙ୍ଗାମା, କାନ୍ଥରେ ଦେଶଦ୍ରୋହୀ ଲେଖିଲେ AAP କର୍ମୀ

ନୂଆଦିଲ୍ଲୀ,୨୫ା୪: ଆମ ଆଦମୀ ପାର୍ଟି (ଆପ)ର ଅନେକ ରାଜ୍ୟ ସଭା ଏମପି ଭାଜପାରେ ଯୋଗଦେବା ପରେ ପଞ୍ଜାବରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି । ଦଳର କର୍ମୀମାନଙ୍କ…

ପାନୀୟ ଜଳ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ପୁରୁଷୋତ୍ତମପୁର,୨୫ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ପାନୀୟ ଜଳ ଲାଗି ମହିଳାମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ପାଣି ଯୋଗାଇଦେବାକୁ ଦାବିକରି ବ୍ରହ୍ମପୁର-ପୁରୁଷୋତ୍ତମପୁର…

ରାଘବ ଛାଡିଲେ AAP, ହେଲେ କାହିଁକି ଭାଇରାଲ ହେଉଛି ପରିଣୀତିଙ୍କ ପୁରୁଣା ଭିଡ଼ିଓ? ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ

ମୁମ୍ବାଇ,୨୫।୪: ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ଦମ୍ପତି। ସେମାନେ ସେମାନଙ୍କର ଲଭଲି କେମେଷ୍ଟ୍ରି ଏବଂ ସାଧାରଣରେ ବାରମ୍ବାର ଏକାଠି ଦେଖାଯିବା ଦ୍ୱାରା…

ମେ’ରେ ମାଲାମାଲ୍‌ ହେବେ ୫ ରାଶି! ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀ ଯୋଗୁଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟରେ…

କଟକରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍, ୨ ଗୁରୁତର ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି

କଟକ,୨୫ା୪(ପ୍ରଭୁକଲ୍ୟାଣ ପାଲ୍): କଟକରେ ଆମ ବସ୍ ଦୁର୍ଘଟଣା । କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍ । ବସ୍ ଧକ୍କାରେ ସ୍ୱାମୀ ଓ ସ୍ତ୍ରୀ…

AAP ଛାଡିଲେ ୭ ଏମପି, କଂଗ୍ରେସ କହିଲା-‘ମୋଦିଙ୍କ ଓ୍ବାଶିଂ ମେଶିନ ପୁଣି ସକ୍ରିୟ ହୋଇଗଲାଣି’

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟିର ସାତ ଜଣ ଏମପି ରାଘବ ଚଢା ଏବଂ ସନ୍ଦୀପ ପାଠକଙ୍କ ସମେତ ୭ଜଣ ଦଳ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri