ବାଜିଲା ରାଜ୍ୟ ସରକାରଙ୍କ ମୋହର: ଏଣିକି ଆନ୍ଧ୍ରକୁ ଯିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବନି, ନିର୍ମାଣ ହେବ…

ଗଜପତି,୨।୧୧(ଗିରିଧାରୀ ପରିଛା): ଉପାନ୍ତ ଗଜପତି ଜିଲାରେ ଆନ୍ଧ୍ର ସହ ଗମନା ଗମନ ସୁବିଧା ଏବଂ ବ୍ୟବସାୟିକ ଦୃଷ୍ଟି କୋଣରୁ ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ସୁଦୃଢ ହେବା ଉଦ୍ଦେଶ୍ୟରେ ବହୁଦିନ ଧରି ଲୋକଙ୍କ ଦାବି ରହିଥିଲା। ବଂଶ ଧାରା ନଦୀ ଉପରେ ୨ଗୋଟି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସ୍ବୀକୃତି ମିଳିଛି । ଦୁଇଟି ସେତୁ ନିର୍ମାଣ ପାଇଁ ଏହି ଦୁଇଗୋଟି ସେତୁ ଗୋଟିଏ ହେଉଛି କାଶୀନଗର ବ୍ଲକର ବୁଦୁରା ଠାରୁ ଆନ୍ଧ୍ରର ଲିହୁରି ପର୍ଯ୍ୟନ୍ତ ଅନ୍ୟଟି ଗୋଶାଣୀ ବ୍ଲକର ଶବରା ଠାରୁ ପଦ୍ମପୁର ପର୍ଯ୍ୟନ୍ତ ମହେନ୍ଦ୍ର ତନୟା ନଦୀ ଉପରେ। ଏହି ୨ ଆନିକଟ ନିର୍ମାଣ ହେଲେ ସ୍ଥାନୀୟ ଲୋକେ ଆନ୍ଧ୍ରକୁ ଯିବାପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ପୂର୍ବରୁ ଆନ୍ଧ୍ରକୁ ଯିବାକୁ ହେଲେ ଦୂର ରାସ୍ତା ପଡୁଥିବା ବେଳେ ଖର୍ଚ୍ଚ ଅଧିକ ପଡୁଥିଲା । ସେଥିରୁ ଜନ ସାଧାରଣ ମୁକ୍ତି ପାଇବେ । କେନ୍ଦ୍ର ସରକାରଙ୍କ ନିକଟରେ ଦୀର୍ଘଦିନ ଧରି ଉଭୟ ରାଷ୍ଟ୍ରକୁ ସଂଯୋଗ କରିବା ପାଇଁ ଲୋକଙ୍କ ଦାବି ଅନୁସାରେ ପ୍ରସ୍ତାବ ଦିଆଯାଇଥିଲା। ବର୍ତ୍ତମାନ ସେଥିରେ ମୋହର ବାଜିଛି । ଏହାସହ ପାରଳାଖେମୁଣ୍ଡି ସହରର ବାଇପାସ ରୋଡ଼ ପାଇଁ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଜମି ଅଧିକରଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଯଥାଶୀଘ୍ର ତାହାର କାମ ଆରମ୍ଭ ହେବ। ତେଣୁ ଆଜି ଏକ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓ ମାନ୍ୟବର ମୁଖ୍ୟମନ୍ତ୍ରୀ, ପୂର୍ତ୍ତ ମନ୍ତ୍ରୀ, ଗ୍ରାମ୍ୟଉନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri