Advertisement

ଏଣିକି ଗୁହାଳ ମାଲିକଙ୍କୁ ୟୁଜର୍ସ ଫି’ ଦେବାକୁ ପଡ଼ିବ

କଟକ ଅଫିସ,୩୧ା୧୦: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଗୁହାଳ ଥିଲେ ମାଲିକଙ୍କୁ ୟୁଜର୍ସ ଫି’ ଦେବାକୁ ପଡିବ। ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଭଳି ଗୁହାଳ ମାଲିକଙ୍କଠାରୁ ଫି’ ଆଦାୟ କରିବାକୁ ସିଏମ୍‌ସି ଯୋଜନା ପ୍ରସ୍ତୁତ କରିଛି। ସିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସହରରେ ୩ ହଜାରରୁ ଊର୍ଦ୍ଧ୍ୱ ଗୁହାଳ ରହିଛି। ସେଠାରୁ ଗୋବର ସହ ଅନ୍ୟ ବର୍ଜ୍ୟବସ୍ତୁ ବାହାରୁଛି। ତାହାକୁ ସିଧାସଳଖ ଡ୍ରେନ୍‌କୁ ଛଡାଯାଉଛି। କିଛି ସ୍ଥାନରେ ରାସ୍ତାରେ ବର୍ଜ୍ୟବସ୍ତୁ ପଡି ରହିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଗୁହାଳରୁ ବାହାରୁଥିବା ବର୍ଜବସ୍ତୁ ସିଏମ୍‌ସି ବିନା ମୂଲ୍ୟରେ ନେଉଛି। ସହରରେ କେତେ ଗୁହାଳ ରହିଛି, ସେଠାରେ କେତେ ଗୋରୁ ଅଛନ୍ତି, ସେଠାରୁ ପ୍ରତିଦିନ କେତେ ଗୋବର ବା ବର୍ଜବସ୍ତୁ ବାହାରୁଛି, ସେ ସମ୍ପର୍କରେ ସିଏମ୍‌ସି ଅନୁଧ୍ୟାନ କରିବ। ଏହାପରେ ଗୁହାଳଗୁଡିକୁ ପଞ୍ଜୀକରଣ କରାଯାଇ ମାଲିକମାନଙ୍କଠାରୁ ୟୁଜର୍ସ ଫି’ ଆଦାୟ କରାଯିବ। କେବଳ ୟୁଜର୍ସ ଫି’ ନୁହେଁ ଗୁହାଳରୁ ବାହାରୁଥିବା ଗୋବର ନେବ ସିଏମ୍‌ସି। ସେଥିରେ ଖତ ପ୍ରସ୍ତୁତ କରି ବିକ୍ରି କରାଯିବ। ସୂଚନାଯୋଗ୍ୟ, ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲଠାରୁ ସିଏମ୍‌ସି ୟୁଜର୍ସ ଫି’ ଆଦାୟ କରି ସେବା ଯୋଗାଉଛି। ହେଲେ ଘରୋଇ ସଂସ୍ଥା ଫି’ ନ ଦେଇ ବର୍ଷ ବର୍ଷ ଧରି ସିଏମ୍‌ସିଠାରୁ ସୁବିଧା ପାଉଛି। ତେଣୁ ଏବେ ଗୁହାଳ ମାଲିକମାନଙ୍କଠାରୁ ୟୁଜର୍ସ ଫି’ ଆଦାୟ କରିବାକୁ ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଗିଚାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଇଁସିରା ଗ୍ରାମର ଏକ ଆମ୍ବ ବଗିଚାରୁ ଶନିବାର ସକାଳେ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ...

ଯୁବତୀଙ୍କୁ ବଳାତ୍କାର, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୬ା୧୧-ଜନୈକା ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ କୈଳାସନଗରର ଦଣ୍ଡପାଣି ବେହେରା।...

ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା...

ଫାର୍ମାସିଷ୍ଟ ନିଯୁକ୍ତିକୁ ବିରୋଧ : ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ

ନାଉଗାଁ,୧୧।୭(ସ୍ବ.ପ୍ର.) : ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତର ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟସେବାରେ...

ଦାରିଙ୍ଗବାଡି ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୧ା୮(ଡି.ଏନ.ଏ.)- କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରବିବାର ଦାରିଙ୍ଗବାଡ଼ି ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା...

ବ୍ରହ୍ମପୁର ୪ ଦିନ ପାଇଁ ଶଟ୍‌ଡାଉନ୍‌

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.)- ବ୍ରହ୍ମପୁର ମହାନଗରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ସହରରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଆସନ୍ତା ୨୭ରୁ ୩୦...

ନ୍ୟାୟ ଅପେକ୍ଷାରେ ଦୃଷ୍ଟିହୀନ ଦମ୍ପତି

ବୋଲଗଡ଼,୪ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ତଥା ବେଗୁନିଆ ଥାନା ଅଧୀନ କଡ଼ବ ଗ୍ରାମ ତଳସାହିର ଦୃଷ୍ଟିବାଧିତ ବାଲୁଙ୍କେଶ୍ବର ପାଇକରାୟ (୫୨) ପୈତୃକ ସମ୍ପତ୍ତି ପାଇବାରୁ...

ପୋଲିସର ଗାଡ଼ି ଯାଞ୍ଚ ଆରମ୍ଭ: ହେଲମେଟ ନ ପିନ୍ଧି ଗଣିଲେ ଜରିମାନା

ସୋରଡା,୨୮।୧୦: ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ୍‌ ଚାଳକଙ୍କୁ ଅଟକାଇ ଜରିମାନା...

Advertisement
Archives

Model This Week