ଯୋଜନାରେ ଆସିବ ସ୍ବଚ୍ଛତା: ଏଣିକି ଇ-କେୱାଇସି ଧରିବ ନକଲି ଶ୍ରମିକ

ଭଞ୍ଜନଗର,୧୯ା୧୦(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନେକ ଗଳା ବାଟରେ ସୁଯୋଗ ନେଇ କୋଟି କୋଟି ଟଙ୍କା ଲୁଟ୍‌ ହେଉଥିଲା। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହେଉଥିଲା। ତେଣୁ ଯୋଜନାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ପଦକ୍ଷେପ ନେଇଛନ୍ତି। ତେଣୁ ସମସ୍ତ ଜବ୍‌କାର୍ଡଧାରୀଙ୍କ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଇ-କେୱାଇସି ଅପଡେଟ୍‌ କରିବେ ସେମାନେ ହିଁ ଆଗାମୀ ଦିନରେ କାମ କରିପାରିବେ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଇ-କେୱାଇସି ଅପଡେଟ୍‌ ଚାଲିବ। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ମଧ୍ୟ ଏହି ପ୍ରକ୍ରିୟା ଚାଲିଛି। ବିଡିଓ ଭାରତୀ ଦେବୀ ଏବଂ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଗ୍ରାମ ବୁଲି କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି।

ସୂଚନାଯୋଗ୍ୟ, ପୁର୍ବରୁ ଏହି ଯୋଜନାରେ କାମ ଜଣେ କରୁଥିଲେ ଆଉ ଜଣେ ବେନିୟମ ଭାବେ ଟଙ୍କା ଉଠାଉଥିଲେ। ଏହିଭଳି ଗଳା ବାଟର ସୁଯୋଗ ନେଇ ବିପୁଳ ଅର୍ଥ ବାଟମାରଣ ହେଉଥିଲା। ଏଥିରେ ଅଫିସରଙ୍କଠାରୁ ଆରମ୍ଭ କରି କୁଜିନେତା, ମଧ୍ୟସ୍ଥି ଲାଭବାନ ହେଉଥିଲେ। କିନ୍ତୁ ନୂଆ ଯୋଜନାରେ ଏଣିକି ଯେଉଁ ଶ୍ରମିକ କାମ କରିବେ ତାଙ୍କରି ନାମରେ ହିଁ ଟଙ୍କା ଯିବ। ଏହାଦ୍ବାରା ଯୋଜନାରେ ସ୍ବଚ୍ଛତା ଆସିବ ବୋଲି ସରକାର ଆଶା ରଖିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଲା ଗ୍ରାମୀଣ ଅଞ୍ଚଳର ନିବାସୀମାନଙ୍କୁ ଜୀବିକା ସୁରକ୍ଷା ଦେବା ପାଇଁ ଗୋଟିଏ ନିଶ୍ଚିତ ରୋଜଗାର ସୁଯୋଗ ପ୍ରଦାନ କରିବା। ଏହାର ଉଦ୍ଦେଶ୍ୟ ହେଲା ଗ୍ରାମୀଣ ଅଞ୍ଚଳରେ ବେକାରି ହ୍ରାସ କରିବା। ଜଣକୁ ପ୍ରତିବର୍ଷ ୧୦୦ ଦିନ ନିଶ୍ଚିତ କାମ ଦେଇ ଆୟ ବୃଦ୍ଧି କରିବା । ଗ୍ରାମାଞ୍ଚଳରେ ପାଣି, ମାଟି, ଜଙ୍ଗଲ, ରାସ୍ତା ଇତ୍ୟାଦିର ଉନ୍ନତି କରିବା। ଗ୍ରାମୀଣ ଅଞ୍ଚଳରେ ସୁସ୍ଥାୟୀ ଉନ୍ନତି ସୁନିଶ୍ଚିତ କରିବା। ଦରିଦ୍ର ଓ ପଛୁଆ ଶ୍ରେଣୀର ଲୋକମାନଙ୍କୁ ଆତ୍ମନିର୍ଭର କରିବା। ମହିଳାମାନଙ୍କ ପାଇଁ ସମାନ ରୋଜଗାର ସୁଯୋଗ ସୃଷ୍ଟି କରିବା । ଏହି ଯୋଜନାକୁ ପ୍ରଥମେ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (NREGA) ଭାବେ ୨୦୦୫ରେ ଭାରତୀୟ ସଂସଦ ଦ୍ୱାରା ପାସ୍‌ କରାଯାଇଥିଲା। ଏହାକୁ ୨ ଫେବୃଆରୀ ୨୦୦୬ରୁ ଦେଶର ୨୦୦ ଜିଲାରେ ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା। ପରେ ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇ ୨ ଅକ୍ଟୋବର ୨୦୦୯ (ମହାତ୍ମା ଗାନ୍ଧୀ ଜୟନ୍ତୀ)ରେ ଏହାକୁ ନୂଆ ନାମ ମହାତ୍ମା ଗାନ୍ଧୀ ନାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍‌ (MGNREGS)ରେ ପରିବର୍ତ୍ତନ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ରେଞ୍ଜର ସମୀକ୍ଷା କଲେ ଡିଏଫଓ, ବିଦ୍ୟୁତ ପ୍ରହରୀ…

ପାଟଣା,୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ବନଖଣ୍ଡର ଡିଭିଜନାଲ ଫରେଷ୍ଟ…

ଖଣ୍ଡାଦେଉଳି ଅଞ୍ଚଳରେ ଶୋକର ଛାୟା, ୪ ଥର ସରପଞ୍ଚ ହୋଇଥିଲେ କମ୍ରେଡ ଲିଙ୍ଗରାଜ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡାଦେଉଳି ପଂଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସିପିଏମ ନେତା କମ୍ରେଡ ଲିଙ୍ଗରାଜ ପଲେଇଙ୍କ ଦେହାନ୍ତ ହୋଇଛି ।…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ସ୍ୱପ୍ନର ବାଂଲାଦେଶ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri