ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ ବିକ୍ରି କରି ପାରିନାହାନ୍ତି। ବିଭାଗୀୟ ଅବହେଳା ଯୋଗୁ ସେମାନେ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇଥିବାରୁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କିଛି ସୁଫଳ ନ ପାଇବାରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ଗତମାସ ୯ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଧାରଣାରେ ବସିଛନ୍ତି। ଏହାସତ୍ତ୍ୱେ ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନେ ନିର୍ବିକାର ରହିଛନ୍ତି। ଅନ୍ୟପଟେ ଚାଷୀଙ୍କ ଏହି ଧାରଣାକୁ ସମର୍ଥନ ବଢ଼ିବାରେ ଚାଲିଛି। ସୋମବାର ବରଗଡ଼ ଜିଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ଧାରଣାସ୍ଥଳକୁ ପହଞ୍ଚିଥିଲେ। ଚାଷୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବେ ଏବଂ ଆବଶ୍ୟକ ପଡ଼ିଲେ ଚାଷୀଙ୍କୁ ନ୍ୟାୟିକ ସହଯୋଗ ମଧ୍ୟ ଯୋଗାଇ ଦିଆଯିବ ବୋଲି ସଂଘର ପ୍ରତିନିଧିବୃନ୍ଦ କହିଥିଲେ।

ସୂଚନା ଅନୁଯାୟୀ, ଉପରୋକ୍ତ ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ଗତ ଖରିଫ ଧାନ ସଂଗ୍ରହ ପାଇଁ ହୋଇଥିବା ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ଚାଷୀମାନେ ନିର୍ଦ୍ଧାରିତ ସମୟରେ ଆବଶ୍ୟକ କାଗଜାତ୍‌ ପ୍ରଦାନ କରି ଧାନବିକ୍ରି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ମାତ୍ର ଅନେକ ଚାଷୀଙ୍କୁ ପଞ୍ଜୀକରଣରୁ ବାଦ୍‌ ଦିଆଯାଇଛି। ସେମାନେ ଅମଳ କରିଥିବା ଧାନ ମଧ୍ୟରୁ ବିକ୍ରିଯୋଗ୍ୟ ପ୍ରାୟ ୨୫ହଜାର ପକେଟ୍‌ ଧାନ ସହରାଟିକ୍ରା ମଣ୍ଡି ଉପରେ ପଡ଼ି ରହିଛି। ଏହି ଧାନ କିଣିବା ପାଇଁ ଚାଷୀମାନେ ବାରମ୍ବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଁ ଧପଡ଼ ହୋଇଥିଲେ। କେବଳ ସେତିକି ନୁହେଁ, ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ଯୋଗାଣ ମନ୍ତ୍ରୀ, ମଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଥିଲେ। ତଥାପି ସମସ୍ୟା ଅସମାହିତ ରହିଛି। ଫଳରେ ଏହାର ପ୍ରତିବାଦରେ ଚାଷୀମାନେ ଖରା, ଝଡ଼ବର୍ଷା, କରାମାଡ଼ ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି। ସମସ୍ୟାର ସମାଧାନ କରିବା ତ ଦୂରର କଥା, କୌଣସି ନିର୍ବାଚିତ ବିଧାୟକ ଚାଷୀଙ୍କ ସହିତ ଆଲୋଚନା ପାଇଁ ସୁଦ୍ଧା ଧାରଣାସ୍ଥଳକୁ ପହଞ୍ଚି ନାହାନ୍ତି। ସେହିପରି ସମ୍ପୃକ୍ତ ଚାଷୀଙ୍କ ଧାନ କିଣିବାରେ ପ୍ରଶାସନ ମଧ୍ୟ ଅସହାୟ ହୋଇପଡ଼ି ହାତ ଟେକି ଦେଇଛି। ଅନ୍ୟପଟେ ଚାଷୀଙ୍କ ଧାରଣାକୁ ସମର୍ଥନ ବଢ଼ି ଚାଲିଛି। ଜିଲାର ବିଭିନ୍ନ ଚାଷୀ ସଂଗଠନ ସମେତ ପଡ଼ୋଶୀ ସମ୍ବଲପୁର ଜିଲାର କୃଷକ ସଂଗଠନ ଧାରଣାସ୍ଥଳକୁ ଆସି ସମର୍ଥନ ଜଣାଇ ସାରିଛନ୍ତି। ସେହିପରି ବିଜେଡ଼ି, କଂଗ୍ରେସ, ଆମ ଆଦମୀ ପାଟି, ସମ୍ବିଧାନ ସୁରକ୍ଷା ମଞ୍ଚ ସମେତ ବିଭିନ୍ନ ସଂଗଠନ ସମର୍ଥନ ଜଣାଇ ଥିବାବେଳେ ଜିଲା ଓକିଲ ସଂଘ ଧାରଣାସ୍ଥଳକୁ ଆସି ଚାଷୀଙ୍କ ହକ୍‌ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି।
ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧାରଣାସ୍ଥଳକୁ ଆସି ଚାଷୀଙ୍କ ସହିତ ଧାରଣାରେ ବସିବା ସହିତ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ଖରିଫରେ ଅମଳ ଧାନ ବିକ୍ରି କରି ନ ପାରି ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ଚାଷୀମାନେ ଜିଲା ଓକିଲ ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ। ଓକିଲ ସଂଘ ଚାଷୀମାନଙ୍କ ଏହି ସମସ୍ୟାକୁ ଗୁରୁତ୍ୱର ସହିତ ନେଇଥିଲା। ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି ସଂଘର ପ୍ରତିନିଧିମାନେ କହିବା ସହିତ ପ୍ରଶାସନିକ ନୀରବତାକୁ ସମାଲୋଚନା କରିଥିଲେ। ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ଏବଂ ଦରକାର ପଡ଼ିଲେ ଆଇନଗତ ସହଯୋଗ କରାଯିବ ବୋଲି ମଧ୍ୟ ଓକିଲ ସଂଘର ପ୍ରତିନିଧିବୃନ୍ଦ କହିଥିଲେ। ସଂଘର ସଭାପତି ସରାଫଙ୍କ ସମେତ ସମ୍ପାଦକ ହରିହର ପ୍ରଧାନ, ଉତ୍ତର ପ୍ରଧାନ, ସନକ ଦାଶ, ସନ୍ତୋଷ ଦାଶ, ଅଧିକାରୀ ପ୍ରଧାନ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ରେ ଖାନ ସାର୍‌: କୋଚିଂ ସେଣ୍ଟର ଉଡ଼ାଇ ଦେବାକୁ ଧମକ

ପାଟନା,୩।୬: ବିହାରର ପାଟନାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସାରା ବିହାରରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ…

ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ

ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…

ବିଜେଡି ଛାଡ଼ିଲେ ପୂର୍ବତନ କର୍ପୋରେଟର, ନବୀନଙ୍କୁ ଇସ୍ତଫାପତ୍ର ପଠାଇ କହିଲେ…

କଟକ,୩ା୬: ଜଣଙ୍କ ପରେ ଜଣେ ନେତା ବିଜେଡିର ହାତ ଛାଡୁଛନ୍ତି। ଦେବାଶିଷଙ୍କ ପରେ ଏବେ ବିଜେଡି ଛାଡ଼ିଛନ୍ତି କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ। ସେ ତାଙ୍କର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ଜଣ ଜିଅନ୍ତା ଜଳିଗଲେ,ବଢ଼ିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩।୬: ଦିଲ୍ଲୀର ମାଲବ୍ୟ ନଗରରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା…

ମନ୍ତ୍ରୀଙ୍କ ବଡ଼ ସୂଚନା: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର, ୩।୬: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ…

ଦିଅର ମାଡ଼ରେ ଚାଲିଗଲା ଭାଉଜଙ୍କ ଜୀବନ: ପାରିବାରିକ କଳହ ସାଜିଲା କାଳ

ଧର୍ମଶାଳା, ୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ସାରୋଇ ଗ୍ରାମରେ ଦିଅର ମାଡ଼ରେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri