ଏବେ ଚାଇନା

ଧର୍ମନିରପେକ୍ଷ ତଥା ବହୁ ଧର୍ମ ଓ ସମ୍ପ୍ରଦାୟର ବିବିଧତା ମଧ୍ୟରେ ସହାବସ୍ଥାନର ଦେଶ ଭାବେ ଭାରତକୁ କେହି ସ୍ବୀକାର କରିପାରନ୍ତି, କିନ୍ତୁ ଏବକାର ସରକାରକୁ ନେଇ ମୋର ସମସ୍ୟା ରହିଛି। ଏହି ସ୍ତମ୍ଭରେ ବିଗତ କିଛି ବର୍ଷ ହେଲା ଅନେକ ଲେଖାରେ ଏହା ଦେଖିବାକୁ ମିଳିଛି। ବିଚାରଧାରା ଓ ନୀତିଗୁଡ଼ିକରେ ଥିବା ଭିନ୍ନତାକୁ ଆଧାରକରି ଏହିସବୁ ଲେଖା ପ୍ରକାଶ ପାଇଛି। ଅନେକଙ୍କ ଭଳି ମୁଁ ମଧ୍ୟ ଭାବୁଛି, ହିନ୍ଦୁତ୍ୱ ହେଉଛି ସମସ୍ୟାବହୁଳ ଏବଂ ଦେଶ ଉପରେ ଅବାସ୍ତବ ଭାବେ ଏହାକୁ ଲଦିଦିଆଯାଇଛି। ଏହା ମଧ୍ୟରେ ଘୃଣା ଓ ଅସହମତି ବିଷୟଗୁଡ଼ିକର ଏକ ଲମ୍ବା ତାଲିକା ରହିଛି। ଏସବୁ ବିଷୟ ଭିତରୁ ଅତିକମ୍‌ରେ ମୋ ପସନ୍ଦର ଦୁଇଟି ବିଷୟକୁ ଯଦି ବାଛିବାକୁ କୁହାଯାଏ, ତେବେ ପ୍ରଥମେ ମୁଁ କହିବି, ଏହି ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର ସ୍ବର ଦୃଢ଼ କରିଛନ୍ତି। ଦ୍ୱିତୀୟ ବିଷୟ ହେଉଛି ଏହି କାରଣରୁ ସେ ଅନେକ ସମର୍ପିତ ଅନୁଗାମୀ ବା ସମର୍ଥକଙ୍କୁ ସୃଷ୍ଟି କରିଛନ୍ତି, ଯେଉଁମାନେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି। ଏହା ଏକ ଗୁରୁତ୍ୱହୀନ ବୁଝାମଣା ଭଳି ମନେହେଲେ ମଧ୍ୟ ଏଥିରେ ଥିବା କିଛି ରହସ୍ୟକୁ ବାହାରକରିବା ସହଜ ନୁହେଁ। ୧୨ ବର୍ଷର ସବୁ ଘଟଣାକୁ ଯଦି ଜଣେ ଆକଳନ କରନ୍ତି, ତେବେ ଏସବୁର ସମ୍ପୂର୍ଣ୍ଣ ପ୍ରଭାବରୁ ବର୍ର୍ତ୍ତିିବା କଷ୍ଟର ହୋଇଯିବ। ସେ କ’ଣ କରୁଛନ୍ତି ସେଥିରେ ସମସ୍ୟା ନାହିଁ। କିନ୍ତୁ ଯେତେବେଳ ଯାଏ ବାଛବିଚାରର ଆଇନ, ବାଦ୍‌ ଦିଆଯିବାର ନୀତି ଏବଂ ଘୃଣା ମନ୍ତବ୍ୟ ମାଧ୍ୟମରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବ ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ସମର୍ଥନ କରୁଥିବା ଲୋକେ ଅସନ୍ତୁଷ୍ଟ ହେବେ ନାହିଁ। ଯାହାକୁ ମୁଁ ବାସ୍ତବ ମନେକରେ ଆଜି ସେହି ବିଷୟରେ ଲେଖିବା ପାଇଁ ଚେଷ୍ଟା କରିଥିଲି, କାରଣ ଏହା ଆମ ଚାରିପାଖରେ ଦୃଶ୍ୟମନ ହେଉଛି। ଅନୁଧ୍ୟାନ କରିବା ପାଇଁ ଗତ କିଛି ସପ୍ତାହରେ ଘଟିଥିବା ଘଟଣାଗୁଡ଼ିକ ତଥ୍ୟ ଯୋଗାଇଦିଏ। ସାମଗ୍ରୀ ଓ ସେବା ଟିକସ ବିଷୟକୁ ଦେଖାଯାଉ। ପ୍ରାୟ ୧ ଦଶନ୍ଧି ପୂର୍ବେ ଏହା ଯେତେବେଳେ ପାରିତ ହୋଇଥିଲା, ସେତେବେଳେ ଆମକୁ କୁହାଯାଇଥିଲା ଯେ, ଏହା ହେଉଛି ପର ପିଢ଼ିର ଏକ ସୁଧାର, ଯାହା ଭାରତର ଅର୍ଥ ବ୍ୟବସ୍ଥାର ଶକ୍ତି ବୃଦ୍ଧି କରିବା ପାଇଁ ଇଞ୍ଜିନ ଭଳି କାମ କରିବ। ହେଲେ ଏହା କିଭଳି ଘଟିବ ସେ ସମ୍ପର୍କରେ ସରକାରଙ୍କ ବିଶେଷଜ୍ଞମାନେ କିଛି କହି ନ ଥିଲେ, ବରଂ ସେମାନେ ଟିଭିରେ କହିଥିଲେ, ଏହା ଜିଡିପି ଅଭିବୃଦ୍ଧିରେ ୨% ଯୋଗକରିବ। କିନ୍ତୁ ଏହା ହୋଇପାରିନାହିଁ। ଏହା ବିଜ୍‌ନେସ୍‌ ପାଇଁ ଅତ୍ୟନ୍ତ ଜଟିଳ ଏବଂ ଗରିବଙ୍କ ଉପରେ ବଡ଼ ବୋଝ ବୋଲି ସେତେବେଳେ ବିରୋଧୀ ଅଭିଯୋଗ ଆଣିଥିଲା, କାରଣ ଏହି ଅପ୍ରତ୍ୟକ୍ଷ କର ସେମାନଙ୍କୁ ଭୀଷଣ କ୍ଷତିଗ୍ରସ୍ତ କରିବ। ଏହା ରାଜ୍ୟଗୁଡ଼ିକ ପାଇଁ ଅନ୍ୟାୟ, କାରଣ ସେମାନେ ରାଜସ୍ବକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଏହିସବୁ ଅଭିଯୋଗ ସତ୍ୟ ଓ ନ୍ୟାୟସଙ୍ଗତ ଥିଲା। ଚଳିତ ସପ୍ତାହରେ ଟିକସ ହାରରେ ପରିବର୍ତ୍ତନ କରାଯାଇ ଆମକୁ ପୁନର୍ବାର କୁହାଯାଇଛି, ପ୍ରଥମ ଜିଏସ୍‌ଟି ତ୍ରୁଟିପୂର୍ଣ୍ଣ ଥିବାରୁ ଏହି ପରିବର୍ତ୍ତିତ ହାର ପରପିଢ଼ିର ଏକ ସୁଧାର। ସମର୍ପିତ ସମର୍ଥକ ଗୋଷ୍ଠୀରେ ନ ଥିବା କେହି ଜଣେ ପ୍ରଶ୍ନ ପଚାରିବ- କାହିଁକି ଏହା ଉପଲବ୍ଧି କରିବାକୁ ଏତେ ବର୍ଷ ଲାଗିଗଲା? ୨୦୧୭ର ଜିଏସ୍‌ଟି ସମର୍ଥକଙ୍କ ପାଇଁ ବଡ଼ ବିଷୟ ଥିଲା ଏବଂ ଏବେ ୨୦୨୫ର ପରିବର୍ତ୍ତିତ ଜିଏସ୍‌ଟି ମଧ୍ୟ ଭୟାନକ ହେବ।
ସକାଳ ଖବରକାଗଜର ଶୀର୍ଷକରେ ପ୍ରକାଶ ପାଇଥିଲା-ଟ୍ରମ୍ପ ଭାରତ ପ୍ରତି ଥିବା ତାଙ୍କ ମାନସିକତାରେ ପରିବର୍ତ୍ତନ ଆଣିଛନ୍ତି ଓ ମୋଦିଙ୍କୁ ଜଣେ ବଡ଼ ବନ୍ଧୁ କହିଛନ୍ତି। ଏହା ‘ଚାଇନାର ଅନ୍ଧକାରରେ ହଜିଯାଇଛି’ ଶୀର୍ଷକ ଖବର ପ୍ରକାଶ ପାଇବାର ଠିକ୍‌ ପରଦିନ ସାମ୍ନାକୁ ଆସିଥିଲା। ସେ ତାଙ୍କ ୫୦% ଟାରିଫ୍‌ ଅଧୁରା ରଖିଛନ୍ତି କି। ନା। ତାଙ୍କ ପ୍ରଶାସନ ଏହାର ନୀତିକୁ ପରିବର୍ତ୍ତନ କରିଛି କି? ରୁଷିଆରୁ ଭାରତ କିଣୁଥିବା ତୈଳକୁ ନେଇ ଭାରତକୁ ଦଣ୍ଡ ଦିଆଯାଇଛି ବୋଲି ଟ୍ରମ୍ପ ପ୍ରଶାସନ ଯାହା କହିଛି ସେଥିରେ ପରିବର୍ତ୍ତନ କରିଛି କି? ନା। କିନ୍ତୁ ସେହି ଦିନ ଟ୍ରମ୍ପ୍‌ଙ୍କ ବାଣିଜ୍ୟ ସଚିବ ଲୁଟ୍‌ନିକ ସାଧାରଣରେ ଦେଇଥିବା ମନ୍ତବ୍ୟ ମଧ୍ୟ ସେହି ଖବରକାଗଜରେ ପ୍ରକାଶ ପାଇଥିଲା। ସେ କହିଥିଲେ,”ଭାରତ ଦୁଃଖ ପ୍ରକାଶ କରିବ ଏବଂ ୨ ମାସ ମଧ୍ୟରେ ଚୁକ୍ତି କରିବ“। ତେବେ କେଉଁଠି ଟ୍ରମ୍ପ୍‌ ଭାରତମୁହାଁ ହେଲେ? ଏହା କେବଳ ସେହି ସମର୍ଥକଙ୍କ ମାନସିକତାରେ ରହିଛି। ଆମେରିକା ଓ ଭାରତର ଟାରିଫ୍‌ ଦ୍ୱନ୍ଦ୍ୱ ମଧ୍ୟରେ ପ୍ରଧାନମନ୍ତ୍ରୀ ଆସନ୍ତା ମାସରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ୟୁଏନ୍‌ଜିଏକୁ ସମ୍ବୋଧିତ କରିବେ ନାହିଁ ବୋଲି ସକାଳେ ଆଉ ଏକ ଖବର ପ୍ରକାଶ ପାଇଥିଲା। ସମସ୍ୟା ଲାଗି ରହିଛି। କିନ୍ତୁ ଯଦି ଆମେ ନିଜେ ବୁଝିଯାଇଛୁ ଯେ ଆମର ବିଜୟ ହୋଇଛି, ତେବେ କାହିଁକି ଆମେ ଏ ସମସ୍ୟାକୁ ନେଇ ମୁଣ୍ଡ ଖେଳାଇବା? ୨୦୨୦ର ପ୍ରାରମ୍ଭିକ ମାସଗୁଡ଼ିକରୁ ଆଜିପର୍ଯ୍ୟନ୍ତ ୫ ବର୍ଷ ହେଲା ଏହି ଦେଶ ଚାଇନାକୁ ଶତ୍ରୁ ଭାବେ ଦେଖିୁଥିବା କୁହାଯାଇଆସିଛି। ଚାଇନାର ଆପ୍‌କୁ ଡିଲିଟ୍‌ କରିବା ଏବଂ ସେମାନଙ୍କ ଟିଭିକୁ ଫିଙ୍ଗିଦେବା ପାଇଁ ସମର୍ଥକଙ୍କୁ କୁହାଯାଇଥିଲା। ଚାଇନାକୁ ରୋକିବା ପାଇଁ ଆମେ ଆମେରିକାର ସହଭାଗୀ ହେବା ଦରକାର ବୋଲି ସେମାନଙ୍କ ମୁଣ୍ଡରେ ପୂରାଇଦିଆଯାଇଥିଲା। ଥିଙ୍କ୍‌ଟ୍ୟାଙ୍କରେ ଥିବା ଭୂ-ରଣନୀତିକ ବିଶେଷଜ୍ଞମାନେ ସରକାରଙ୍କ ଏହି କଥାରେ ସହମ୍ମତି ପ୍ରକାଶକରି ଏଭଳି ବଡ଼ ପରିବର୍ତ୍ତନ ସପକ୍ଷରେ ଲେଖିଥିଲେ ଏବଂ ଏହା ଆମକୁ ପାଶ୍ଚାତ୍ୟ ରାଷ୍ଟ୍ରସମୂହର ନିକଟତର କରୁଛି ବୋଲି କହିଛନ୍ତି।
କିଛିଦିନ ପୂର୍ବରୁ, ଏହି ମାନସିକତା କେବଳ ବନ୍ଦ ହୋଇନାହିଁ, ବରଂ ଏଥିରେ ପରିବର୍ତ୍ତନ ଦେଖାଦେଇଛି। ଏବେ ଚାଇନା ଆମର ମିତ୍ର ପାଲଟିଯାଇଛି ଏବଂ ଆମେ ଏହା ସାହାଯ୍ୟରେ ଆମେରିକାର ପ୍ରାଧାନ୍ୟକୁ ହଟାଇପାରିବା ବୋଲି ମନେକରୁଛୁ। ୨୦୨୦ରେ କିମ୍ବା ତା’ ପୂର୍ବରୁ ଚାଇନା ଆମକୁ ଯେଉଁ ଦୃଷ୍ଟିରେ ଦେଖୁଥିଲା ଏବେ ଭିନ୍ନ ଭାବେ ଦେଖୁଛି କି? ଅବଶ୍ୟ ନୁହେଁ। ଆମେ କେବଳ ପରିବେଶକୁ ଦେଖି ମନକୁ ଖାପ ଖୁଆଇ ନେଇଛୁ। ଏହା ହେଉଛି ଆମର ‘ ଲକ୍‌ ଇଷ୍ଟ ଲୁକ୍‌ ଓ୍ବେଷ୍ଟ’ ଆଦି ନୀତି। ମୋ ମତରେ ବିଗତ ବର୍ଷଗୁଡ଼ିକରେ ସରକାର ଯାହାସବୁ କରିଛନ୍ତି ସେଥିରୁ ଅନେକ ପସନ୍ଦଯୋଗ୍ୟ ନୁହେଁ। ବାସ୍ତବରେ କ୍ଷତି ଘଟିଛି ଏବଂ ଏଭଳି କ୍ଷତି ମଧ୍ୟ ଆଗାମୀ ଦଶନ୍ଧିଗୁଡ଼ିକରେ ଜାରିରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri