ୟୁରିଆ ସାର ସଙ୍କଟ ପଛରେ ବଡ଼ କେଳେଙ୍କାରୀ

ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଧିକ ଧାନ ଉପତ୍ାଦନ ପାଇଁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏହି ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। କେତେବେଳେ ଧାନ ବିକ୍ରିବଟା ତ ଆଉକେବେ ଧାନବିକ୍ରି ପାଇଁ ପଞ୍ଜୀକରଣ ନୀତିକୁ ନେଇ ଚାଷୀଙ୍କ ହଟହଟା ହେବାକୁ ପଡ଼ୁଛି। ଏବେ ଜିଲାରେ ଖରିଫ୍‌ ଚାଷକୁ ୨ମାସ ବିତିଯାଇ ଥିବାବେଳେ ଚାଷୀଙ୍କୁ ଆବଶ୍ୟକ ମୁତାବକ ୟୁରିଆ ସାର ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗତବର୍ଷ ଖରିଫ୍‌ ତୁଳନାରେ ଏଥର ଅଧିକ ୟୁରିଆ ସାର ଆବଣ୍ଟିତ କରାଯାଇଥିବା କୃଷି ବିଭାଗ ସୂଚନା ଦେଇଛି। ଏଭଳି ସ୍ଥଳେ ଜିଲାକୁ ଆସିଥିବା ୟୁରିଆ ସାର ଚାଷୀଙ୍କୁ ଅପହଞ୍ଚ ହୋଇପଡ଼ି କୁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠିଥିବାବେଳେ ଏହାକୁ ନେଇ ଦେଖାଯାଇଥିବା ଚାଷୀ ଅସନ୍ତୋଷ ଆନ୍ଦୋଳନ ରୂପ ନେଇଛି। ଏହି କ୍ରମରେ ଶନିବାର ଜିଲାର ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍‌ ଏବଂ ଛୁରିଆପାଲି ନିକଟ ଲେଖାପଥରରେ ଅସନ୍ତୁଷ୍ଟ ଚାଷୀମାନେ ୟୁରିଆ ସାର ବୋଝେଇ ଟ୍ରକକୁ ଅଟକ ରଖିଥିଲେ। ବିଭାଗୀୟ ଅଧିକାରୀଙ୍କଠାରୁ ୟୁରିଆ ସାର ଯୋଗାଣ ନେଇ ନିର୍ଭର ପ୍ରତିଶୃତି ମିଳିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ଜିଲା କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଖରିଫ୍‌ ଚାଷ ପାଇଁ ବରଗଡ଼ ଜିଲାରେ ୟୁରିଆ ସାର ୩୩ହଜାର ୮୦୦, ଡିଏପି ସାର ୧୭ହଜାର, ପଟାସ୍‌ ସାର ୪ହଜାର ଏବଂ ବିଭିନ୍ନ ଯୌଗିକ ସାର ୨୧ହଜାର ୩୦୦ ମେଟ୍ରିକ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। କିନ୍ତୁ ଜିଲାକୁ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ତଦୁର୍ଦ୍ଧ୍ୱ ଅର୍ଥାତ୍‌ ୟୁରିଆ ସାର ୪୦ହଜାର ୫୭୧, ଡିଏପି ସାର ୧୮ହଜାର ୫୦୪, ପଟାସ୍‌ ସାର ୪୪୪୨ ଏବଂ ବିଭିନ୍ନ ଯୌଗିକ ସାର ୩୪ହଜାର ୫୯୮ ମେଟ୍ରିକ ଟନ୍‌ ଯୋଗାଇ ଦିଆଯାଇଛି। ଏହାସତ୍ତ୍ୱେ ଜିଲାରେ ଚାଷୀଙ୍କ ଆବଶ୍ୟକବେଳେ ସାର ସଙ୍କଟ କାହିଁକି ଉପୁଜିଛି, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଜିଲାରେ ବର୍ତ୍ତମାନ ୟୁରିଆ ସମେତ ଅନ୍ୟ ସାର ବିକ୍ରିରେ ଏକ ବଡ଼ ଧରଣର ଅନିୟମିତତା ଚାଲିଥିବା ଏବଂ ଜାଣିଶୁଣି ଏହା ଉପରେ ଠୋସ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲା ପାଇଁ ଆସିଥିବା ୟୁରିଆ ସାର ପଡ଼ୋଶୀ ଛତିଶଗଡ଼କୁ କଳାବଜାରରେ ବିକ୍ରି କରାଯାଇଛି ଏବଂ ଏଥିରେ ଏକ ବଡ଼ ଧରଣର ଅନିୟମିତତା ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବତା ପଦାକୁ ଆସିବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି।
ସାର ଯୋଗାଣ ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ପ୍ରାଥମିକ କୃଷି ସମବାୟ ସମିତି ଏବଂ ଡିଲରଙ୍କୁ ଦାୟିତ୍ୱ ଦିଆଯାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ, ଜିଲାର ୫୭ ପ୍ରାଥମିକ କୃଷି ସମବାୟ ସମିତିକୁ ମାର୍କଫେଡ୍‌ ମାଧ୍ୟମରେ ଇତିମଧ୍ୟରେ ୯୫୧୪ ମେଟ୍ରିକ ଟନ୍‌ ୟୁରିଆ, ୨୩୯୬ ମେଟ୍ରିକ ଟନ୍‌ ଡିଏପି, ୪୯୭ ମେଟ୍ରିକ ଟନ୍‌ ପଟାସ୍‌ ଏବଂ ୪୦୨୮ ମେଟ୍ରିକ ଟନ୍‌ ବିଭିନ୍ନ ଯୌଗିକ ସାର ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ସମବାୟ ସଂସ୍ଥା ଇଫ୍‌କେ ଦ୍ୱାରା ଅନୁବନ୍ଧିତ ୧୨ପ୍ରାଥମିକ କୃଷି ସମବାୟ ସମିତିକୁ ୨୬୩୪ ମେଟ୍ରିକ ଟନ୍‌ ସାର ଅତିରିକ୍ତଭାବେ ଯୋଗାଇ ଦିଆଯାଇଛି। ସେହିପରି କୃଷି ବିଭାଗ ଦ୍ୱାରା ଲାଇସେନ୍ସପ୍ରାପ୍ତ ୨୮୭ଜଣ ବେସରକାରୀ ଖୁଚୁରା ବିକ୍ରେତାଙ୍କ ମାଧ୍ୟମରେ ସାର ବିକ୍ରି ଜାରି ରହିଥିବା କୃଷି ବିଭାଗ ସୂଚନା ଦେଇଛି। ଅନ୍ୟପଟେ ଜିଲାର ଚାଷୀମାନେ ସାର ସଙ୍କଟ ଏବଂ ସାର କଳାବଜାରକୁ ନେଇ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭରୁ ଅଭିଯୋଗ କରି ଆସୁଛନ୍ତି। ସାର ବିକ୍ରିରେ କଳାବଜାର ଚାଲିଥିବା ନେଇ ଚାଷୀ ସଙ୍ଗଠନ ଜୟ କିଶାନ ଆନ୍ଦୋଳନ, ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରି ଆସିଛନ୍ତି। ବିଭିନ୍ନ ସ୍ଥାନରେ ଚାଷୀମାନେ ସାର ପାଇଁ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି। ତେବେ ଚାଷକାର୍ଯ୍ୟ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇବା ପରେ ହିଁ ସେମାନଙ୍କୁ ସରକାରୀ ନିର୍ଦ୍ଧାରୀତ ଦରରେ ସାର ମିଳୁଛି, ନଚେତ୍‌ ଚଢ଼ାଦରରେ କିଣିବା ପାଇଁ ବାଧ୍ୟ ହେବାକୁ ପଡ଼ୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଅନୁରୂପଭାବେ ଶନିବାର ଘେଁସ୍‌ ଏବଂ ଲେଖାପଥର ଗ୍ରାମରେ ସାର ସଙ୍କଟ ପ୍ରତିବାଦରେ ଅସନ୍ତୁଷ୍ଟ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲେ। ରାସ୍ତାରେ ଯାଉଥିବା ୟୁରିଆ ସାର ବୋଝେଇ ଟ୍ରକକୁ ଘେଁସ୍‌ ଏବଂ ଲେଖାପଦରରେ ସେମାନେ ଅଟକ ରଖିଥିଲେ। ତେବେ ଘେଁସ୍‌କୁ ବିଭାଗୀୟ ଅଧିକାରୀମାନେ ପହଞ୍ଚି ୟୁରିଆ ସାର ଯୋଗାଣ ଆରମ୍ଭ କରିଥିଲେ। ସେହିପରି ଲେଖାପଦରରେ ସାର ବୋଝେଇ ଟ୍ରକକୁ ଅଟକ ରଖିଥିବା ଛୁରିଆପାଲି ଅଞ୍ଚଳର ଚାଷୀଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ମଧ୍ୟ ସାର ଯୋଗାଣ ନେଇ ତ୍ୱରିତ୍‌ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଜିଲାରେ ସାରବିକ୍ରି ନେଇ ଚାଲିଥିବା ଅନିୟମିତତା ରୋକିବାକୁ ଜିଲାସ୍ତରରେ ୨ଟି ଏବଂ ବ୍ଳକସ୍ତରରେ ୧୨ଟି ଏନଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ମାଝୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଜିଲାରେ ୯ଜଣ ଡିଲରଙ୍କ ଲାଇସେନ୍ସ ରବ୍ଦ କରାଯାଇ ଥିବାବେଳେ ୪୮ଜଣ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri