Posted inଜାତୀୟ

ସେପ୍ଟେମ୍ବରରେ ନୋଭାଭାକ୍ସ

ନୂଆଦିଲ୍ଲୀ, ୧୮।୬:ଆମେରିକୀୟ ବାୟୋଟେକ୍‌ନୋଲୋଜି କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କୋଭିଡ୍‌ ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ନିରାପଦ ବୋଲି ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି। ଭାରତରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଟିକା ଉତ୍ପାଦନ କରିବାକୁ ଥିବାବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଜୁଲାଇ ମାସରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଏହି ଟିକାର କ୍ଲିନିକାଲ ପରୀକ୍ଷା ପିଲାମାନଙ୍କଠାରେ କରାଇବ ବୋଲି କହିଛି। ପିଲାଙ୍କଠାରେ ପରୀକ୍ଷା କରାଇବାରେ ଏହା ଚତୁର୍ଥ ଟିକା ହେବ। ହାଇଦ୍ରାବାଦର ଭାରତ ବାୟୋଟେକ୍‌ ୧୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କଠାରେ କୋଭାକ୍ସିନ ଟିକାର ପରୀକ୍ଷା ଆରମ୍ଭ କରିଦେଇଛି। ନୂଆଦିଲ୍ଲୀ ଓ ପାଟନା ଏମ୍ସରେ ହେଉଥିବା ଏହି ପରୀକ୍ଷାରେ ୫୨୫ ପିଲା ଅଂଶଗ୍ରହଣ କରିଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କଠାରେ ଏହି ପରୀକ୍ଷା ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସମୟରେ ୨ରୁ ୬ ବର୍ଷ ବୟସ ବର୍ଗର ପିଲାଙ୍କୁ ସାମିଲ କରିବା ପାଇଁ ଯୋଜନା ହୋଇଛି। ସେହିପରି ଜାଇଡସ କାଡିଲା ମଧ୍ୟ ଏହାର କୋଭିଡ୍‌ ଭାକ୍ସିନ ଜାଇକୋଭ୍‌-ଡି’ର ପରୀକ୍ଷା ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ଆଜିଠାରୁ ମୋଦିଙ୍କ ପ୍ରଚାର ଅଭିଯାନ ଆରମ୍ଭ, କଂଗ୍ରେସର ଗଡ ସୌରାଷ୍ଟ୍ରରେ କରିବେ ପ୍ରଚାର

ନୂଆଦିଲ୍ଲୀ,୨୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଣ୍ଟ୍ରି ହୋଇ ସାରିଛି । ଶନିବାର ମୋଦି ବଲସାଡରେ ରାଲି କରିବା...

ଭାରତ ଉପରେ ମାଲେସିଆ-ଇଣ୍ଡୋନେସିଆର ସାଇବର ଷ୍ଟାଇକ୍‌

ଅହମ୍ମଦାବାଦ,୮।୭: ଦେଶରେ ଗତ କିଛି ଦିନ ହେଲା ନୁପୁର ଶର୍ମାଙ୍କ ବିବାଦୀୟ ମନନ୍ତବ୍ୟ ପରେ ହିଂସାକାଣ୍ଡ ଘଟିଚାଲିଛି। ଏଭଳି ସ୍ଥିତିରେ ମାଲେସିଆ ଏବଂ ଇଣ୍ଡୋନେସିଆର ମୁସଲମାନ...

୧୨ବର୍ଷ ବୟସ ବାଳକଙ୍କୁ ମିଳିଥିଲା ପ୍ରଥମ ‘ପରିଚୟ’, ଆସାମ ହିଂସା ଛଡାଇ ନେଲା ଜୀବନ

ଗୁଆହାଟି,୨୫ ।୯: ଆସାମରେ ହୋଇଥିବା ହିଂସାରେ ଜଣେ ୧୨ ବର୍ଷ ବୟସ ପିଲାର ଜୀବନ ଯିବା ଘଟଣା ଏବେ ଆଲୋଚନାର ପରିସରକୁ ଚାଲି ଅସିଛି ।...

ଟ୍ରାଫିକ୍‌ ଜାମ୍‌ ଯୋଗୁ ବଢୁଛି ଛାଡ଼ପତ୍ର ସମସ୍ୟା…

ମୁମ୍ବାଇ, ୫।୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ସ୍ତ୍ରୀ ଅମୃତା ଫଡନଭୀସ ଶାସକ ଦଳ ମହାରାଷ୍ଟ୍ର ବିକାଶ ଆଘାଡି...

ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ,୨୪ ।୧: ଦିଲ୍ଲୀ ଏନ୍‌ସିଆର ସହ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି । ଉତ୍ତରାଖଣ୍ଡର ଜୋଷୀମଠ ଓ ରାମନଗରରେ ଭୂକମ୍ପ...

ଗୁଗଲ ଡକ୍ୟୁମେଣ୍ଟରେ ନୂଆ ଫିଚର

ନୂଆଦିଲ୍ଲୀ, ୧।୫: ସର୍ବବୃହତ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ନିୟମିତ ବ୍ୟବଧାନରେ ଛୋଟ ଛୋଟ ପରିବର୍ତ୍ତନ ମାଧ୍ୟମରେ ନିଜ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ପ୍ରୟାସ ଜାରି ରଖିଛି।...

କର୍ନାଟକ ନିର୍ବାଚନ: ଘୋଷଣାପତ୍ର ଜାରି କଲା କଂଗ୍ରେସ

ବେଙ୍ଗାଲୁରୁ,୨।୫: କର୍ନାଟକ ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକି ଅଛି। ଏଥିନେଇ ରାଜନୀତି ସରଗରମ ରହିଛି। ତେବେ ଭାଜପା ପରେ ବର୍ତ୍ତମାନ କଂଗ୍ରେସ ମଧ୍ୟ...

କଠିନ ପରିସ୍ଥିତିରେ ଆରମ୍ଭ ହେଉଛି ସଂସଦ ଅଧିବେଶନ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୧୩।୯: ଏକ କଠିନ ପରିସ୍ଥିତିରେ ଏଥର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର କହିଛନ୍ତି।...

Advertisement
Archives

Model This Week