Posted inଖେଳ

Paris 2024 Olympics: ଆଜି ମୁହାଁମୁହିଁ ହେବେ ନୋଭାକ ଜୋକୋଭିଚ୍-କାର୍ଲୋସ୍ ଅଲକାରାଜ

ନୂଆଦିଲ୍ଲୀ,୪ା୮: ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପୁରୁଷ ସିଙ୍ଗିଲ୍ ଟେନିସ ପ୍ରତିଯୋଗିତାରେ ସର୍ବିଆର ନୋଭାକ ଜୋକୋଭିଚ୍ ଏବଂ ସ୍ପେନର କାର୍ଲୋସ ଅଲକାରାଜ ରବିବାର ରୋଲାଣ୍ଡ ଗାରୋସ ଷ୍ଟାଡିୟମରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ବିଶ୍ଵବ୍ୟାପୀ କୋଟି କୋଟି ଦର୍ଶକ ଜୋକୋଭିଚ୍ ବନାମ ଅଲକାରାଜ୍ ଅଲିମ୍ପିକ୍ସ ଫାଇନାଲ୍ ଲାଇଭ୍ ମ୍ୟାଚ୍ ଦେଖିବାକୁ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି। ଭାରତରେ ମଧ୍ୟ ଏହା ଲାଇଭ୍ ଟେଲିକଷ୍ଟ ହେବ। ରବିବାର ଦିନ ସାଢେ ତିନିଟାରୁ ମ୍ୟାଚ୍ ଆରମ୍ଭ ହେବ।

ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ହୋଇଥିବା ୨୧ ବର୍ଷୀୟ କାର୍ଲୋସ୍ ଅଲକାରାଜ୍ ଫ୍ରାନ୍ସରେ ଭୟଙ୍କର ଫର୍ମରେ ଅଛନ୍ତି, ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଅଭିମୁଖେ ସିଧା ସେଟରେ ତାଙ୍କର ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିଛନ୍ତି ସେମିଫାଇନାଲରେ ତୃତୀୟ ମାନ୍ୟତା ଅଲକାରାଜ କାନାଡାର ଫେଲିକ୍ସ ଅଗର ଆଲିଆସିମଙ୍କୁ ୬-୧, ୬-୧ରେ ପରାସ୍ତ କରି ଅଲିମ୍ପିକ ଡେବ୍ୟୁରେ ସ୍ୱର୍ଣ୍ଣ ପଦକ ମ୍ୟାଚରେ ପହଞ୍ଚିଥିଲେ।

ଅନ୍ୟପଟେ ବିଶ୍ୱର ଦୁଇ ନମ୍ବରରେ ଥିବା ନୋଭାକ ଜୋକୋଭିକ୍, ୩୭, ମଧ୍ୟ ଫାଇନାଲ୍ ପର‌୍ୟ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡରେ ସ୍ପେନର ପ୍ରତିଦ୍ୱନ୍ଦ୍ୱୀ ତଥା ଦୁଇଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରାଫେଲ ନାଡାଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ସିଧାସଳଖ ସେଟରେ ୬-୧, ୬-୪ ରେ ତାଙ୍କୁ ପରାସ୍ତ କରିଥିଲେ।

ସେମିଫାଇନାଲରେ ଇଟାଲୀର ୧୧ ତମ ସିଡ୍ ଲୋରେଞ୍ଜୋ ମୁସେଟ୍ଟିଙ୍କୁ ୬-୪, ୬-୨ ରେ ପରାସ୍ତ କରି ପାଞ୍ଚ ପ୍ରୟାସରେ ପ୍ରଥମ ଥର ପାଇଁ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ସେ ବେଜିଂ ୨୦୦୮ ରେ ବ୍ରୋଞ୍ଜ ଜିତିଥିଲେ।

ପୂର୍ବରୁ କାର୍ଲୋସ୍ ଅଲକାରାଜ୍ ଏବଂ ନୋଭାକ୍ ଜୋକୋଭିକ୍ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଉଭୟେ ତିନୋଟି ଲେଖାଏ ମ୍ୟାଚ୍ ଜିତିଛନ୍ତି। ଏହି ତାଲିକାରେ କ୍ଳେ କୋର୍ଟରେ ଦୁଇଟି ମ୍ୟାଚରେ ପ୍ରତ୍ୟେକ ଗୋଟିଏ ଲେଖାଏ ବିଜୟୀ ହୋଇଛନ୍ତି, ଯେଉଁଠି ଅଲମ୍ପିକ୍ସ ଫାଇନାଲ ମ୍ୟାଚ୍ ଖେଳାଯିବ।

କିଛି ସପ୍ତାହ ପୂର୍ବରୁ ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜୋକୋଭିକ୍ ଏବଂ ଅଲକାରାଜ୍ ପରସ୍ପରର ମୁହାଁମୁହିଁ ହୋଇଥିଲେ, ଯେଉଁଠାରେ ଅଲକାରାଜ୍ ସିଧାସଳଖ ସେଟରେ ୬-୨, ୬-୨, ୭-୬ ରେ ବିଜୟୀ ହୋଇଥିଲେ।

ଫ୍ରେଞ୍ଚ ଓପନ୍ ଏବଂ ୱିମ୍ବଲଡନରେ ବ୍ୟାକ୍-ଟୁ-ବ୍ୟାକ୍ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତି ୨୦୨୪ ରେ କାର୍ଲୋସ୍ ଅଲକାରାଜ୍ ଏଵେଚମତ୍କାର ଫର୍ମରେ ଅଛନ୍ତି। ସେପଟେ ୨୪ ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ନୋଭାକ ଜୋକୋଭିକ୍ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଅଛନ୍ତି।

ଭାରତରେ ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ନୋଭାକ ଜୋକୋଭିକ୍ ବନାମ କାର୍ଲୋସ୍ ଅଲକାରାଜ୍ ପୁରୁଷ ସିଙ୍ଗିଲ୍ ଟେନିସ୍ ଫାଇନାଲର ଲାଇଭ୍ ଷ୍ଟ୍ରିମିଂ ଭାରତର ଜିଓ ସିନେମା ଓ ସ୍ପୋର୍ଟସ୍ ୧୮ ନେଟୱାର୍କ ଟିଭି ଚ୍ୟାନେଲରେ ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା…

୧୦ ଦିନ ପରେ ବି ପ୍ରୋରୋଗ ହୋଇନି ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୪ା୮: ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri