Posted inଖେଳ

ମୁଣ୍ଡରେ ବୋତଲ ବାଜି ଜୋକୋଭିଚ୍‌ ଆହତ

ରୋମ୍‌,୧୧ା୫: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଟେନିସ୍‌ ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ମୁଣ୍ଡରେ ବୋତଲ ବାଜି ଆହତ ହୋଇଛନ୍ତି। ଇଟାଲିଆନ୍‌ ଓପନର ମ୍ୟାଚ୍‌ ପରେ ଏହି ଘଟଣା ଘଟିଥିଲା। ଜଣେ ଫ୍ୟାନ୍‌ଙ୍କୁ ଅଟୋଗ୍ରାଫ ଦେଉଥିବା ବେଳେ ସେ ଆହତ ହୋଇଥିଲେ।

ଟାଇଟଲ ଜିତିବା ପରେ ପ୍ରଥମ ଧାଡିରେ ବସିଥିବା ଜଣେ ଫ୍ୟାନ୍‌ ଅଟୋଗ୍ରାଫ ମାଗିଥିଲେ। ଅଟୋଗ୍ରାଫ ପାଇଁ ଫ୍ୟାନ୍‌ ଜଣଙ୍କ ଜୋକୋଭିଚ୍‌ଙ୍କ ହାତକୁ ନୋଟ୍‌ବୁକ୍‌ ବଢାଉଥିବା ବେଳେ ତାଙ୍କ ବ୍ୟାକ୍‌ପ୍ୟାକରେ ଥିବା ଏକ ଆଲୁମିନିୟମ ପାଣି ବୋତଲ ଜୋକୋଭିଚ୍‌ଙ୍କ ମୁଣ୍ଡରେ ପଡିଥିଲା। ଜୋକୋଭିଚ୍‌ ମୁଣ୍ଡ ଉପରେ ପାଣି ବୋତଲ ପଡିଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିଲେ। ସେ ତଳେ ପଡି ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀ ଲକର ରୁମ୍‌କୁ ନେଇଥିଲେ।

ପରେ ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରିବା ସହ ସେ ସୁସ୍ଥ ଥିବା କହିଛନ୍ତି ଜୋକୋଭିଚ୍‌। ବିଭିନ୍ନ ସୋସିଆଲ୍‌ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ସେ ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଏବେ ସୁସ୍ଥ ଥିବା ବେଳେ ହୋଟେଲ ରୁମ୍‌ରେ ବିଶ୍ରାମ ନେଉଥିବା ପ୍ରକାଶ କରିଛନ୍ତି। ମୁଣ୍ଡରେ ସାମାନ୍ୟ ଫୁଲା ରହିଥିବା ବେଳେ ସେ ଆଇସ୍‌ ପ୍ୟାକ ଲଗାଉଥିବା ପ୍ରକାଶ କରିଥିଲେ।

ସାଧାରଣତଃ ମ୍ୟାଚ୍‌ ପରେ ପ୍ରେସ୍‌ କନଫରେନ୍ସରେ ଭାଗ ନେଉଥିବା ଜୋକୋଭିଚ୍‌ ସିଧା ଡାକ୍ତରଙ୍କୁ ଭେଟିଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ରବିବାର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ। ଫ୍ରେଞ୍ଚ କ୍ୱାଲିଫାୟର କୋରେଣ୍ଟିନ୍‌ ମୌଟେଟଙ୍କୁ ଉଦ୍‌ଘାଟନୀ ମ୍ୟାଚ୍‌ରେ ୬-୩, ୬-୧ରେ ପରାସ୍ତ କରିଥିଲେ ଜୋକୋଭିଚ୍‌। ୩୬ ବର୍ଷୀୟ ଜୋକୋଭିଚ୍‌ ୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri