ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ ଗୁଳିରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ (୨୩) ଆହତ ହୋଇଛନ୍ତି। ପୋଲିସ ଗୁଳି ମାରିବା ପରେ ତୁରନ୍ତ ତାକୁ ଝାରସୁଗୁଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଛି। ସ୍ଥାନୀୟ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କ କହିବା ଅନୁଯାଇ ଇବ ଶ୍ମଶାନ ଘାଟରେ କେତେଜଣ ଅସାମାଜିକ ଯୁବକ ବସିଥିବା ଖବର ମିଳିଥିଲା। ତୁରନ୍ତ ପୋଲିସ ସେଠାରେ ପହଞ୍ଚିବା ବେଳକୁ ଅଙ୍କିତ ସହିତ ଥିବା ଅନ୍ୟ ଅପରାଧି ମାନେ ଫେରାଇ ମାରିଥିଲେ। କିନ୍ତୁ ଅଙ୍କିତ ହାଠତ ପୋଲିସ ଉପରକୁ ୫ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସ ତୁରନ୍ତ ପାଲଟା ଗୁଳି ଚାଳନା କରିବରୁ ଏହା ଅଙ୍କିତର ଡାହାଣ ଗୋଡ଼ରେ ବାଜିଥିଲା। ପୋଲିସ ପକ୍ଷରୁ ୪, ରାଉଣ୍ଡ ଗୁଳି ଚଳାଯାଇଥିଲା। ସୂଚନାଯୋଗ୍ୟ, ଅଙ୍କିତଙ୍କ ନାମରେ ଝାରସୁଗୁଡା ଜିଲାର ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି।

