୩୫ ନେତାଙ୍କୁ ନୋଟିସ୍‌, ୨ ଡ୍ରାଇଭର ଗିରଫ

ଭୁବନେଶ୍ୱର,୨୬।୪(ବ୍ୟୁରୋ):ରାଜଧାନୀରେ ଡ୍ରାଇଭର ମହାସଂଘ ପକ୍ଷରୁ ଗତ ୧୮ ତାରିଖରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଘଟଣାକୁ ନେଇ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇନକୁ ହାତକୁ ନେଇ ବ୍ୟାପକ ହିଂସା ଘଟାଇଥିବା ହଜାର ହଜାର ଡ୍ରାଇଭରଙ୍କ ମଧ୍ୟରୁ ୨ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡ୍ରାଇଭର ଦ୍ୱୟ ହେଲେ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ବାବୁଲା ତ୍ରିପାଠୀ (୪୮) ଓ ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଗୁପ୍ତେଶ୍ୱର ମହାନ୍ତି ଓରଫ ବୁଲୁ (୪୮)। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଏହି ମାମଲାରେ ପୋଲିସ ବିଭିନ୍ନ ଗଣମାଧ୍ୟମରୁ ସଂଗ୍ରହ କରିଥିବା ଭିଡିଓ ଫୁଟେଜ ଏବଂ ସହରରେ ଲାଗିଥିବା ସିସିଟିଭି କ୍ୟାମେରାରୁ ବର୍ତ୍ତମାନ ସୁଦ୍ଧା ୧୮୦ଜଣ ଗଣ୍ଡଗୋଳକାରୀ ଡ୍ରାଇଭରଙ୍କୁ ଚିହ୍ନଟ କରିଛି। ଏଥିସହ ଡ୍ରାଇଭର ସଂଘର ନେତୃତ୍ୱ ନେଉଥିବା ୩୫ଜଣ ନେତାଙ୍କୁ ମଧ୍ୟ ମଙ୍ଗଳବାର ଥାନାରେ ହାଜର କରିବାକୁ ନୋଟିସ ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଜୋନ୍‌-୧ ଏସିପି ମାନସ ଗଡ଼ନାୟକ କହିଛନ୍ତି, ସଂଘର ନେତାମାନେ ଥାନାରେ ହାଜର ହୋଇ ପୋଲିସ ଦ୍ୱାରା ସଂଗୃହୀତ ସିସିଟିଭି ଓ ଭିଡିଓ ଫୁଟେଜରୁ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରିବେ। ଆଇନକୁ ହାତକୁ ନେଇଥିବା ସମସ୍ତ ଗଣ୍ଡଗୋଳକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି।
ଅନୁଯାୟୀ, ୧୧ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ୪୦ ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ଘଟଣା ଦିନ ସକାଳୁ ଭୁବନେଶ୍ୱର ଭିତରେ ପଶି ଆନ୍ଦୋଳନ କରିଥିଲେ। ବିଭିନ୍ନ ସ୍ଥାନରେ ହିଂସା ଘଟାଇବା ସହ ଟ୍ରାଫିକ୍‌ ଜାମ୍‌ କରିଥିଲେ। ଫଳରେ ଦୀର୍ଘ ଘଣ୍ଟା ଧରି ସାଧାରଣଲୋକ ଡହ ଡହ ଖରାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାଜଧାନୀର ଜୀବନଯାତ୍ରା ପୂରା ବିଗିଡିଯାଇଥିଲା। ଏପରି କି ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଘୋଡ଼ା ଉପରେ ଚଢ଼ିବା ସହ ନାନା ଅଶୋଭନୀୟ କାର୍ଯ୍ୟ ପ୍ରଦର୍ଶନ କରିଥିବା ନଜରକୁ ଆସିଥିଲା। ଏତେ ସଂଖ୍ୟକ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣକୁ ଆଣିପାରି ନ ଥିଲା କମିଶନରେଟ ପୋଲିସ। କେତେକ ସ୍ଥାନରେ ପୋଲିସ ହଟହଟା ହୋଇ ଛାଡ଼ି ପଳାଉଥିବା ଦେଖିବାକୁ ମିିଳିଥିଲା। ଏ ପରିସ୍ଥିତି ପାଇଁ
ସହରବାସୀ ପୋଲିସ ଓ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଥିଲେ। ପ୍ରଥମେ ଗୋଇନ୍ଦା ସୂଚନା ମିଳି ନ ଥିବା କୁହାଯାଇଥିଲା। ମାତ୍ର ଦିନକ ପରେ ଗୋଇନ୍ଦା ରିପୋର୍ଟ ସାର୍ବଜନୀନ ହେବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ଆନ୍ଦୋଳନ ପୂର୍ବରୁ ଅର୍ଥାତ୍‌ ଗତ ୧୬ ତାରିଖରେ ଗୋଇନ୍ଦା ବିଭାଗ ପକ୍ଷରୁ ଏପରି ବଡ଼ ଆନ୍ଦୋଳନ ସମ୍ପର୍କରେ କମିଶନରେଟ ପୋଲିସକୁ ସୂଚନା ଦିଆଯାଇଥିଲା। ହେଲେ ଆଇନ ଶୃଙ୍ଖଳା ରକ୍ଷା ସହ ଆନ୍ଦୋଳନକୁ ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ ହୋଇ ନ ଥିଲା। କମିଶନରେଟ ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷ ଘୋଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?