୩୫ ନେତାଙ୍କୁ ନୋଟିସ୍‌, ୨ ଡ୍ରାଇଭର ଗିରଫ

ଭୁବନେଶ୍ୱର,୨୬।୪(ବ୍ୟୁରୋ):ରାଜଧାନୀରେ ଡ୍ରାଇଭର ମହାସଂଘ ପକ୍ଷରୁ ଗତ ୧୮ ତାରିଖରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଘଟଣାକୁ ନେଇ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇନକୁ ହାତକୁ ନେଇ ବ୍ୟାପକ ହିଂସା ଘଟାଇଥିବା ହଜାର ହଜାର ଡ୍ରାଇଭରଙ୍କ ମଧ୍ୟରୁ ୨ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡ୍ରାଇଭର ଦ୍ୱୟ ହେଲେ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ବାବୁଲା ତ୍ରିପାଠୀ (୪୮) ଓ ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଗୁପ୍ତେଶ୍ୱର ମହାନ୍ତି ଓରଫ ବୁଲୁ (୪୮)। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଏହି ମାମଲାରେ ପୋଲିସ ବିଭିନ୍ନ ଗଣମାଧ୍ୟମରୁ ସଂଗ୍ରହ କରିଥିବା ଭିଡିଓ ଫୁଟେଜ ଏବଂ ସହରରେ ଲାଗିଥିବା ସିସିଟିଭି କ୍ୟାମେରାରୁ ବର୍ତ୍ତମାନ ସୁଦ୍ଧା ୧୮୦ଜଣ ଗଣ୍ଡଗୋଳକାରୀ ଡ୍ରାଇଭରଙ୍କୁ ଚିହ୍ନଟ କରିଛି। ଏଥିସହ ଡ୍ରାଇଭର ସଂଘର ନେତୃତ୍ୱ ନେଉଥିବା ୩୫ଜଣ ନେତାଙ୍କୁ ମଧ୍ୟ ମଙ୍ଗଳବାର ଥାନାରେ ହାଜର କରିବାକୁ ନୋଟିସ ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଜୋନ୍‌-୧ ଏସିପି ମାନସ ଗଡ଼ନାୟକ କହିଛନ୍ତି, ସଂଘର ନେତାମାନେ ଥାନାରେ ହାଜର ହୋଇ ପୋଲିସ ଦ୍ୱାରା ସଂଗୃହୀତ ସିସିଟିଭି ଓ ଭିଡିଓ ଫୁଟେଜରୁ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରିବେ। ଆଇନକୁ ହାତକୁ ନେଇଥିବା ସମସ୍ତ ଗଣ୍ଡଗୋଳକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି।
ଅନୁଯାୟୀ, ୧୧ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ୪୦ ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର ଘଟଣା ଦିନ ସକାଳୁ ଭୁବନେଶ୍ୱର ଭିତରେ ପଶି ଆନ୍ଦୋଳନ କରିଥିଲେ। ବିଭିନ୍ନ ସ୍ଥାନରେ ହିଂସା ଘଟାଇବା ସହ ଟ୍ରାଫିକ୍‌ ଜାମ୍‌ କରିଥିଲେ। ଫଳରେ ଦୀର୍ଘ ଘଣ୍ଟା ଧରି ସାଧାରଣଲୋକ ଡହ ଡହ ଖରାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାଜଧାନୀର ଜୀବନଯାତ୍ରା ପୂରା ବିଗିଡିଯାଇଥିଲା। ଏପରି କି ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଘୋଡ଼ା ଉପରେ ଚଢ଼ିବା ସହ ନାନା ଅଶୋଭନୀୟ କାର୍ଯ୍ୟ ପ୍ରଦର୍ଶନ କରିଥିବା ନଜରକୁ ଆସିଥିଲା। ଏତେ ସଂଖ୍ୟକ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣକୁ ଆଣିପାରି ନ ଥିଲା କମିଶନରେଟ ପୋଲିସ। କେତେକ ସ୍ଥାନରେ ପୋଲିସ ହଟହଟା ହୋଇ ଛାଡ଼ି ପଳାଉଥିବା ଦେଖିବାକୁ ମିିଳିଥିଲା। ଏ ପରିସ୍ଥିତି ପାଇଁ
ସହରବାସୀ ପୋଲିସ ଓ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଥିଲେ। ପ୍ରଥମେ ଗୋଇନ୍ଦା ସୂଚନା ମିଳି ନ ଥିବା କୁହାଯାଇଥିଲା। ମାତ୍ର ଦିନକ ପରେ ଗୋଇନ୍ଦା ରିପୋର୍ଟ ସାର୍ବଜନୀନ ହେବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ଆନ୍ଦୋଳନ ପୂର୍ବରୁ ଅର୍ଥାତ୍‌ ଗତ ୧୬ ତାରିଖରେ ଗୋଇନ୍ଦା ବିଭାଗ ପକ୍ଷରୁ ଏପରି ବଡ଼ ଆନ୍ଦୋଳନ ସମ୍ପର୍କରେ କମିଶନରେଟ ପୋଲିସକୁ ସୂଚନା ଦିଆଯାଇଥିଲା। ହେଲେ ଆଇନ ଶୃଙ୍ଖଳା ରକ୍ଷା ସହ ଆନ୍ଦୋଳନକୁ ମୁକାବିଲା ପାଇଁ ପୋଲିସ ପ୍ରସ୍ତୁତ ହୋଇ ନ ଥିଲା। କମିଶନରେଟ ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷ ଘୋଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri