ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍‌ରେ ନୋଟିସ, ଫେରିଲେ ରୋଗୀ

ମହାକାଳପଡା,୧୯ା୯ (ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଅଞ୍ଚଳରେ ସାଧାରଣ ରୋଗୀମାନେ ଭରସା କରିଛନ୍ତି ଡାକ୍ତରଖାନା ଯିବେ ଚିକିତ୍ସା ହୋଇ ଘରକୁ ଫେରିବେ। ଏହି ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘରଠାରେ ଏକ ଆଶୁ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ପବ୍ଲିକ ପ୍ରାଇଭେଟ ପାର୍ଟନର ଶିପ (ପିପିପି ) ମୋଡରେ ପରିଚାଳନା ହେଉଛି। ଏହାକୁ ତଦାରଖ କରୁଛନ୍ତି ଜିଲା ସ୍ବାସ୍ଥ୍ୟ ବିଭାଗ। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଭରସା କରି ରୋଗୀ ଚିକିତ୍ସା ପାଇଁ ଯିବା ବେଳକୁ ଫାଟକରେ ଲାଗିଥିବା ନୋଟିସକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫାଟକରେ ଲାଗିଥିବା ନୋଟିସ୍‌ରେ ଲେଖାଥିଲା ଅନିବାର୍ଯ୍ୟ କାରଣ ବଶତଃ ଶୁକ୍ରବାର ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ରହିବ ବୋଲି ଫାର୍ମାସିଷ୍ଟଙ୍କ ଦସ୍ତଖତ ସହ ସିଲ୍‌ ମରାଯାଇ ସର୍ବସାଧାରଣ ଅବଗତି ନିମନ୍ତେ ଉଲ୍ଲେଖ ଥିଲା।
ବତିଘର ପଞ୍ଚାୟତରେ ୧୨ ହଜାର ବିଶିଷ୍ଟ ଜନସଂଖ୍ୟା ଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରୋଗୀ ନିର୍ଭର କରିଥାନ୍ତି। ଶିଶୁ, ଗର୍ଭବତୀ ମହିଳା, ଗୁରୁତର ରୋଗୀଙ୍କ ସମେତ ବିଭିନ୍ନ ପ୍ରକାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ପଞ୍ଚାୟତଟି ସଂରକ୍ଷିତ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଶିକାର ହୋଇଥାନ୍ତି। ରୋଗୀଙ୍କୁ ତତ୍‌କାଳୀନ ସେବା ସ୍ବାସ୍ଥ୍ୟକେନ୍ଦ୍ର ପ୍ରଦାନ କରିଥାଏ। ୨୦୧୨ଠାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କରାଯାଇ ଏଠାରେ ଜଣେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏଏନ୍‌ଏମ୍‌ ଓ ଆଟେନାଣ୍ଟ ନିଯୁକ୍ତି ପାଇଛନ୍ତି। ଏହାକୁ ଏକ ଘରୋଇ ସେଚ୍ଛାସେବୀ ସଂସ୍ଥା ପରିଚାଳନା କରୁଛି। ଏଠାରେ ପ୍ରଶ୍ନ ଉଠେ ଜଣେ ଫାର୍ମାସିଷ୍ଠ ଦସ୍ତଖତ ବଳରେ କିପରି ସାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଗଲା। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଘରୋଇ ସଂସ୍ଥା ପରିଚାଳନା କରି ସରକାରଙ୍କଠାରୁ ବାର୍ଷିକ ଲକ୍ଷାଧିକ ଟଙ୍କା ସ୍ବାସ୍ଥ୍ୟସେବା ନଁାରେ ଉଠାଯାଉଛି। ମାତ୍ର ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟସେବା ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚୁନାହିଁ। ସରକାର ଏହି ଉପାନ୍ତ ପଞ୍ଚାୟତରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ସ୍ଥଳପଥରେ ଆଶୁ ଆରୋଗ୍ୟ କେନ୍ଦ୍ର ଓ ଜଳପଥରେ ଗୁରୁତର ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ବୋଟ୍‌ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅନୁସାରେ ଡାକ୍ତର ଅଭାବ ରହିଛି। ଅପରପକ୍ଷେ ସମୁଦ୍ର ଜଳ ଭଟ୍ଟା ଜୁଆର ଉପରେ ବୋଟ୍‌ ଆମ୍ବୁଲାନ୍ସ ଭରସା କରିଥାଏ। ଜୁଆର ହେଲେ ବୋଟ୍‌ ଆମ୍ବୁଲାନ୍ସରେ ରୋଗୀମାନେ ଯାତାୟାତ କରିଥାନ୍ତି। ଭଟ୍ଟା ବେଳେ ଗୁରୁତର ରୋଗୀ ଆମ୍ବୁଲାନ୍ସ ନିକଟରେ ପହଞ୍ଚେ ତେବେ କଥା ସରିଲା। ରୋଗୀଙ୍କ ସମ୍ପର୍କୀୟମାନେ ବାଧ୍ୟ ହୋଇ ଟୁବି ଫେରି ଘାଟ ପାର ହୋଇ ଅନ୍ୟ ଚିକିତ୍ସାଳୟକୁ ରୋଗୀଙ୍କ ନେଇଥାନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଫାଟକରେ ନୋଟିସ୍‌ ଝୁଲିବା ସମ୍ପର୍କରେ ରବିବାର ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍‌ ବତୀଘର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ତଦନ୍ତ କରିଛନ୍ତି। ତଦନ୍ତରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଆଗାମୀଦିନରେ ଆଉ ଏଭଳି କାର୍ଯ୍ୟ କରିବେ ନାହିଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?