Posted inଫୁରସତ

କରୋନା ଭୟରେ ଓ୍ବାଶିଂ ମେଶିନ୍‌ରେ ଧୋଇଲେ ୧୪ ଲକ୍ଷ, ଓଭାନ୍‌ରେ ଶୁଖାଇଲେ: ଆଉ ତା ପରେ..

ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ସ୍ଥିତିରେ ଭୂତାଣୁକୁ ନେଇ ମନରେ ଭୟ ଆସିବା ସ୍ବାଭାବିକ କଥା। ଲୋକମାନେ କରୋନାକୁ ଡରି ବାହାରୁ କିଣୁଥିବା ଖାଦ୍ୟସାମଗ୍ରୀ ହେଉ ଅଥବା ପନିପରିବା ଆଦି ଧୋଇବାକୁ ପଛାଉ ନାହାନ୍ତି। ହେଲେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କରୋନା ଭୟରେ ଜଣେ ବ୍ୟକ୍ତି ଓ୍ବାଶିଂ ମେଶିନରେ ଟଙ୍କା ଧୋଇବାକୁ ପଛାଇନାହାନ୍ତି।

ଘଟଣାଟି ଦକ୍ଷିଣ କୋରିଆର ସିୟୋଲର। ଏଠାରେ ରହୁଥିବା ଇଓଏମ୍‌ କରୋନା ସଂକ୍ରମଣ ଭୟରେ ପାଖାପାଖି ୧୪ ଲକ୍ଷ ଟଙ୍କା ଓ୍ବାଶିଂ ମେଶିନ୍‌ରେ ପକାଇ ଧୋଇ ଦେଇଛନ୍ତି। ଏହାପରେ ଟଙ୍କାକୁ ଶୁଖାଇବା ପାଇଁ ଓଭାନ୍‌ରେ ରଖିଥିଲେ। ଏସବୁରେ ଅଧାରୁ ଅଧିକ ନୋଟ ଜଳିଯାଇଥିଲା। ସଂକ୍ରମଣମୁକ୍ତ କରିବାକୁ ନେଇ ବ୍ୟକ୍ତିଙ୍କ ଏଭଳି ଉପାୟ ବିଷୟରେ ଜାଣିବା ପରେ ଅନେକେ ଚକିତ ହେଉଛନ୍ତି।

ନୋଟଗୁଡ଼ିକ ନଷ୍ଟ ହେବା ପରେ ବ୍ୟକ୍ତିଜଣଙ୍କ ବ୍ୟାଙ୍କ ଅଫ୍‌ କୋରିଆରେ ପହଞ୍ଚିଥିଲେ। ନୋଟ ବଦଳାଯାଇ ପାରିବ କି ନାହିଁ ସେନେଇ ପଚାରିଥିଲେ। ତେବେ କିଛି ନୋଟକୁ ବଦଳାଯାଇପାରିଥିବା ବେଳେ କିଛି ପୁରା ନଷ୍ଟ ହୋଇଯାଇଥିଲା। ଫଳରେ ବ୍ୟାଙ୍କ ଅଧିକାରୀମାନେ ଭଲ ଥିବା ନୋଟକୁ ବଦଳାଇ ବ୍ୟକ୍ତିଙ୍କୁ ନୂଆ ନୋଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପା କରୋନା ପଜିଟିଭ ଚିହ୍ନଟ ପରେ ୬ ମାସର ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ଏହି ଡାକ୍ତର

ମହାମାରୀ କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ରୋଗୀମାନଙ୍କ ସେବା କରିବାରେ ଲାଗିପଡ଼ିଛନ୍ତି। ତେବେ ଏତିକିବେଳେ ଜଣେ କରୋନା...

ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ କାର୍ତ୍ତିୟାନି ଓ ଭାଗିରଥି ଆମ୍ମାଙ୍କୁ ମିଳିବ ‘ନାରୀ ଶକ୍ତି ପୁରସ୍କାର’

କୋଲ୍ଲମ,୫।୩: କେରଳର ୧୦୫ ବର୍ଷିୟା ଭାଗିରଥି ଆମ୍ମା ନିଜ ଜୀବନରେ ବହୁ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି। ହେଲେ ପରିଣତ ବୟସରେ ସେ ଏମିତି କାମ...

ହଗ୍‌ ଡେ: ମାନସିକ ଚାପ ହ୍ରାସ କରେ ଆଲିଙ୍ଗନ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ଫେବୃୟାରୀ ୧୨ରେ ପାଳିତ ହେବ ହଗ୍‌ ଡେ ବା ଆଲିଙ୍ଗନ ଦିବସ। ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ...

୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର

ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍‌...

୭ ବର୍ଷର ଶିଶୁଙ୍କ ୬ ପ୍ୟାକ୍‌ ଆବ୍‌ସ, ଇନ୍‌ଷ୍ଟାଗ୍ରାମରେ ରହିଛନ୍ତି ୪୦ ଲକ୍ଷରୁ ଅଧିକ ଫଲୋଅର୍ସ

ଆଜିର ସମୟରେ ଅଧିକାଂଶ ଲୋକ ଫିଟନେସ୍‌ ପ୍ରତି ଧ୍ୟାନ ଦେଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ। ମାତ୍ର ଇରାନର ଜଣେ ୭ ବର୍ଷର ଶିଶୁ ୬ ପ୍ୟାକ୍‌ ଆବ୍‌ସ...

ଲକ୍‌ଜ୍ୟୁରିୟସ୍‌ ଭାସମାନ ମାନସନ୍‌

ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍‌ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍‌ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ।...

ମାଟି ତଳୁ ମିଳିଲା ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା

ଜେରୁଜେଲମ୍‌,୨।୧: ଇସ୍ରାଏଲର ୟଓ୍ବନ ସହରରୁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଉଥିବା ଏକ ଖନନ ସମୟରେ ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଏକ ଛୋଟ...

ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଉଛି ବାଇକ୍‌ ଆମ୍ବୁଲାନ୍ସ୍‌…

ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହି ମର୍ମରେ ହାଇଦ୍ରାବାଦ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ଜରୁରୀକାଳୀନ ସେବା ପ୍ରଦାନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *