ଅଚଳ ଟ୍ରାଫିକ୍‌ ସିଗ୍‌ନାଲ, ସିସିଟିଭି

ରାୟଗଡ଼ା ଅଫିସ,୯।୧୧:  ରାୟଗଡ଼ା ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ। ଦିନକୁ ଦିନ ଜନସଂଖ୍ୟା ବଢ଼ୁଛି। ହେଲେ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସୁନାହିଁ। ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ନାଁକୁ ମାତ୍ର ଲାଗିଛି ଟ୍ରାଫିକ୍‌ ସିଗ୍‌ନାଲ। ଗଳିକନ୍ଦିଠାରୁ ଆରମ୍ଭକରି ସମସ୍ତ ମୁଖ୍ୟ ସଡ଼କ ଏବଂ ଜାତୀୟ ରାଜପଥରେ ଟ୍ରାଫିକ୍‌ ପରିଚାଳନା ବାଟବଣା ହୋଇଛି। ସହରର ମୁଖ୍ୟ ଛକଗୁଡ଼ିକରେ ଟ୍ରାଫିକ୍‌ ସିଗ୍‌ନାଲ ରହିଥିଲେ ମଧ୍ୟ ଅଧିକାଂଶ ସମୟରେ ତାହା କାମ କରୁନାହିଁ। ଫଳରେ ଜନସାଧାରଣ ମଧ୍ୟ ଅମାନିଆ ଭାବେ ଯାତାୟାତ କରୁଛନ୍ତି। ସେହିଭଳି ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଲାଗିଥିବା ସିସି କ୍ୟାମେରା ମଧ୍ୟ କାମ କରୁ ନ ଥିବା ଜଣାପଡ଼ିଛି ା
ସହରର କପିଳାସ ଛକ ଓ ଷ୍ଟେଶନ ଛକ ନିକଟରେ ଲାଗିଥିବା ସିଗ୍‌ନାଲ ଏବଂ କ୍ୟାମେରା କାମ କରୁଥିବା ବେଳେ ତହସିଲ ଛକ, ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ଛକ, ଜିଲାପାଳଙ୍କ ବାସଭବନ ଛକ ନିକଟରେ ରହିଥିବା ସିଗ୍‌ନାଲ ଦୀର୍ଘଦିନ ହେଲା କାମ କରୁନାହିଁ। କୋରାପୁଟ ଛକ ନିକଟରେ ରହିଥିବା ସିଗ୍‌ନାଲ ଲାଇଟ୍‌ର କିଛି ଅଂଶ ଖରାପ ହୋଇଯାଇଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା ମରାମତି ହୋଇନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଥିବା ସିଗ୍‌ନାଲ ଲାଇଟ୍‌ ଏବଂ ସିସି କ୍ୟାମେରା ଅବସ୍ଥା ଧୀରେ ଧୀରେ ନଷ୍ଟ ହେଲାଣି। ସିଗ୍‌ନାଲ ଲାଇଟ୍‌ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଅଚଳ ହୋଇପଡ଼ୁଛି। ଫଳରେ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ କରିବା ପୋଲିସ କର୍ମଚାରୀଙ୍କ ପାଇଁ ମଧ୍ୟ କଷ୍ଟକର ହୋଇପଡ଼ୁଛି। ମୁଖ୍ୟତଃ ସହର ଦେଇ ଯାଇଥିବା ୩୨୬ ନଂ. ଜାତୀୟ ରାଜପଥରେ ଟ୍ରାଫିକ୍‌ ନିୟନ୍ତ୍ରଣ ସବୁଠୁ ଅଧିକ କଷ୍ଟକର ହୋଇପଡ଼ିଛି। ଉକ୍ତ ସିଗ୍‌ନାଲଗୁଡ଼ିକ ମରାମତି ହୋଇ କିଛିଦିନ ଚାଲିବା ପରେ ପୁଣି ବନ୍ଦ ହେଉଛି। ଏହାକୁ ପୁନଃ ମରାମତି କରିବା ନେଇ ପୌର ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ କାହାରି ତପତ୍ରତା ଦେଖିବାକୁ ମିଳୁନାହିଁ।
ରାୟଗଡ଼ା ସହରରେ ସିଗ୍‌ନାଲ ଲାଇଟ୍‌ ଲଗାଯିବା ପରେ ସହରର ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ସିସି କ୍ୟାମେରା ମଧ୍ୟ ଖଞ୍ଜାଯାଇଥିଲା। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ପ୍ରାୟ ୧କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କ୍ୟାମେରା ଖଞ୍ଜାଯାଇଥିଲା। ହେଲେ ଏହା ଲାଗିବାର କିଛି ମାସ ପରଠାରୁ ଅଚଳ ହୋଇଥିଲେ ମଧ୍ୟ ମରାମତି ହୋଇପାରୁନାହିଁ। ଏହି କାରଣରୁ ସହରରେ ଦିନକୁ ଦିନ ଚୋରି ଏବଂ ଅନ୍ୟ ଅପରାଧ ବଢ଼ିବାରେ ଲାଗିଛି। ଅଭିଯୁକ୍ତମାନଙ୍କୁ ଧରିବା ମଧ୍ୟ ପୋଲିସ ପାଇଁ ଚ୍ୟାଲେଞ୍ଜ ହେଉଛି। ସହରରେ ଟ୍ରାଫିକ ବ୍ୟବସ୍ଥା ସୁଚାରୁ ରୂପେ ପରିଚାଳନା ନିମନ୍ତେ ପୋଲିସ ବିଭାଗରେ ୮ ଜଣ ପ୍ରଶିକ୍ଷିତ କର୍ମଚାରୀ ରହିଥିବା ବେଳେ ସିଗ୍‌ନାଲ ଲାଇଟ୍‌ କାମ କରୁ ନ ଥିବାରୁ ସେମାନଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି ା ଏହି ସିଗ୍‌ନାଲ ଲାଇଟ କାର୍ଯ୍ୟକାରୀ ନେଇ ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ସିଗ୍‌ନାଲଗୁଡ଼ିକର ମରାମତି ପାଇଁ ପୌର ବିଭାଗକୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସିଗ୍‌ନାଲ ଲାଇଟ୍‌ ଜଳୁ ନ ଥିବା ନେଇ ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ସେ କହିଛନ୍ତି, ସବୁ ସିଗ୍‌ନାଲ ଲାଇଟ୍‌ ଠିକ୍‌ ଅଛି। ତହସିଲ ଛକ ନିକଟସ୍ଥ ସିଗ୍‌ନାଲ୍‌ ଲାଇଟ୍‌କୁ କିଛିଦିନ ତଳେ ଏକ ଟ୍ରକ୍‌ ଧକ୍କାଦେବା ଫଳରେ ଖରାପ ହୋଇଥିବା ସେ କହିଛନ୍ତି। ତେବେ ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌ ଏବଂ ସିସି କ୍ୟାମେରାଗୁଡ଼ିକର ଅଚଳାବସ୍ଥା ଯୋଗୁ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବା ସହ ଅପରାଧ ବଢ଼ୁଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?