ଅଚଳ ଟ୍ରାଫିକ୍‌ ସିଗ୍‌ନାଲ, ସିସିଟିଭି

ରାୟଗଡ଼ା ଅଫିସ,୯।୧୧:  ରାୟଗଡ଼ା ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ। ଦିନକୁ ଦିନ ଜନସଂଖ୍ୟା ବଢ଼ୁଛି। ହେଲେ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସୁନାହିଁ। ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ନାଁକୁ ମାତ୍ର ଲାଗିଛି ଟ୍ରାଫିକ୍‌ ସିଗ୍‌ନାଲ। ଗଳିକନ୍ଦିଠାରୁ ଆରମ୍ଭକରି ସମସ୍ତ ମୁଖ୍ୟ ସଡ଼କ ଏବଂ ଜାତୀୟ ରାଜପଥରେ ଟ୍ରାଫିକ୍‌ ପରିଚାଳନା ବାଟବଣା ହୋଇଛି। ସହରର ମୁଖ୍ୟ ଛକଗୁଡ଼ିକରେ ଟ୍ରାଫିକ୍‌ ସିଗ୍‌ନାଲ ରହିଥିଲେ ମଧ୍ୟ ଅଧିକାଂଶ ସମୟରେ ତାହା କାମ କରୁନାହିଁ। ଫଳରେ ଜନସାଧାରଣ ମଧ୍ୟ ଅମାନିଆ ଭାବେ ଯାତାୟାତ କରୁଛନ୍ତି। ସେହିଭଳି ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଲାଗିଥିବା ସିସି କ୍ୟାମେରା ମଧ୍ୟ କାମ କରୁ ନ ଥିବା ଜଣାପଡ଼ିଛି ା
ସହରର କପିଳାସ ଛକ ଓ ଷ୍ଟେଶନ ଛକ ନିକଟରେ ଲାଗିଥିବା ସିଗ୍‌ନାଲ ଏବଂ କ୍ୟାମେରା କାମ କରୁଥିବା ବେଳେ ତହସିଲ ଛକ, ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ଛକ, ଜିଲାପାଳଙ୍କ ବାସଭବନ ଛକ ନିକଟରେ ରହିଥିବା ସିଗ୍‌ନାଲ ଦୀର୍ଘଦିନ ହେଲା କାମ କରୁନାହିଁ। କୋରାପୁଟ ଛକ ନିକଟରେ ରହିଥିବା ସିଗ୍‌ନାଲ ଲାଇଟ୍‌ର କିଛି ଅଂଶ ଖରାପ ହୋଇଯାଇଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା ମରାମତି ହୋଇନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଥିବା ସିଗ୍‌ନାଲ ଲାଇଟ୍‌ ଏବଂ ସିସି କ୍ୟାମେରା ଅବସ୍ଥା ଧୀରେ ଧୀରେ ନଷ୍ଟ ହେଲାଣି। ସିଗ୍‌ନାଲ ଲାଇଟ୍‌ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଅଚଳ ହୋଇପଡ଼ୁଛି। ଫଳରେ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ କରିବା ପୋଲିସ କର୍ମଚାରୀଙ୍କ ପାଇଁ ମଧ୍ୟ କଷ୍ଟକର ହୋଇପଡ଼ୁଛି। ମୁଖ୍ୟତଃ ସହର ଦେଇ ଯାଇଥିବା ୩୨୬ ନଂ. ଜାତୀୟ ରାଜପଥରେ ଟ୍ରାଫିକ୍‌ ନିୟନ୍ତ୍ରଣ ସବୁଠୁ ଅଧିକ କଷ୍ଟକର ହୋଇପଡ଼ିଛି। ଉକ୍ତ ସିଗ୍‌ନାଲଗୁଡ଼ିକ ମରାମତି ହୋଇ କିଛିଦିନ ଚାଲିବା ପରେ ପୁଣି ବନ୍ଦ ହେଉଛି। ଏହାକୁ ପୁନଃ ମରାମତି କରିବା ନେଇ ପୌର ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ କାହାରି ତପତ୍ରତା ଦେଖିବାକୁ ମିଳୁନାହିଁ।
ରାୟଗଡ଼ା ସହରରେ ସିଗ୍‌ନାଲ ଲାଇଟ୍‌ ଲଗାଯିବା ପରେ ସହରର ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ସିସି କ୍ୟାମେରା ମଧ୍ୟ ଖଞ୍ଜାଯାଇଥିଲା। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ପ୍ରାୟ ୧କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କ୍ୟାମେରା ଖଞ୍ଜାଯାଇଥିଲା। ହେଲେ ଏହା ଲାଗିବାର କିଛି ମାସ ପରଠାରୁ ଅଚଳ ହୋଇଥିଲେ ମଧ୍ୟ ମରାମତି ହୋଇପାରୁନାହିଁ। ଏହି କାରଣରୁ ସହରରେ ଦିନକୁ ଦିନ ଚୋରି ଏବଂ ଅନ୍ୟ ଅପରାଧ ବଢ଼ିବାରେ ଲାଗିଛି। ଅଭିଯୁକ୍ତମାନଙ୍କୁ ଧରିବା ମଧ୍ୟ ପୋଲିସ ପାଇଁ ଚ୍ୟାଲେଞ୍ଜ ହେଉଛି। ସହରରେ ଟ୍ରାଫିକ ବ୍ୟବସ୍ଥା ସୁଚାରୁ ରୂପେ ପରିଚାଳନା ନିମନ୍ତେ ପୋଲିସ ବିଭାଗରେ ୮ ଜଣ ପ୍ରଶିକ୍ଷିତ କର୍ମଚାରୀ ରହିଥିବା ବେଳେ ସିଗ୍‌ନାଲ ଲାଇଟ୍‌ କାମ କରୁ ନ ଥିବାରୁ ସେମାନଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି ା ଏହି ସିଗ୍‌ନାଲ ଲାଇଟ କାର୍ଯ୍ୟକାରୀ ନେଇ ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ସିଗ୍‌ନାଲଗୁଡ଼ିକର ମରାମତି ପାଇଁ ପୌର ବିଭାଗକୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସିଗ୍‌ନାଲ ଲାଇଟ୍‌ ଜଳୁ ନ ଥିବା ନେଇ ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ସେ କହିଛନ୍ତି, ସବୁ ସିଗ୍‌ନାଲ ଲାଇଟ୍‌ ଠିକ୍‌ ଅଛି। ତହସିଲ ଛକ ନିକଟସ୍ଥ ସିଗ୍‌ନାଲ୍‌ ଲାଇଟ୍‌କୁ କିଛିଦିନ ତଳେ ଏକ ଟ୍ରକ୍‌ ଧକ୍କାଦେବା ଫଳରେ ଖରାପ ହୋଇଥିବା ସେ କହିଛନ୍ତି। ତେବେ ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌ ଏବଂ ସିସି କ୍ୟାମେରାଗୁଡ଼ିକର ଅଚଳାବସ୍ଥା ଯୋଗୁ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବା ସହ ଅପରାଧ ବଢ଼ୁଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri