ପାଣିଟାଙ୍କିରେ ମାଛଚାଷ

ବୈପାରିଗୁଡା,୯।୧୧ (ଡି.ଏନ୍‌.ଏ):  ଚାଷୀଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି ା ମାତ୍ର ସେସବୁ ଦୁର୍ଗମ ଆଦିବାସୀ ଅଞ୍ଚଳରେ ପହଞ୍ଚତ୍ପାରୁନି। ମାଛଚାଷ ହେଉଛି ଏହାର ଏକ ଉଦାହରଣ। ସେମାନଙ୍କ ପାଖରେ ପୋଖରୀ ନାହିଁ କି ସମ୍ବଳ ନାହିଁ ା ମାତ୍ର ଇଛାଶକ୍ତି ରହିଛି। ଏପରି ଜଣେ ଯୁବକ ହେଉଛନ୍ତି ଲବଖିଲ (୩୫)। ସେ ଏକ ସିମେଣ୍ଟ ଟାଙ୍କିରେ ମାଗୁର ମାଛ ଚାଷ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି। ତାଙ୍କ ଘର ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚାୟତର ନିଶିନାଗୁଡା ଗ୍ରାମରେ। ଏଠାରୁ ପ୍ରାୟ ୧୦ କିମି ଦୂର ବୈପାରିଗୁଡା-ମାଲକାନାଗିରି ମୁଖ୍ୟ ରାସ୍ତାର ବାମ ପାର୍ଶ୍ୱରେ ପଡେ ନିଶନାଗୁଡା ଗ୍ରାମ। ଗ୍ରାମରେ ରହନ୍ତି ୧୦ରୁ୧୩ଟି କନ୍ଧି ପରିବାର ା ସମସ୍ତଙ୍କ ଆର୍ଥତ୍କ ଅବସ୍ଥା ଭଲ ନାହିଁ ା ଅଧିକାଂସ ଜଙ୍ଗଲରୁ ଅଙ୍ଗାର ପୋଡି ତାହା ବଜାରରେ ବିକି ଚଳନ୍ତି। ଆଦିବାସୀ ଯୁବକ ଲବ ଏକ ଦୋକାନ କରିଛନ୍ତି। ଏଥିସହ ସେ ଅଟୋ ଡ୍ରାଇଭର ଭାବେ ମଧ୍ୟ କାମ କରନ୍ତି। ତାଙ୍କର ଥିବା ଡିଜେଲ ଚାଳିତ ମିଲ୍‌ ପଛକୁ ଲାଗି ସେ ଗୋଟିଏ ପାର୍ଶ୍ୱରେ ଏକ ସିମେଣ୍ଟ ଟାଙ୍କି କରିଛନ୍ତି। ଏହି ଟାଙ୍କିରେ ସେ ଗତ ୭ ବର୍ଷ ହେବ ମାଗୁର ମାଛଚାଷ କରୁଛନ୍ତି। ପ୍ରତି ବର୍ଷ ସେ ମାଗୁର ଯାଆଁଳ ଛାଡିଥାନ୍ତି। ବର୍ଷକ ପରେ ତାହା ଧରି ବିକ୍ରି କରିଥାନ୍ତି। ବର୍ଷକ ମଧ୍ୟରେ ଏହି ମାଗୁର ପ୍ରାୟ ୧ କିଲୋରୁ ୨ କିଲୋ ପର୍ଯ୍ୟନ୍ତ ବଢିଥାନ୍ତି। ଲବ ଏହାକୁ କିଲୋ ପିଛା ୧୩୦ରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି କରନ୍ତି। ଦଶହରା ସମୟରେ ସ୍ଥାନୀୟ ଅଞ୍ଚଳର ଲୋକେ ଲବଙ୍କଠାରୁ ମାଗୁର କିଣି ଠାକୁରାଣୀଙ୍କ ପାଖରେ ବଳି ଦେଇଥାନ୍ତି। ତେବେ ଏହି ପାଣି ଟାଙ୍କିରେ ଲବ କେବଳ ଥରଟିଏ ମାତ୍ର ନିକଟସ୍ଥ ନଳକୂପରୁ ପାଣି ଆଣି ଭର୍ତ୍ତି କରିଥାନ୍ତି। ପରେ ଆଉ ପାଣି ବଦଳେଇ ନ ଥାନ୍ତି। ମାଛ ମାନଙ୍କ ପାଇଁ ଖାଦ୍ୟ ପାଇଁ ବଜାରର ଚିକେନ୍‌ ଦୋକାନର ବର୍ଜ୍ୟବସ୍ତୁ ଅଥବା ବେକେରି ଦୋକାନରୁ ଖରାପ ପାଉଁରୁଟି ଆଣି ବ୍ୟବହାର କରିଥାନ୍ତି। ମାଛଚାଷ କାରଣ ସଂପର୍କରେ ଲବ କହନ୍ତି, ୮ ବର୍ଷ ତଳେ ନିଜ ପିଲାଙ୍କ ଜାତି ପ୍ରମାଣପତ୍ର କାମରେ ବୈପାରିଗୁଡା ତହସିଲ୍‌ ଅଫିସକୁ ଯାଇଥିଲି। ସେତେବେଳେ ତତ୍କାଳିନ ତହସିଲଦାର ଅଫିସ୍‌ ନିକଟରେ ସୌଖିନିରେ ଏପରି ପାଣି ଟାଙ୍କିରେ ମାଗୁର ଛାଡୁଥିବା ସେ ଦେଖିଥିଲି ା ଏଥିରେ ଅନୁପ୍ରାଣିତ ହୋଇ ନିଜ ଘର ଅଗଣାରେ ସେହିପରି ପାଣି ଟାଙ୍କିଟିଏ କରିଥିଲି ା ମାତ୍ର ମାଛଯଁାଳ କେଉଁଠୁ ଆଣିବି ଚିନ୍ତା କରୁଥିବାବେଳେ ମାଲକାନାଗିରି ଜିଲାର ଜଣେ ବଙ୍ଗୀୟ ମାଛଚାଷୀ ମୋ ଆଗ୍ରହ ଦେଖି ଯାଆଁଳ ଯୋଗାଇ ଥିଲେ ବୋଲି ଲବ କହନ୍ତି। ସବୁ ଖର୍ଚ୍ଚବାଦେ ବର୍ଷକୁ ପ୍ରାୟ ୫ ହଜାର ଟଙ୍କା ଏଥିରୁ ତାଙ୍କର ରୋଜଗାର ହୋଇଥାଏ। ତାଙ୍କର କୌଣସି ରାଜସ୍ବ ଜମି ନ ଥିବାବେଳେ ନିକଟରେ ତାଙ୍କୁ ୨ ହେକ୍ଟର ଜଙ୍ଗଲ ଜମି ପଟ୍ଟା ମିଳିଛି ା ଏହି ଜମିରେ ମାଗୁର ଚାଷ ପାଇଁ ସରକାରୀ ପ୍ରୋତ୍ସାାହନ ମିଳିଲେ ସେ ଆଗକୁ ବଢି ପାରନ୍ତେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?