Posted inଜାତୀୟ

ଅନୁଶାସନହୀନତା ପାଇଁ ତାଗିଦ୍‌ ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୦: ଅନୁଶାସନହୀନତା ପାଇଁ କୌଣସି ଶିକ୍ଷାର୍ଥୀ ତାଗିଦ୍‌ କରିବା ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଛାତ୍ରୀ ଛାତ୍ରଙ୍କୁ ମାଡ ମାରିବା ଠିକ ନୁହେଁ, ଏହାର ଅର୍ଥ ନୁହେଁ ଯେ, କୌଣସି ଶିକ୍ଷକ କିମ୍ବା ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ଛାତ୍ରଙ୍କ ଅନୁଶାସନହୀନତା ପ୍ରତି ଦୃଷ୍ଟି ନ ଦେଇ ଆଖିବୁଜି ଦେବେ।
ଛାତ୍ରୀ ଛାତ୍ରମାନଙ୍କୁ ଶୃଙ୍ଖଳା ଶିକ୍ଷା ଦେବା ଶିକ୍ଷକଙ୍କ କର୍ତ୍ତବ୍ୟ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। କ୍ଲାସରେ ଧ୍ୟାନ ନ ଦେବା, ଠିକ ଭାବେ ପାଠ ନ ପଢ଼ିବା କିମ୍ବା ଶ୍ରେଣୀ ଏବଂ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ ଜଣେ ଛାତ୍ରଙ୍କୁ ତାଗିଦ୍‌ କରିବା ଏକ ସାଧାରଣ କଥା ।
ସ୍କୁଲ ଶିକ୍ଷକଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ଏଫ୍‌ଆଇଆର୍‌କୁ ଖାରଜ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଣେ ଶ୍ରେଣୀ ନବମ ଛାତ୍ରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୬ ଅନୁଯାୟୀ ଶିକ୍ଷକଙ୍କ ବିରୋଧରେ ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା।

ବିଚାରପତି ଏସ୍‌.ନାଜିର ଏବଂ କୃଷ୍ଣ ମୁରାରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ କୁହାଯାଇଛି ଯେ ଜଣେ ଶିକ୍ଷକ କିମ୍ବା ବିଦ୍ୟାଳୟର ଅଧିକାରୀଙ୍କ ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜଣେ ଛାତ୍ରଙ୍କୁ ତାଗିଦ କରିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ। ଖଣ୍ଡପୀଠ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଛନ୍ତି। ହାଇକୋର୍ଟ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗରେ ପିଟି ଶିକ୍ଷକଙ୍କ ବିରୋଧରେ ଦାଖଲ ହୋଇଥିବା ଏପ୍‌ଆଇଆର ବନ୍ଦ କରିବାକୁ ମନା କରିଦେଇଛି।
ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଜୟପୁରର ତେନଓ୍ବାସ୍ଥିତ ସେଣ୍ଟ ଜାଭିୟର ସ୍କୁଲର ପିଟି ଶିକ୍ଷକ ଜିଓ ଭର୍ଗିଜ୍‌ଙ୍କ ଦ୍ୱାରା ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତରେ ଏଭଳି ରାୟ ଦେିଛନ୍ତି। ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ୨୬ ଏପ୍ରିଲ ୨୦୧୮ରେ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗଦେବେ ପଟିଦାର ନେତା

ଅହମଦାବାଦ,୨୪।୪: ଗୁଜରାଟ ପଟିଦାର ନେତା ନରେଶ ପଟେଲ କଂଗ୍ରେସରେ ଯୋଗଦେଇପାରନ୍ତି। ସେ ଶନିବାର ନୂଆଦିଲ୍ଲୀରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ଓ ଖୁବ୍‌ଶୀଘ୍ର କଂଗ୍ରେସ...

ଉଦ୍ଧବ ଠାକରେଙ୍କ ଚା’ ପାର୍ଟିକୁ ଯିବାକୁ ମନାକଲେ ଫଡନବୀସ୍‌

ମୁମ୍ବାଇ,୧୫।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୀର ସଭରକରଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଭାଜପା ଏ ଘଟଣାରେ...

ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ

କୋଲକାତା, ୧୨।୧୦-ଉତ୍ତର କୋଲକାତାର ଚିତ୍‌ପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡି ଘଟଣାସ୍ଥଳରେ...

ତାଲିବାନ୍‌କୁ ପ୍ରଶଂସା କରି ଫସିଲେ ଏମ୍‌ପି

ଲକ୍ଷ୍ନୌ,୧୮।୮: ତାଲିବାନର ଆଫଗାନିସ୍ତାନ ଦଖଲକୁ ଭାରତର ସ୍ବାଧୀନତା ସଂଗ୍ରାମ ସହ ତୁଳନା କରିଥିବା ସମାଜବାଦୀ ପାର୍ଟି ଏମ୍‌ପି ଶଫିକୁର ରହମାନ ବାର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା...

୩ବର୍ଷ ପୂର୍ବରୁ ଘରୁ ପଳାଇ ଯାଇଥିବା ସ୍ବାମୀଙ୍କୁ ଧରାଇଲା ଟିକ୍‌ଟକ୍‌

ଚେନ୍ନାଇ,୪।୭: ତାମିଲନାଡୁର ବିଲ୍ଲୁପୁରମ ଜିଲାରେ ରହୁଥିବା ୨ଟି ସନ୍ତାନର ଜନନୀ ଜୟାପ୍ରଦାଙ୍କ ସ୍ବାମୀ ଗତ ପ୍ରାୟ ୩ ବର୍ଷ ହେବ ଘରୁ କେଉଁଆଡେ ଚାଲି ଯାଇଥିଲେ।...

ଭାରତ-ବାଂଲାଦେଶ ସୀମାରେ ୨୦୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

କରିମଗଞ୍ଜ୍‌,୩।୧: ଭାରତ ଏବଂ ବାଂଲାଦେଶ ସୀମାରେ ଏକ ୨୦୦ ମିଟର ଲମ୍ବ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଆସାମର କରିମଗଞ୍ଜ୍‌ ଅଞ୍ଚଳର ବଲିଆଠାରେ ପୋଲିସ ପକ୍ଷରୁ ଏହାକୁ...

ମମତାଙ୍କ ଉପସ୍ଥିତିରେ ସ୍ଥାପନ ହେବ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି

କୋଲକାତା,୧୧।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା କୋଲକାତାର କଲେଜ ଷ୍ଟ୍ରିଟ...

ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ

ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ...

Advertisement
Archives

Model This Week