ଧନ୍ୟବାଦ ଦେଲେନାହିଁ: ଜୟନାରାୟଣ

ଭୁବନେଶ୍ୱର, ୧୧।୯(ସୁନିତ୍‌ ମିଶ୍ର): ଜି-୨୦ ସମ୍ମିଳନୀର ରାତ୍ରି ଭୋଜନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବା ନେଇ ବର୍ଷିଛି ଭାଜପା। ଏହାସହ ଏହି ସମ୍ମିଳନୀରେ ଓଡ଼ିଆ ସଂସ୍କୃତି, ପରମ୍ପରାକୁ ପ୍ରାଧାନ୍ୟ ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଲେ ନାହିଁ ସେନେଇ ମଧ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ତେବେ ଜୟନାରାୟଣଙ୍କ ଅଭିଯୋଗର ଜବାବ ରଖି ବିଜେଡି ପାଲଟା ପ୍ରତିକ୍ରିୟା ରଖିଛି।
ଜୟନାରାୟଣ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ରବିବାର କହିଛନ୍ତି ଯେ, ଭାରତ ଅଧ୍ୟକ୍ଷତାରେ ବିଶ୍ୱର ପ୍ରଭାବଶାଳୀ ରାଷ୍ଟ୍ରଗୁଡ଼ିକୁ ନେଇ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଥମ ଥର ଲାଗି ବିଶ୍ୱ ନେତାମାନେ ଭାରତକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଗ୍ରହଣ କରିଛି। ଏହି ଐତିହାସିକ ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଲା। ପ୍ରଥମ ଦିନରେ ସମ୍ବଲପୁରୀ ‘ଡାଲଖାଇ ଗୀତ’ରେ ବିଶ୍ୱ ଅତିଥିଙ୍କୁ ଭବ୍ୟ ସ୍ବାଗତ ଦିଆଗଲା। ଓଡ଼ିଶାର କାଳଜୟୀ ଶିଳ୍ପକଳା କୋଣାର୍କ ସୂର୍ଯ୍ୟ ଚକ୍ରର ‘ଥିମ୍‌’ ସାମ୍ନାରେ ବିଶ୍ୱ ନେତୃବୃନ୍ଦଙ୍କୁ ସ୍ବାଗତ କରାଗଲା। ଓଡ଼ିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସୀ କାରୁକାର୍ଯ୍ୟ, ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢ଼ି ଆଦି ଜି-୨୦ ସମ୍ମିଳନୀରେ ସାମିଲ କରାଯାଇ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ସମ୍ମାନିତ କରାଗଲା। ହେଲେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ବି ମୁଖ୍ୟମନ୍ତ୍ରୀ ଉଚିତ ମଣିଲେ ନାହିଁ। ସେ କେବଳ ଧନ୍ୟବାଦ ନେଇ ଜାଣିଛନ୍ତି ଦେଇ ଜାଣିନାହାନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ନିମନ୍ତ୍ରଣ ପାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଜି-୨୦ ସମ୍ମିଳନୀର ରାତ୍ରି ଭୋଜନକୁ ଗଲେ ନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ। ଯାହାର ଦକ୍ଷତା ଓ ଯୋଗ୍ୟତା ନ ଥାଏ, ତାର ‘ଇନ୍‌ଫେରିଅର୍‌ କମ୍ପ୍ଲେକ୍ସ’ ଥାଏ ଏବଂ ତାଙ୍କ ମନରେ ଏହା ସୃଷ୍ଟି ହୋଇଥିବାରୁ ସେ ବୋଧହୁଏ ଗଲେ ନାହିଁ ବୋଲି ଜୟନାରାୟଣ କହିଛନ୍ତି।
ତେବେ ଜୟନାରାୟଣଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ସମେତ ୧୪୦ କୋଟି ଭାରତୀୟ ଖୁସି ଓ ଗର୍ବ ଅନୁଭବ କରିଥିଲେ। କିନ୍ତୁ ଓଡ଼ିଶା ଭାଜପା ନେତାଙ୍କ ପ୍ରତିକ୍ରିୟା ଏପରି ଥିଲା ଯେମିତିକି ଏକ ବଡ଼ଧରଣର ଦୁଃଖଦ ଓ ଖରାପ ଘଟଣା ଘଟିଥିଲା। ରାଜ୍ୟ ଓ ଦେଶ ପାଇଁ କୌଣସି ଭଲ ଘଟଣା ଘଟିଲେ କେତେ ଖୁସି ଲାଗେ ତାହା ବିଜେଡିକୁ ଓଡ଼ିଶା ଭାଜପା ନେତାମାନେ ନ ଶିଖାନ୍ତୁ। ରାଷ୍ଟ୍ର ନିର୍ମାଣ ଓ ରାଜ୍ୟ ନିର୍ମାଣ ପାଇଁ ହେଉଥିବା କଲ୍ୟାଣମୂଳକ କାର୍ଯ୍ୟରେ ବିଜେଡି କର୍ମୀମାନେ ସବୁବେଳେ ଅଧିକ ଖୁସି ବ୍ୟକ୍ତ କରିଥାନ୍ତି। ରାଜ୍ୟରେ ଯେତେବେଳେ କିଛି ଭଲ କାମ ହେଉଛି ରାଜ୍ୟ ଭାଜପା କର୍ମୀ ଓ ନେତା ଦୁଃଖିତ ନ ହୋଇ ସେତେବେଳେ ଖୁସି ହୁଅନ୍ତୁ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?