ଚକିତ ନୁହେଁ, ଚିନ୍ତିତ

ଅନୁଗୋଳ ଅଫିସ, ୨୨।୪:  ରାଜ୍ୟରେ କରୋନା ଯେପରି କାୟା ମେଲାଇ ଚାଲିଛି, ତହିଁରେ ମାଟ୍ରିକ ପରୀକ୍ଷା କରିବା ସମ୍ଭବ ନୁହେଁ। ଏହା ଉପଲବ୍ଧି କରିବା ପରେ ଆସନ୍ତା ମେ’ ୩ ତାରିଖରୁ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସରକାର ପ୍ରଥମେ ସ୍ଥଗିତ ରଖିଲେ। ଜୁନ୍‌ ପ୍ରଥମ ସପ୍ତାହରେ ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗତ ୧୫ ତାରିଖରେ କହିଥିଲେ। ଏଥିରୁ ମାଟ୍ରିକ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ଠାରୁ ଯେ ଭିନ୍ନ ନୁହେଁ, ତାହା ଜଣାପଡ଼ୁଥିଲା। ହେଲେ ସ୍ଥଗିତ ଘୋଷଣାର ମାତ୍ର ୫ ଦିନ ପରେ ବୁଧବାର ମାଟ୍ରିକ ପରୀକ୍ଷା ବାତିଲ ନେଇ ସରକାରଙ୍କ ନିଷ୍ପତ୍ତି ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷାବିତ୍‌ଙ୍କୁ ଚକିତ କରିନାହିଁ। ହେଲେ କେଉଁ ମାନଦଣ୍ଡରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ମାର୍କ ପ୍ରଦାନ କରାଯିବ ତାହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି।
କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ନେଇ ପୂର୍ବରୁ ଘୋଷଣା କରିଥିଲେ। ଏହା ପରେ ସମସ୍ତଙ୍କ ନଜର ଥିଲା ରାଜ୍ୟ ସରକାରଙ୍କ ଉପରେ। ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିଥିବା ସରକାର କେଉଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ସେ ନେଇ ନାନା ଆଲୋଚନା, ପର୍ଯ୍ୟାଲୋଚନା ଚାଲିଥିଲା। ରାଜ୍ୟର ୬ ଲକ୍ଷରୁ ଊର୍ଦ୍ଧ୍ୱ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ୧୮ ହଜାର ୯୯୬ ଜଣ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତି ଶେଷ କରିଥିଲେ। ଏଥିପାଇଁ ୯୪ଟି କେନ୍ଦ୍ର କରାଯିବାକୁ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶ୍ନପତ୍ର ରଖିବାକୁ ୮ଟି ବ୍ଲକରେ ୮ଟି ନୋଡାଲ ସେଣ୍ଟର ଚିହ୍ନଟ ମଧ୍ୟ କରାଯାଇଥିଲା। କିନ୍ତୁ ପରୀକ୍ଷା ବାତିଲ ହୋଇଯାଇଥିବାରୁ ସେସବୁ ପ୍ରସ୍ତୁତିରେ ରୋକ୍‌ ଲାଗିଛି। ଏ ନେଇ ଜିଲା ଶିକ୍ଷା କାର୍ଯ୍ୟାଳୟ ମଧ୍ୟ ନୀରବ ହୋଇଯାଇଛି। ସରକାର ତାଙ୍କ ନିଷ୍ପତ୍ତି ଜଣାଇ ଦେଇଥିବାରୁ ପରୀକ୍ଷା ଆଉ ହେବ ନାହିଁ ବୋଲି ଛାତ୍ରୀଛାତ୍ର, ଅଭିଭାବକମାନେ ଜାଣିସାରିଛନ୍ତି। ହେଲେ ବୋର୍ଡ ପକ୍ଷରୁ ପିଲାଙ୍କ ଦକ୍ଷତା ଅନୁଯାୟୀ କିପରି ମାର୍କ ଦିଆଯିବ ତାହାକୁ ନେଇ ସେମାନେ ଆଶଙ୍କା ମଧ୍ୟରେ ଥିବାବେଳେ ଶିକ୍ଷାବିତ୍‌ମାନେ ମଧ୍ୟ ଏପରି ନିୟମ ପୂର୍ବରୁ ନ ଥିବା କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, କୌଣସି ଅସୁବିଧାଜନକ ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ଦିଆଯିବା ବ୍ୟବସ୍ଥା ରହିଛି। କିନ୍ତୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୋର୍ଡ ପରୀକ୍ଷା କରା ନ ଯାଇ କିପରି ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ଦକ୍ଷତା ଅନୁଯାୟୀ ମାର୍କ ଦିଆଯିବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାଛଡ଼ା ନମ୍ବରକୁ ନେଇ ଯେଉଁ ଛାତ୍ରୀଛାତ୍ରମାନେ ସନ୍ତୁଷ୍ଟ ନ ହେବେ, ସେମାନେ ପରବର୍ତ୍ତୀ ସମୟରେ ପରୀକ୍ଷା ଦେବେ ବୋଲି କୁହାଯିବା ଆଉ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଶିକ୍ଷାବିତ୍‌ମାନେ ପ୍ରକାଶ କରିଛନ୍ତି।

ମେଧାବୀଙ୍କ ଭବିଷ୍ୟତକୁ ଶକ୍ତ ଧକ୍କା
ଆଗୁଆ ହେଉ କି ବିଳମ୍ବରେ, ପରୀକ୍ଷା କରାଯାଇଥିଲେ ପିଲାମାନଙ୍କ ଦକ୍ଷତା ସମ୍ପର୍କରେ ସମସ୍ତେ ଜାଣି ପାରିଥାନ୍ତେ। କିନ୍ତୁ ବିନା ପରୀକ୍ଷାରେ ମାର୍କ ଦିଆଯିବା ଆଗାମୀ ଦିନରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ଏହା ମେଧାବୀମାନଙ୍କ ଭବିଷ୍ୟତକୁ ଶକ୍ତ ଧକ୍କା ଦେଇଛି।
-ଅନନ୍ତ ଚରଣ ପ୍ରଧାନ, ଶିକ୍ଷାବିତ୍‌, ଅନୁଗୋଳ

ସ୍ଥିତି ଦେଖି ପରୀକ୍ଷା କରିବାର ଥିଲା
ବର୍ତ୍ତମାନ ବଢ଼ୁଥିବା କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ମାଟ୍ରିକ ପରୀକ୍ଷା କରାଯାଇଥିଲେ ଭଲ ହୋଇଥାନ୍ତା। ବାତିଲ ଘୋଷଣା ନ କରି ସରକାର ଆଉ କିଛି ଦିନ ଅପେକ୍ଷା କରିଥିଲେ ଛାତ୍ରୀଛାତ୍ରମାନଙ୍କ ଉପଯୁକ୍ତ ଦକ୍ଷତା ଜଣାପଡ଼ିଥାନ୍ତା।
-ପ୍ରଦ୍ୟୁମ୍ନ ବେହେରା, ଅଭିଭାବକ, ଅନୁଗୋଳ

କେଉଁ ଆଧାରରେ ମାର୍କ ଦିଆଯିବ
ଠିକ୍‌ ଭାବେ ପାଠପଢ଼ା ହୋଇ ନ ଥିଲେ ମଧ୍ୟ ପିଲାମାନେ ସେମାନଙ୍କ ପରିଶ୍ରମ ଅନୁଯାୟୀ ପରୀକ୍ଷା ଦେଇ ନମ୍ବର ପାଇପାରିଥାନ୍ତେ। କିନ୍ତୁ ମହାମାରୀକୁ ଦେଖି ସରକାରଙ୍କ ନିଷ୍ପତ୍ତି ମନ୍ଦ ନୁହେଁ। ତଥାପି କେଉଁ ଆଧାରରେ ମୂଲ୍ୟାୟନ ହେବ ତାହା ଚିନ୍ତାର ବିଷୟ।
-ହାଡ଼ିବନ୍ଧୁ ପ୍ରଧାନ, ଅଭିଭାବକ, ଅନୁଗୋଳ

ବୋର୍ଡ ଅନ୍ଧାରରେ ବାଡ଼ି ବୁଲାଇବ
ପରୀକ୍ଷା ବାତିଲ ଦ୍ୱାରା ପାଠରେ ପଛୁଆ ଥିବା ପିଲାମାନେ ଉତ୍ସାହିତ ହୋଇଛନ୍ତି। କରୋନା ଗାଇଡ୍‌ଲାଇନ୍‌ ପାଳନ କରି ନିଟ୍‌ ଭଳି ସଂକ୍ଷିପ୍ତ ପ୍ରଶ୍ନ ଦ୍ୱାରା ଦିନିକିଆ ପରୀକ୍ଷା କରାଯାଉ। ନଚେତ୍‌ ମାର୍କ ଦେଲାବେଳେ ବୋର୍ଡ ଅନ୍ଧାରରେ ବାଡ଼ି ବୁଲାଇବା ସାର ହେବ।
-କିଶୋର ଚନ୍ଦ୍ର କର, ପ୍ରଧାନ ଶିକ୍ଷକ, ଜଗନ୍ନାଥ ହାଇସ୍କୁଲ, ତାଳଚେର

ଘରୋଇ-ସରକାରୀ ଫଳ ବ୍ୟବଧାନ ବଢ଼ିବ
ସରକାର ଯଥାର୍ଥ ନିଷ୍ପତ୍ତି ନେଇଛନ୍ତି। ତଥାପି ମେଧାବୀ ଛାତ୍ରୀଛାତ୍ରଙ୍କ ମନସ୍ତତ୍ତ୍ବ ବହୁଳ ଭାବେ ପ୍ରଭାବିତ ହେବ। ବୋର୍ଡ କର୍ତ୍ତୃପକ୍ଷ ଯଥାର୍ଥ ମୂଲ୍ୟାୟନ ନ କଲେ ସରକାରୀ ଓ ଘରୋଇ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମାର୍କରେ ଅଧିକ ବ୍ୟବଧାନ ପରିଲକ୍ଷିତ ହେବ।
-ତ୍ରିପୁରାରୀ ନାଥ, ଶିକ୍ଷାବିତ୍‌, ଅନୁଗୋଳ

ନାମ ଲେଖାରେ ସମସ୍ୟା ହେବ
ସିବିଏସ୍‌ଇ ଓ ଆଇସିଏସ୍‌ଇ ଭଳି ଆମ ବୋର୍ଡର ପ୍ରସ୍ତୁତି ନାହିଁ। ଫଳରେ ପରୀକ୍ଷାଫଳ ପ୍ରକାଶରେ ସମସ୍ୟା ହେବ। କଲେଜରେ ନାମ ଲେଖାବେଳେ ଅଡ଼ୁଆ ପରିସ୍ଥିତି ଉପୁଜିବ। ରେଗୁଲାର ଓ ଏକ୍ସ-ରେଗୁଲାରଙ୍କ କେମିତି ମୂଲ୍ୟାୟନ ହେବ ତାହା ଜଣାପଡ଼ୁନି।
-ତରଣୀସେନ ସାହୁ, ଜିଲା ସମ୍ପାଦକ, ଓଷ୍ଟା

ମେଧାବୀଙ୍କୁ ଭୁଲ୍‌ ରାସ୍ତାରେ ନେବ
ସିବିଏସ୍‌ଇକୁ ଅନୁସରଣ କରି ଏହା କରାଯାଇଛି। ସିବିଏସ୍‌ଇରେ ତ୍ରୈମାସିକ ଓ ଷାଣ୍ମାସିକ ପରୀକ୍ଷା ସହ ନବମ ଶ୍ରେଣୀ ପରୀକ୍ଷା ନମ୍ବର ଦଶମ ଶ୍ରେଣୀ ପରୀକ୍ଷା ଫଳରେ ଯୋଗ କରିବାର ପଦ୍ଧତି ଅଛି, ଯାହାକୁ ଆମ ବୋର୍ଡ ଏଯାଏ ଆପଣାଇ ନାହିଁ। ତେଣୁ ମୂଲ୍ୟାଙ୍କନ ମେଧାବୀଙ୍କୁ ଭୁଲ୍‌ ରାସ୍ତାରେ ନେବ।

-ନରେନ୍ଦ୍ର କୁମାର ପାଇକରାୟ, ଶିକ୍ଷାବିତ୍‌, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri