ବାଲ୍ୟବିବାହ ଥମିବାର ନାଁ ଧରୁନି

ନୟାଗଡ଼ ଅଫିସ,୨୪।୩: ନୟାଗଡ଼ ଜିଲାରେ ବାଲ୍ୟବିବାହ ଥମିବାର ନାଁ ଧରୁନି। ବାଲ୍ୟବିବାହ ଓ ଭ୍ରୂଣହତ୍ୟା ରୋକିବାକୁ ଦୁଇ ପ୍ରସଙ୍ଗରେ ଲକ୍ଷ ଲକ୍ଷ ଅନୁଦାନରେ ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ହେଉଛି। ପୁଣି ସରକାରୀ ସ୍ତରରେ ବାଲ୍ୟବିବାହ ବନ୍ଦ ପାଇଁ ସଚେତନତା କରାଯାଉଛି। ତେବେ ୨ ବର୍ଷରେ ୨୦୫ ବାଲ୍ୟବିବାହ ଚାଇଲ୍ଡ ଲାଇନ ବନ୍ଦ କରିଛି। ଏହାପରେ ସଚେତନତା ଠିକ୍‌ରେ ହେଉ ନ ଥିବା ଓ ଏ ନେଇ ଥିବା ଆଇନ କଡ଼ାକଡ଼ି ପାଳନ କରାଯାଉ ନ ଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷେ ଚାଇଲ୍ଡ ଲାଇନ ପକ୍ଷରୁ ବାଲ୍ୟବିବାହ ବନ୍ଦ କରାଯାଇ ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଉଛି। କେତେଜଣ ନାବାଳିକାଙ୍କୁ ଉଦ୍ଧାର ଦିନ ଛାଡ଼ି ଦିଆଯାଉଥିବାରୁ ସେମାନେ ପୁଣି ସେହି ଦିନ ବିବାହ କରିଛନ୍ତି। ୨ ବର୍ଷରେ ଏପରି ୩୨ ବାଲ୍ୟବିବାହ ପୁଣି ଥରେ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ବେସରକାରୀ ଭାବେ ବାଲ୍ୟବିବାହ ସଂଖ୍ୟା ବର୍ଷକୁ ୫୦୦ରୁ ୧୫୦୦ ମଧ୍ୟରେ ବୋଲି କୁହାଯାଉଛି। କେଉଁଠି ରହିଯାଇଥିବା ତ୍ରୁଟି କାରଣରୁ ବାଲ୍ୟବିବାହକୁ ରୋକାଯାଇ ପାରୁନି ବୋଲି ଅଭିଯୋଗ ହୋଇଆସୁଛି। ଏହାର କାରଣ ଖୋଜା ଯାଉ ନ ଥିବାରୁ ଏହା କେବଳ ଭାସଣବାଜିରେ ଓ ସଭା ସମିତିରେ ଅଟକି ଯାଉଛି ବୋଲି କୁହାଯାଉଛି। ବାଲ୍ୟବିବାହ ସମସ୍ୟାର ସମାଧାନ ପାଇଁ ପନ୍ଥା ବାହାରୁ ନ ଥିବାରୁ ଏହା ଭୟଙ୍କର ବିପଦକୁ ଆମନ୍ତ୍ରଣ କରୁଛି ବୋଲି କୁହାଗଲାଣି। ୨୦୨୧ ଜାନୁୟାରୀରୁ ୨୦୨୩ ଜାନୁୟାରୀ ପର୍ଯ୍ୟନ୍ତ ନୟାଗଡ଼ ଜିଲାରେ ୨୦୫ ବାଲ୍ୟବିବାହ ବନ୍ଦ ହୋଇଛି।
ଲୋକଦେଖାଣିଆ ଶପଥପାଠ
ଜିଲାରେ ବାଲ୍ୟବିବାହ ବଢ଼ୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଏବଂ ଆକ୍ସନ ଏଡ୍‌ ମିଳିତ ସହଯୋଗରେ ଜିଲା ସଦର ମହକୁମାରେ ୨୦୨୨ ମେ ୨୨ରେ ତତ୍କାଳୀନ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଶପଥପାଠ କାର୍ଯ୍ୟକ୍ରମ ହୋଇଥିଲା। ଜିଲା ପ୍ରଶାସନ ଏବଂ ଆକ୍ସନ ଏଡ୍‌ ପ୍ରୟାସରେ ସମଗ୍ର ଜିଲାରେ ଚାଲିଥିବା ‘ବାଲ୍ୟବିବାହକୁ ନା କହିବା ଓ ବିଦ୍ୟାଳୟକୁ ହଁ କହିବା’ କାର୍ଯ୍ୟକ୍ରମର ଶପଥପାଠ କାର୍ଯ୍ୟକ୍ରମ ଏକ ଅଂଶବିଶେଷ ବୋଲି କୁହାଯାଇଥିଲା। ଏଥିରେ ପଞ୍ଚାୟତସ୍ତରରେ ସ୍ବୟଂସହାୟକ ଗୋଷ୍ଠୀ, ଅଙ୍ଗନଓ୍ବାଡ଼ି କର୍ମୀ, କିଶୋରୀ ବାଳିକାବାଳକ, ବ୍ଲକସ୍ତରରେ ସ୍ବୟଂ ସହାୟିକା ମହାସଂଘର ସଭ୍ୟା, ସୁପରଭାଇଜର, ସିଡିପିଓ ଓ ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ହେଲେ ସବୁ ବୈଠକକୁ ଗଣମାଧ୍ୟମକୁ ଡକାଯାଇନାହିଁ। ଗଣମାଧ୍ୟମକୁ ଅନ୍ଧାରରେ ରଖି ପ୍ରଶାସନ ବାହାବା ନେବାକୁ ଚେଷ୍ଟା କରି ଅପଦସ୍ଥ ହେଉଥିବା ଦେଖାଯାଉଛି।
ଢାଞ୍ଚାରେ ପରିବର୍ତ୍ତନ ଆବଶ୍ୟକ
ବାଲ୍ୟବିବାହ ବଢ଼ୁଥିବା ନେଇ ବିଭିନ୍ନ ସମୟରେ ଜିଲାପାଳ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ତେବେ ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଆଇନ କଡ଼ାକଡ଼ି ପାଳନ ହେଉନି ବୋଲି ଅଭିଯୋଗ ହେଉଛି। ଏ ନେଇ ମାଣିକାଗୋଡ଼ାର ଆଇନଜୀବୀ ଅମୀୟ ପଟ୍ଟନାୟକ କୁହନ୍ତି, ବାଲ୍ୟବିବାହ ପାଇଁ ରହିଥିବା ଆଇନଗତ ଢାଞ୍ଚା ବଦଳାଇବାକୁ ପଡ଼ିବ। ଯେଉଁମାନେ ବାଲ୍ୟବିବାହ କରୁଛନ୍ତି, ସେମାନଙ୍କ ବିରୋଧରେ ଥାନାରେ ମାମଲା ହେବା ସହ ଗିରଫ କରାଯାଉ। ପୁଣି ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ଉପରେ ଯେଉଁ ସଚେତନତା ସଭା, ବୈଠକ କରାଯାଉଛି ସେଥିରେ ଗଣମାଧ୍ୟମକୁ ସାମିଲ କରାଯାଉ। ପ୍ରଶାସନ ତା’ର କାର୍ଯ୍ୟକ୍ରମରେ ସ୍ବଚ୍ଛତା ନ ଆଣିଲେ ବହୁଦିନର ଏକ ସମସ୍ୟା ବଦଳିବା ଆଶା କରିବା ଠିକ୍‌ ନୁହେଁ। ଏ ନେଇ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଭ୍ୟଙ୍କୁ ସଚେତନ କରାଇ ସେମାନଙ୍କର ସହଯୋଗ ନିଆଯାଉ। ସାଧାରଣରେ ଏ ନେଇ ସଚେତନ କରାଯାଉ।
ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଉ
ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବା ଦରକାର। ବିବାହ ପଞ୍ଜୀକରଣ ହେଲେ ନାବାଳିକା ବିବାହ ପାଇଁ ଆଉ କଷ୍ଟ କରିବାକୁ ପଡ଼ିବ ନାହିଁ ବୋଲି ସମାଜିକ କର୍ମୀ ଉଷାରାଣୀ ପଟ୍ଟନାୟକ କହିଛନ୍ତି। ଉଷାରାଣୀଙ୍କ ସୂଚନା ଅନୁସାରେ, ନାବାଳିକା ବିବାହ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ ଦରକାର। ସମସ୍ତଙ୍କୁ ନେଇ କାର୍ଯ୍ୟକ୍ରମ କରାଗଲେ ସୁଫଳ ନିଶ୍ଚିତ ମିଳିବ। ବହୁଦିନର ସାମାଜିକ ସମସ୍ୟାକୁ ବଦଳାଇବାକୁ ହେଲେ ସମୟ ଦରକାର। କାରଣ ଏହା ଏକ ବ୍ୟାଧି ହୋଇସାରିଛି। ଏ ନେଇ ସମସ୍ତେ ସଚେତନ ନୁହନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?