ନାଟ କରିବେନି ଦଣ୍ଡ କଳାକାର

ଆଠମଲ୍ଲିକ,୩ା୪(ଡି.ଏନ.ଏ.) ଆଠମଲ୍ଲିକ ଅଞ୍ଚଳରେ ଗଡ଼ଜାତ ଅମଳରୁ ଚାଲିଆସିଥିବା ବହୁ ପୁରାତନ ଲୋକନୃତ୍ୟ ଦଣ୍ଡ ନାଟ ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ହେବନାହିଁ। ସରକାର ଏହି ପାରମ୍ପରିକ ନାଟ ଉପରେ ରୋକ୍‌ ଲଗାଇଛନ୍ତି। ତେବେ କେବଳ ପରମ୍ପରା ଅନୁସାରେ ଦଣ୍ଡନାଟ ନୀତିକାନ୍ତିରେ ହିଁ ସୀମିତ ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ଆଠମଲ୍ଲିକର ଦଣ୍ଡ ନାଟ ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍‌ ଖ୍ୟାତି ଅର୍ଜନ କରିଛି। ଚୈତ୍ର ମାସ ପଣା ସଂକ୍ରାନ୍ତିର ୭, ୧୩, ୧୭ କିମ୍ବା ୨୧ ଦିନ ପୂର୍ବରୁ ଦଣ୍ଡ ଉଠିବାର ପରମ୍ପରା ରହିଛି। ଏହା ମେରୁ ସଂକ୍ରାନ୍ତିରେ ଉଦ୍‌ଯାପିତ ହୁଏ। ଏହିଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଦଣ୍ଡନାଟରେ ଭାଗ ନେଇଥିବା ବାଦ୍ୟକାରମାନେ ଅର୍ଥ ଉପାର୍ଜନ କରିଥାନ୍ତି। ଏହି ସମୟରେ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ରାତ୍ର ଦଣ୍ଡରେ ଭାଗ ନେଇଥିବା କଳାକାରମାନେ ୧୬ ପ୍ରକାର ଦଣ୍ଡ ପ୍ରଦର୍ଶନ କରିଥାନ୍ତି। ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଆଠମଲ୍ଲିକର କଳାକାର ଏହି ନାଟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ପତରସହୁରା ନୃତ୍ୟ ଦିଲ୍ଲୀରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହୋଇପାରିଛି। ଆଠମଲ୍ଲିକ ସହରର ସର୍ବପୁରାତନ ଦଣ୍ଡ ନାଟ ଦଳ ଗଡୁଆ ଦଣ୍ଡ, ରୁଗୁଡ଼ି ସାହି, ନୂଆ ସାହି, ବାବା ଭୁବନେଶ୍ୱର ଦଣ୍ଡ, ହରିଡ଼ାକୋଠା, ବାବା ଧବଳେଶ୍ୱର, ଲିପିଲୋଇ, ମା’ ରୁଦ୍ରଭବାନୀ, କୁଟେଶ୍ୱର, ବାବା ବଞ୍ଚେଶ୍ୱର, ଅଏଡ଼ା, ବାବା କପିଳେଶ୍ୱର, ଝରାପଡା, ଜାଗେଶ୍ୱର ବାବା, ବୁରଘାଟ, ବାବା ସଦ୍ଧେଶ୍ୱର, ଓଡ଼ସିଙ୍ଗା, ଟାଇଁସର, ଲୁଣହାଣ୍ଡି, ଘୋଡ଼ାଗାଡ଼ି, ମହେନ୍ଦ୍ରପୁର, କମ୍ପଲା, ଡୁଡୁମ, ଟୁସର, ନଗାଁ, ମିଣ୍ଡୋଲ, ଗାଁ ବଇଣ୍ଡା, ଗୁଣ୍ଡରୀ, ପାଇକସାହି, କସ୍ତୁରୀବାହାଲ, ଅଙ୍ଗପଡା, ଧଉରାଗୋଠ ଆଦି ଦଣ୍ଡ ନୃତ୍ୟ ଦଳ ରହିଛି l ମାତ୍ର ଚଳିତବର୍ଷ କୋଭିଡ୍‌ କଟକଣା ଏସବୁ ଦଣ୍ଡ ନାଟ ଦଳକୁ ନିରାଶ କରିଛି। ଇତିମଧ୍ୟରେ ବହୁ ଯାତ୍ରା ଦଳ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି।

ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଦଣ୍ଡ ନାଟ ପ୍ରଦର୍ଶନ ବନ୍ଦ କରାଯାଇଛି। ମାତ୍ର କୋଭିଡ୍‌ ନିୟମ ମଧ୍ୟରେ ପରମ୍ପରା ଅନୁଯାୟୀ ଦଣ୍ଡ ନାଟ ଦଳ ପୂଜାର୍ଚ୍ଚନା କରିପାରିବେ। ଦଣ୍ଡ ଦଳ ଅପରାହ୍ନ, ସା ଓ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେ ନାହିଁ।
-ଲଳିତ ମୋହନ ବେହେରା, ଉପଜିଲାପାଳ
ପରମ୍ପରା ଭଙ୍ଗ ହେବ
ପ୍ରତିବର୍ଷ ଗଁା ଗଁା ବୁଲି ଦଣ୍ଡକଳା ପ୍ରଦର୍ଶନ କରୁ। ଆମ ସହିତ ଥିବା ବାଦ୍ୟକାରମାନେ ପାରିଶ୍ରମିକ ପାଆନ୍ତି। ଚଳିତବର୍ଷ ଏହା ଉପରେ ରୋକ୍‌ ଲଗାଯିବା ଦ୍ୱାରା ଦଣ୍ଡ ସଂସ୍କୃତି ପରମ୍ପରା ଭଙ୍ଗ ହେଉଛି । ୫୦ରୁ ୬୦ ଜଣଙ୍କୁ ନେଇ ଦଣ୍ଡ ଯାତ୍ରା ପାଇଁ ମଧ୍ୟ ଅନୁମତି ମିଳୁନି।
-ଖେଡୁ ସାହୁ, ଦଣ୍ଡ କଳାକାର
କଳାକାର ନିରାଶ ହେଲେ
ଦଣ୍ଡ ଯାତ୍ରା ସମାଜରେ ଭାଇଚାରା ବଢ଼ାଇଥାଏ। ଭକ୍ତି ଭାବ ସୃଷ୍ଟି କରିଥାଏ। କୋଭିଡ୍‌ କଟକଣା ମଧ୍ୟରେ ନାଟ କରିବାକୁ ଅନୁମତି ମିଳିଥିଲେ ଭଲ ହୋଇଥାନ୍ତା। କିନ୍ତୁ ପ୍ରଶାସନ ସହମତ ହୋଇ ନ ଥିବାରୁ କଳାକାରମାନେ ନରାଶ ହୋଇଛନ୍ତି।
-ପଞ୍ଚାନନ ଗାଇଗରିଆ
ଦଣ୍ଡନାଟ ନିର୍ଦ୍ଦେଶକ
ପ୍ରତିଭାକୁ କ୍ଷତି ପହଞ୍ଚାଇବ
ଦଣ୍ଡଯାତ୍ରା ବନ୍ଦ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ। ସରକାରଙ୍କ ନିୟମ ଅନୁଯାୟୀ ଯାତ୍ରା କରିବାକୁ କଳାକାରମାନେ ପ୍ରସ୍ତୁତ ଅଛନ୍ତି। କିନ୍ତୁ ପ୍ରଶାସନ ବୁଝୁ ନ ଥିବାରୁ ନୂଆ ପ୍ରତିଭା କ୍ଷତିଗ୍ରସ୍ତ ହେବେ। ସେଥିପାଇଁ ଦୁଃଖ ଲାଗୁଛି।
-ପ୍ରମୋଦ କୁମାର ବିଶି,
ଝରାପଡ଼ା ଦଣ୍ଡ ଦଳ ମୁଖ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ, କହିଲା ପରାଜୟ ଭୟରେ ଡରିଗଲେଣି ଟ୍ରମ୍ପ

ତେହରାନ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହେଉଛି। ସୋମବାର (ଏପ୍ରିଲ ୬) ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଧମକ ଦେଇ କହିଛନ୍ତି ଯେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

ଆମେରିକା ଉପରେ ବଡ଼ ଅଭିଯୋଗ ଆଣିଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri