ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗ ଏବଂ ପୁରୀ ପ୍ରତ୍ନତତ୍ତ୍ୱ ସର୍ଭେ ସର୍କଲର ମିଳିତ ଟିମ୍‌ ଏହି ବିରଳ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ସଭ୍ୟତାର ସନ୍ଧାନ କରିଛନ୍ତି। ପୁରୀ ପ୍ରତ୍ନତତ୍ତ୍ବ ସର୍ଭେ ସର୍କଲର ଅଧୀକ୍ଷକ ଡ. ଦିବିଶାଦ ବ୍ରଜସୁନ୍ଦର ଗଡନାୟକ ଏବଂ ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗର ଗବେଷକ ସହକାରୀ ପ୍ରଫେସର ଡ. ସାକିର ହୁସେନ, ସହକାରୀ ପ୍ରଫେସର ଡ. ଜୟଶଙ୍କର ନାଏକଙ୍କ ପ୍ରତିନିଧିତ୍ୱରେ ଏହି ଟିମ୍‌ ଦେବଗଡ଼ ଜିଲା ଅନ୍ତର୍ଗତ ରିଆମାଳ ତହସିଲ ମୁଖ୍ୟାଳୟର ଓଏସଆରଟିସି ବସ ଷ୍ଟାଣ୍ଡ ନିକଟସ୍ଥ ଏକ ଛୋଟ ପାହାଡ଼ ପାଦଦେଶରୁ ଏହି ପୁରାତନ ମଧ୍ୟ ପ୍ରସ୍ତର (ପାଲେଓଲିଥିକ) ଯୁଗର ପଥର ଉପକରଣ ଏବଂ କଳାକୃତି ଦସ୍ତାବିଜ ସନ୍ଧାନ କରିଛନ୍ତି। ରିଆମାଳ ନିକଟରେ ବାଇପାସ ରାସ୍ତା ନିର୍ମାଣ ପାଇଁ ପାହାଡ଼ରୁ ଲାଟେରାଇଟ ମାଟି ଅପସାରଣ ଯୋଗୁ ଉପକରଣଗୁଡ଼ିକ ଷ୍ଟ୍ରାଟିଗ୍ରାଫିରେ ପ୍ରକାଶିତ ହୋଇଥିଲା ଏବଂ ପୃଷ୍ଠରେ ବିଛାଡ଼ି ଦିଆଯାଇଥିଲା। ସଂଗୃହୀତ ସାମଗ୍ରୀରେ ହସ୍ତକୁଠାର, ଫାଳ କରିବା ପ୍ରସ୍ତର ଉପକରଣ( ଲେଭାଲୋଇଜ କୋର୍‌) ଏବଂ ଛେଲିବା ଉପକରଣ( ଫ୍ଲେକ୍ସ), ଆଲ, ସ୍କ୍ରାପର୍‌, ପିକ, ଡିସ୍କୋଇଡ ଏବଂ ସାଧାରଣ ପୁରାତନ ମଧ୍ୟ ପ୍ରସ୍ତର (ପାଲେଓଲିଥିକ) ଯୁଗ ସହିତ ସମାନତା ଥିବା ଅନ୍ୟାନ୍ୟ ଉପକରଣ ମଧ୍ୟ ରହିଛି। ଅଧିକ ଗବେଷଣା ନିଶ୍ଚିତ ଭାବରେ ଏହି ଅଞ୍ଚଳର ପ୍ରାଗୈତିହାସିକ ମାନବ ଜୀବନଶୈଳୀ ଉପରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିବ। ପ୍ରାଥମିକ ସର୍ବେକ୍ଷଣରୁ ଜଣାଯାଇଛି,ଏହି ପ୍ରସ୍ତର ଉପକରଣ ଅତି କମରେ ୬୦ହଜାରରୁ ୭୦ହଜାର ବର୍ଷ ପୁରୁଣା ହେବବୋଲି ଗବେଷକ ଡ. ଜୟ ଶଙ୍କର ନାଏକ ସୋମବାର ସୁନ୍ଦରଗଡଠାରେ ସୂଚନା ଦେଇଛନ୍ତି। ଏହି ପ୍ରତ୍ନତାତ୍ତ୍ୱିକ ଅବଶେଷର ସନ୍ଧାନ ପରେ ଏଠାରେ ବହୁ ପ୍ରାଚୀନ କାଳରେ ଏହି ପୁରାତନ ମଧ୍ୟ ପ୍ରସ୍ତର ଯୁଗର ମାନବ ସଭ୍ୟତା ବିକଶିତ ହୋଇଥିଲା ବୋଲି ଏହି ଗବେଷକମାନେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?