କେବଳ ମା’ବାପା ନୁହଁ, ଓଡ଼ିଶାବାସୀଙ୍କ ସେବା କରିବି: ତାପସ

ଗୋପ,୧୩।୧୦(ଡି.ଏନ୍‌.ଏ.): ୨୪ ଘଣ୍ଟାରୁ ପରିବାରର କାର୍ଯ୍ୟ କରିବା ସହ ବାକି ଯାହା କିଛି ସମୟ ମିଳେ, ସେହି ସମୟରେ ପାଠ ପଢ଼ି ଓଡ଼ିଶା ସିଭିଲ ସର୍ଭିସ୍‌(ଓସିଏସ୍‌)ରେ ସଫଳତା ହାସଲ କରିଥିବା ତାପସ ଏବେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରାତଃରୁ ଉଠି ପ୍ରଥମେ ଶଯ୍ୟାଶାୟୀ ମା’ ଶଖୀମଣି, ବୃଦ୍ଧବାପା ଲିଙ୍ଗରାଜଙ୍କ ସେବା ଶୁଶ୍ର୍ରୂଷା କରିବା ସହ ପରିବାରର ସମସ୍ତ କାର୍ଯ୍ୟ ଶେଷ କରନ୍ତି। ଏପରିକି ପରିବାର ସଦସ୍ୟଙ୍କ ଲାଗି ତିନିବେଳାର ରୋଷେଇ ପ୍ରସ୍ତୁତ କରି ଖାଇବାକୁ ଦେଇଥାନ୍ତି। ଏହାପରେ ଯାହା ସମୟ ମିଳେ ସେହି ସମୟରେ ପାଠପଢ଼ାରେ ମନ ଦେଇଥାନ୍ତି ବୋଲି ଗୋପ ବ୍ଲକ ଅଧୀନ ବେଣୀପୁର ଗ୍ରାମର ତାପସ ରଞ୍ଜନ ମଲ୍ଲିକ କହିଛନ୍ତି। ପ୍ରକାଶ ଯେ, ଓପିଏସ୍‌ସି ଦ୍ୱାରା ପରିଚାଳିତ ଓସିଏସ୍‌ ପରୀକ୍ଷାରେ ୩୯୧ନମ୍ବର ର଼୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ତାପସ। ସେ ଦିହୁଡ଼ାସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରୁ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ପୁରୀ ଏସ୍‌ସିଏସ୍‌ କଲେଜରେ +୨ ଓ ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ +୩ ପଢ଼ିଥିଲେ। ପରେ ରୋଜଗାର ନିମନ୍ତେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ହେଲେ ବାପା ଲିଙ୍ଗରାଜଙ୍କ ଦେହ ଅସୁସ୍ଥ ଓ ମା’ ପକ୍ଷାଘାତରେ ପୀଡ଼ିତ ହେବା ପରେ ସେ ଚାକିରି ଛାଡ଼ି ଘରେ ରହି ପିତାମାତାଙ୍କ ସେବା କରିଥିଲେ। ପିତାମାତାଙ୍କ ସେବା ବ୍ୟତୀତ ସେ ପାଠ ପଢ଼ି ଓସିଏସ୍‌ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ହୋଇଥିଲେ। ଶେଷରେ ଏହି ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିଲେ। ଏହି ସଫଳତା ମିଳିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଟେଲିଫୋନ୍‌ ଯୋଗେ ତାପସଙ୍କୁ କୃତଜ୍ଞତା ଜଣାଇଥିବା ସମୟରେ ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନୁ ମଲ୍ଲିକ୍‌, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ସ୍ବାଇଁ, ପୂର୍ବତନ ସମିତିସଭ୍ୟ କରୁଣାକର ସାହୁ ପ୍ରମୁଖ ପହଞ୍ଚତ୍ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଏ ନେଇ ତାପସ କୁହନ୍ତି, ମାଆବାପା ହେଉଛନ୍ତି ଚଳନ୍ତି ଭଗବାନ। ତାଙ୍କର ସେବା, ସାଙ୍ଗସାଥୀଙ୍କ ପ୍ରେରଣା ମୋତେ ଏହି ସଫଳତାର ପାହାଚରେ ଠିଆ କରାଇପାରିଛିି। ବର୍ତ୍ତମାନ କେବଳ ମାତାପିତାଙ୍କ ନୁହେଁ, ଓଡ଼ିଶାବାସୀଙ୍କ ସେବା କରିବି ବୋଲି ତାପସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri