କେବଳ ମା’ବାପା ନୁହଁ, ଓଡ଼ିଶାବାସୀଙ୍କ ସେବା କରିବି: ତାପସ

ଗୋପ,୧୩।୧୦(ଡି.ଏନ୍‌.ଏ.): ୨୪ ଘଣ୍ଟାରୁ ପରିବାରର କାର୍ଯ୍ୟ କରିବା ସହ ବାକି ଯାହା କିଛି ସମୟ ମିଳେ, ସେହି ସମୟରେ ପାଠ ପଢ଼ି ଓଡ଼ିଶା ସିଭିଲ ସର୍ଭିସ୍‌(ଓସିଏସ୍‌)ରେ ସଫଳତା ହାସଲ କରିଥିବା ତାପସ ଏବେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରାତଃରୁ ଉଠି ପ୍ରଥମେ ଶଯ୍ୟାଶାୟୀ ମା’ ଶଖୀମଣି, ବୃଦ୍ଧବାପା ଲିଙ୍ଗରାଜଙ୍କ ସେବା ଶୁଶ୍ର୍ରୂଷା କରିବା ସହ ପରିବାରର ସମସ୍ତ କାର୍ଯ୍ୟ ଶେଷ କରନ୍ତି। ଏପରିକି ପରିବାର ସଦସ୍ୟଙ୍କ ଲାଗି ତିନିବେଳାର ରୋଷେଇ ପ୍ରସ୍ତୁତ କରି ଖାଇବାକୁ ଦେଇଥାନ୍ତି। ଏହାପରେ ଯାହା ସମୟ ମିଳେ ସେହି ସମୟରେ ପାଠପଢ଼ାରେ ମନ ଦେଇଥାନ୍ତି ବୋଲି ଗୋପ ବ୍ଲକ ଅଧୀନ ବେଣୀପୁର ଗ୍ରାମର ତାପସ ରଞ୍ଜନ ମଲ୍ଲିକ କହିଛନ୍ତି। ପ୍ରକାଶ ଯେ, ଓପିଏସ୍‌ସି ଦ୍ୱାରା ପରିଚାଳିତ ଓସିଏସ୍‌ ପରୀକ୍ଷାରେ ୩୯୧ନମ୍ବର ର଼୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ତାପସ। ସେ ଦିହୁଡ଼ାସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରୁ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ପୁରୀ ଏସ୍‌ସିଏସ୍‌ କଲେଜରେ +୨ ଓ ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ +୩ ପଢ଼ିଥିଲେ। ପରେ ରୋଜଗାର ନିମନ୍ତେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ହେଲେ ବାପା ଲିଙ୍ଗରାଜଙ୍କ ଦେହ ଅସୁସ୍ଥ ଓ ମା’ ପକ୍ଷାଘାତରେ ପୀଡ଼ିତ ହେବା ପରେ ସେ ଚାକିରି ଛାଡ଼ି ଘରେ ରହି ପିତାମାତାଙ୍କ ସେବା କରିଥିଲେ। ପିତାମାତାଙ୍କ ସେବା ବ୍ୟତୀତ ସେ ପାଠ ପଢ଼ି ଓସିଏସ୍‌ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ହୋଇଥିଲେ। ଶେଷରେ ଏହି ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିଲେ। ଏହି ସଫଳତା ମିଳିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଟେଲିଫୋନ୍‌ ଯୋଗେ ତାପସଙ୍କୁ କୃତଜ୍ଞତା ଜଣାଇଥିବା ସମୟରେ ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନୁ ମଲ୍ଲିକ୍‌, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ସ୍ବାଇଁ, ପୂର୍ବତନ ସମିତିସଭ୍ୟ କରୁଣାକର ସାହୁ ପ୍ରମୁଖ ପହଞ୍ଚତ୍ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଏ ନେଇ ତାପସ କୁହନ୍ତି, ମାଆବାପା ହେଉଛନ୍ତି ଚଳନ୍ତି ଭଗବାନ। ତାଙ୍କର ସେବା, ସାଙ୍ଗସାଥୀଙ୍କ ପ୍ରେରଣା ମୋତେ ଏହି ସଫଳତାର ପାହାଚରେ ଠିଆ କରାଇପାରିଛିି। ବର୍ତ୍ତମାନ କେବଳ ମାତାପିତାଙ୍କ ନୁହେଁ, ଓଡ଼ିଶାବାସୀଙ୍କ ସେବା କରିବି ବୋଲି ତାପସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri