କେବଳ ଏଏପି ନୁହେଁ ବିଜେଡି ମଧ୍ୟ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବାର ବୟସ ସୀମା ହ୍ରାସ ଲାଗି କରିଛି ଦାବି, ଜାଣନ୍ତୁ କ’ଣ ରହିଛି ଏହାର ନିୟମ

ନୂଆଦିଲ୍ଲୀ,୪।୮: ମାତ୍ର ଏକ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୨୩ରେ, ଆଇନ ଏବଂ ପର୍ସନାଲ କମିଟି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବାକୁ ପରାମର୍ଶ ଦେଇଥିଲା। କମିଟି ମଧ୍ୟ ସଂସଦରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ, ବୟସ ସୀମା ୨୫ରୁ ୧୮କୁ ହ୍ରାସ କରାଯାଉ। ତେବେ ପୁଣିଥରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ବୟସ ସୀମା ହ୍ରାସ କରିବାର ଦାବି ସଂସଦରେ ତୀବ୍ର ହୋଇଛି। ଏତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଦୀର୍ଘ ଦିନ ଧରି ଦେଶରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ବୟସ ସୀମା ହ୍ରାସ କରାଯାଉ ବୋଲି ଦାବି ହେଉଛି। ଉପସ୍ଥାପିତ ଯୁକ୍ତି ହେଉଛି ଯଦି ଜଣେ ବ୍ୟକ୍ତି ୧୮ ବର୍ଷ ବୟସରେ ଭୋଟ ଦେଇ ପାରିବେ ତେବେ ସେ କାହିଁକି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ? ବିଭିନ୍ନ ସମୟରେ ବିଭିନ୍ନ ଦାବି ଉଠିଛି। ବେଳେବେଳେ ଏହି ସୀମାକୁ ୨୫ରୁ ୨୧ କରିବାର ମଧ୍ୟ ଦାବି ହୋଇଛି। ତେବେ ପ୍ରଶ୍ନ ହେଉଛି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ବୟସ ସୀମା ୨୫ରୁ ୨୧ କରିଦେଲେ ରାଜନୀତିରେ ଯୁବକମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ କି? ପ୍ରଥମେ ଆସନ୍ତୁ ଜାଣିବା ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନିୟମ କ’ଣ ରହିଛି।

ଭାରତରେ ବିଧାନସଭା ବିଧାୟକ କିମ୍ବା ଲୋକ ସଭା ଏମପି ହେବା ପାଇଁ ଯୋଗ୍ୟତା କ’ଣ? ବିଧାୟକ ଏବଂ ଏମପି ହେବା ପାଇଁ ବୟସ ଆବଶ୍ୟକତା କ’ଣ, ଯାହାଦ୍ୱାରା ବିଧାୟକ ଏବଂ ଏମପି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିହେବ? ଭାରତୀୟ ସମ୍ବିଧାନର ଧାରା ୮୪ ସଂସଦର ସଦସ୍ୟ ହେବାର ଯୋଗ୍ୟତା ବର୍ଣ୍ଣନା କରିଛି। ଭାରତୀୟ ସମ୍ବିଧାନର ଧାରା ୧୭୩ ଅନୁଯାୟୀ, ବିଧାନସଭା ସଦସ୍ୟ ହେବାର ଯୋଗ୍ୟତା ସ୍ଥିର ହୋଇଛି।

ଜଣେ ବିଧାୟକ ଏବଂ ଏମପି ହେବା ପାଇଁ ଯୋଗ୍ୟତା କ’ଣ? ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଭାରତର ନାଗରିକ ହେବା ଆବଶ୍ୟକ। ଅତି କମରେ ୨୫ ବର୍ଷ ବୟସ ହେବା ବାଧ୍ୟତାମୂଳକ। ନିୟମ ଅନୁଯାୟୀ, ଏହି ବୟସରୁ କମ୍‌ ହେଲେ କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଭାରତୀୟ ନିୟମ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କୁ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ କରାଯାଇଛି ସେ ବିଧାନସଭା ଓ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଯଦି ସେ ଜଣେ ବିଧାୟକ କିମ୍ବା ଏମପି ହୋଇ ସାରିଛନ୍ତି, ତେବେ ତାଙ୍କର ସଦସ୍ୟତା ମଧ୍ୟ ବାତିଲ ହୋଇଥାଏ। ଭାରତର ପ୍ରତିନିଧୀତା ଅଧିନିୟମ, ୧୯୫୧ ର ଧାରା ୪ (ଡି) ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ନାମ ନିର୍ବାଚନ ତାଲିକାରେ ନାହିଁ, ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।

ସମ୍ପ୍ରତି ଦେଶର ସଂସଦରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାର ଦାବି ପୁଣି ଥରେ ହୋଇଛି। ରାଜ୍ୟ ସଭା, ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ କରିବାକୁ ଦାବି କରାଯାଇଛି। ସମ୍ପ୍ରତି ଏହା ୨୫ ବର୍ଷ ଅଟେ। ଗୃହରେ ପ୍ରଶ୍ନକାଳ ସମୟରେ ଆମ ଆଦମୀ ପାର୍ଟିର ରାଘବ ଚଢା ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଭାରତ ଏକ ଯୁବ ଦେଶ କିନ୍ତୁ ରାଜନୀତିରେ ଯୁବକମାନଙ୍କ ଉପସ୍ଥିତି ଅନୁପାତରେ କମ୍‌। ଆମ ଦେଶର ହାରାହାରି ବୟସ ୨୯ ବର୍ଷ। ଦେଶର ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ। ଆମର ଜନସଂଖ୍ୟାର ଅଧାଲୋକ ୨୫ବର୍ଷରୁ କମ।

ଚଢା ଆହୁରି କହିଛନ୍ତି, ପ୍ରଥମେ ଲୋକ ସଭାରେ ନିର୍ବାଚିତ ହୋଇଥିବା ଲୋକଙ୍କ ମଧ୍ୟରୁ ୨୬ ପ୍ରତିଶତ ୪୦ ବର୍ଷରୁ କମ ଥିବାବେଳେ ୧୭ ତମ ଲୋକ ସଭାରେ କେବଳ ୧୨ପ୍ରତିଶତ ଏମପି ୪୦ ବର୍ଷରୁ କମ ଅଟନ୍ତି। ସେ କହିଛନ୍ତି, ଏବେ ଆମେ ଯୁବକମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ଯାହା ଦ୍ୱାରା ଯୁବକମାନେ ଭାରତର ମୁଖ୍ୟ ସ୍ରୋତ ରାଜନୀତିରେ ପ୍ରବେଶ କରିବେ। ତେଣୁ ବୟସ ସୀମାକୁ ୨୫ରୁ ୨୧ବର୍ଷ କରନ୍ତୁ।

ଯେତେବେଳେ ଦେଶର ଯୁବକମାନେ ୧୮ ବର୍ଷ ବୟସରେ ନିଜ ସରକାର ବାଛି ପାରିବେ ଏବଂ ଦେଶର ଭବିଷ୍ୟତ ବାଛି ପାରୁଛନ୍ତି ତେବେ ୨୧ ବର୍ଷ ବୟସରେ ସେମାନେ ନିଶ୍ଚିତ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ପ୍ରଚଳିତ ଆଇନ ଅନୁଯାୟୀ, ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସର୍ବନିମ୍ନ ବୟସ ୨୫ବର୍ଷ ହୋଇଥିବାବେଳେ ରାଜ୍ୟ ସଭା ଏବଂ ବିଧାନ ପରିଷଦର ଜଣେ ସଦସ୍ୟଙ୍କ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସର୍ବନିମ୍ନ ବୟସ ୩୦ ବର୍ଷ ଅଟେ। ତେଣୁ ଏହାକୁ ବିଚାର କରି ନିଷ୍ପତ୍ତି ନିଆଯାଉ ବୋଲି ଚଢା ଦାବି କରିଛନ୍ତି।

ନିର୍ବାଚନ କମିଶନର ସେତେବେଳେ ସଂସଦୀୟ କମିଟିର ଏହି ରିପୋର୍ଟରେ ରାଜି ହୋଇ ନ ଥିଲେ। ଇସିଙ୍କ ଅନୁସାରେ ଏହି ଦାୟିତ୍ୱ ପାଇଁ ୧୮ ବର୍ଷ ଯୁବପିଢିଙ୍କର ଆବଶ୍ୟକ ଅଭିଜ୍ଞତା ଏବଂ ପରିପକ୍ୱତା ନାହିଁ । ଏପରି ପରିସ୍ଥିତିରେ ସେମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଠିକ ହେବ ନାହିଁ।

ଅନେକ ରାଜନୈତିକ ଦଳ ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି ଯେ, ଯଦି ମ୍ୟୁନିସିପାଲିଟି କର୍ପୋରେସନ-କାଉନସିଲରେ ନିର୍ବାଚନ ଲଢିବା ପାଇଁ ବୟସ ସୀମା ୨୧ ବର୍ଷ, ତେବେ ବିଧାନସଭା ଓ ଲୋକ ସଭା ପାଇଁ ଏହା ୨୫ ବର୍ଷ କାହିଁକି ସ୍ଥିର ହୋଇଛି, ତାହା ମଧ୍ୟ ହ୍ରାସ କରାଯାଇପାରେ। ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ବିଜୁ ଜନତା ଦଳ (ବିଜେଡି), YSRCP, ଶିବସେନା (ଉଦ୍ଧବ ଦଳ) ସମେତ ଅନେକ ଦଳ ଅଛନ୍ତି, ଯେଉଁମାନେ ନିର୍ବାଚନ ଲଢିିବା ପାଇଁ ବୟସ ସୀମା ହ୍ରାସ କରିବାକୁ ସପକ୍ଷରେ ଅଛନ୍ତି। ଭାଜପା ଏବଂ କଂଗ୍ରେସର ଅନେକ ଏମପି ମଧ୍ୟ ଚାହୁଁଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ବୟସ ହ୍ରାସ କରାଯାଉ।

କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳ ଜାତୀୟ ସଭାପତି ଜୟନ୍ତ ଚୌଧୁରୀ ଏ ବାବଦରେ ସଂସଦରେ ଏକ ଘରୋଇ ବିଲ ଆଗତ କରିଥିଲେ। ତାଙ୍କ ବିଲ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ବୟସ ସୀମା ସହିତ ମଧ୍ୟ ଜଡିତ ଥିଲା। ଜୟନ୍ତ ସେହି ସମୟରେ ଟୁଇଟ କରି ଲେଖିଥିଲେ, ସଂସଦ ଏବଂ ରାଜ୍ୟ ସଭାଗୁଡ଼ିକର ପ୍ରାର୍ଥୀ ବୟସକୁ ୨୧ ବର୍ଷକୁ ହ୍ରାସ କରିବା ପାଇଁ ଭାରତର ସମ୍ବିଧାନ (ଧାରା ୮୪ ଏବଂ ୧୭୩) ରେ ସଂଶୋଧନ କରିବା ପାଇଁ ଏକ ବିଲ ଉପସ୍ଥାପନ କରିଛି। ଯୁବପିଢିଙ୍କୁ ଭାରତର ରାଜନୈତିକ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଏହା ମୋର ପଦକ୍ଷେପ! କେବଳ ଭୋଟ ନୁହେଁ, ବିଧାନସଭାର ସଦସ୍ୟ ଭାବରେ ଦେଶକୁ ଦକ୍ଷ ନେତୃତ୍ୱ ପ୍ରଦାନ କରିବାର ଅଧିକାର।

 


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri