Posted inଜାତୀୟ

ଏବେ ନୁହେଁ ତ କେବେ ନୁହେଁ: ୟୁସିସି ନେଇ ନକଭିଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ଲୋକ ତଥା ଧାର୍ମିକ ସଂଗଠନର ମତାମତ ଲୋଡିଛନ୍ତି। ୟୁନିଫର୍ମ ସିଭିଲ କୋଡ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବିବୃତ୍ତି ପରେ ଶାସକ ଏବଂ ବିରୋଧିଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ମଧ୍ୟ ହୋଇଥିଲା। ତେବେ ଶନିବାର ଭାଜପାନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକ୍ତାର୍‌ ଅବ୍ବାସ ନକଭି କହିଛନ୍ତି ୟୁସିସି କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ।

କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳକୁ ଟାର୍ଗେଟ କରି ନକଭି କହିଛନ୍ତି ସେମାନେ ସେମାନଙ୍କର ବିବେକକୁ ଶୁଣିବା ଏବଂ ସାମ୍ପ୍ରଦାୟିକ ରାଜନୀତିଠାରୁ ଦୂରରେ ରହିବା ଉଚିିତ। ଏହି  ସଂସ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ସଠିକ ସମୟ। ଏବେ ନୁହେଁ ତ କେବେ ନୁହେଁ। ଏହା ବର୍ତ୍ତମାନ କାର୍ଯ୍ୟକାରୀ ନହେଲେ ଆଊ କେବେ ବି କାର୍ଯ୍ୟକାରୀ ହୋଇ ପାରିବ ନାହିଁ।

ୟୁସିସି ସମସ୍ତଙ୍କ ପାଇଁ ସମାନତା ଏବଂ ନ୍ୟାୟ ନିଶ୍ଚିତ କରିବ। ୟୁସିସି ଏକ ସାଧାରଣ ନିୟମକୁ ବୁଝାଏ ଯାହା ଦେଶର ସମସ୍ତ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ଏବଂ ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଓ ପୋଷ୍ୟ ସନ୍ତାନ ସମେତ ବ୍ୟକ୍ତିଗତ ମାମଲାଗୁଡ଼ିକର ମୁକାବିଲା କରିବାରେ ଧର୍ମ ଉପରେ ଆଧାରିତ ହେବ ନାହିଁ।

ୟୁସିସିର ଉଦ୍ଦେଶ୍ୟ ହେଉଛି ଦେଶକୁ ସାମ୍ପ୍ରଦାୟିକ ଷଡଯନ୍ତ୍ରକାରୀଙ୍କ କବଳରୁ ମୁକ୍ତ କରିବା, ଯେଉଁମାନେ ଗତ ସାତ ଦଶନ୍ଧି ଧରି ଏହାକୁ ସଂକୀର୍ଣ୍ଣ ମାନସିକତା ଏବଂ ସ୍ବାର୍ଥପରତା ପାଇଁ ବନ୍ଧକ ରଖିଥିଲେ।

ବିରୋଧୀ ଦଳକୁ ସମାଲୋଚନା କରି ନକଭି କହିଛନ୍ତି ୟୁସିସି ଭଳି ପ୍ରଗତିଶୀଳ ଆଇନ ସମ୍ବନ୍ଧରେ ସାମ୍ପ୍ରଦାୟିକ ରାଜନୀତିର ଏକମାତ୍ର ଉପଯୁକ୍ତ ଉତ୍ତର ହେଉଛି ବିବେକର ସ୍ବର ଶୁଣିବା। ୟୁସିସି ସମସ୍ତଙ୍କ ପାଇଁ ସମାନତା ଏବଂ ନ୍ୟାୟ ନିଶ୍ଚିତ କରିବ। ସେ କହିଛନ୍ତି କଂଗ୍ରେସର ସାମ୍ପ୍ରଦାୟିକ ଦ୍ୱନ୍ଦ୍ୱ ଏବଂ ୟୁସିସି ଉପରେ ଥିବା ପ୍ରତିବାଦକୁ ହଟାଇବା ପାଇଁ ବିରୋଧୀ ଦଳ ସେମାନଙ୍କ ବିବେକ ଶୁଣିବା ଉଚିତ।

ନକଭି ଅଭିଯୋଗ କରିଛନ୍ତି ୧୯୮୫ ରେ କଂଗ୍ରେସ ଦ୍ୱାରା କରାଯାଇଥିବା କ୍ଷଣିକ ଭୁଲ ଯୋଗୁ ଦେଶ ଏକ ଦଶନ୍ଧି ଧରି ଦଣ୍ଡିତ ହୋଇଥିଲ। ଶାହା ବାନୋ ମାମଲାରେ  ସଂସ୍କାର ଉପରେ ସାମ୍ପ୍ରଦାୟିକ ଆକ୍ରମଣ ପାଇଁ ଦଳ ସଂସଦରେ ଏହାର ସଂଖ୍ୟାଗରିଷ୍ଠତା ବ୍ୟବହାର କରିଥିଲା। ଏବେ ସଂସ୍କାର ଆଣିବା ପରିବର୍ତ୍ତେ କଂଗ୍ରେସ ପୁଣି ଥରେ ସମାନ ଭୁଲର ପୁନରାବୃତ୍ତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri