ବିପଦ ଡାକିଲାଣି ଡେଙ୍ଗୁ

ଭୁବନେଶ୍ୱର,୨।୭ (ବନ୍ଦନା ସେଠୀ) ବର୍ଷାଋତୁ ଆରମ୍ଭରୁ ଡେଙ୍ଗୁ ରୋଗ କାୟା ବିସ୍ତାର କରିବାରେ ଲାଗଛି। ଏ ପର୍ଯ୍ୟନ୍ତ ରାଜ୍ୟରୁ ୧୭୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୩ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସ୍ମାର୍ଟସିଟି ଭୁବନେଶ୍ୱର ସଂକ୍ରମଣରେ ଆଗୁଆ ରହିଛି। ସହରରୁ ଏଯାବତ୍‌ ୯୨ଜଣ ଡେଙ୍ଗୁ ସଂକ୍ରମିତ ବାହାରିଛନ୍ତି। ସେହିପରି ଯାଜପୁର ଜିଲାରୁ ୧୨, ବାଲେଶ୍ୱର ଓ କଟକରୁ ୧୦ଜଣ ଲେଖାଏ, ପୁରୀରୁ ୮, ଜଗତ୍‌ସିଂହପୁର ଓ ଭଦ୍ରକରୁ ୭ଜଣ ଲେଖାଏ, ନୟାଗଡ଼ରୁ ୬ଜଣ, ରାୟଗଡ଼ାରୁ ୫ଜଣ, କୋରାପୁଟରୁ ୪ଜଣ, ମୟୂରଭଞ୍ଜ, କଳାହାଣ୍ଡି, ଝାରସୁଗୁଡ଼ା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ, କେନ୍ଦୁଝରରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଜୁନ୍‌ ଶେଷସୁଦ୍ଧା ରାଜ୍ୟରେ ୧୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱର ସଂକ୍ରମଣରେ ଆଗୁଆ ରହିଥିଲା। ଏଥର ମଧ୍ୟ ସ୍ଥିତି ସମାନ ରହିଛି। ତେବେ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏଥିସହ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥିତି ଭଲ ଥିବା ସେ କହିଛନ୍ତି। ପ୍ରତିବର୍ଷ ଜୁଲାଇ, ଅଗଷ୍ଟ ବେଳକୁ ମ୍ୟାଲେରିଆ ଓ ଡେଙ୍ଗୁର ପାଦୁର୍ଭାବ ବଢିଥାଏ। ଗତବର୍ଷ ଏହି ସମୟରେ ୫ହଜାର ୪ଶହ ଟେଷ୍ଟ ହୋଇଥିବାବେଳେ ଚଳିତବର୍ଷ ୧୦ହଜାର ୭୮୧ ଟେଷ୍ଟ କରାଯାଇଛି। ଗତବର୍ଷ ଏହି ସମୟରେ ପ୍ରାୟ ୩ଶହ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ୧୭୫ ଜଣ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଟେଷ୍ଟିଂ ବଢିଥିଲେ ବି ପଜିଟିଭ ସଂଖ୍ୟା କମିଛି। ତେବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ବିଭିନ୍ନ ଜିଲାରେ ମାଗଣା ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଜ୍ୱର, ଘୋଳାବିନ୍ଧା, ମୁଣ୍ଡ ବିନ୍ଧା ହେବା ହେଉଛି ଡେଙ୍ଗୁର ଲକ୍ଷଣ। ଏପରି ଲକ୍ଷଣ ଦେଖାଦେଲେ ଏଲିସା ପଦ୍ଧତିରେ ଟେଷ୍ଟିଂ କରାଯିବାକୁ ପରାମର୍ଶ ଦିଆଯାଇଛି। ଡେଙ୍ଗୁ ମୁଖ୍ୟତଃ ଏକ ଭାଇରାଲ ରୋଗ ହୋଇଥିବାରୁ ଏହା ୯୦% ଆପେଆପେ ଭଲ ହୋଇଥାଏ। ମୁଖ୍ୟତଃ ଡିହାଇଡ୍ରେଶନ ଏହି ରୋଗ ପାଇଁ ସବୁଠୁ ଅଧିକ ବିପଦ ସାବ୍ୟସ୍ତ ହୋଇଥାଏ। ଏପରି ହେଲେ ଯଥେଷ୍ଟ ପରିମାଣର ପାଣି ଓ ଓଆର୍‌ଏସ୍‌ ପିଇବା ଉଚିତ୍‌। ପ୍ଲେଟଲେଟ କମିଲେ ବ୍ଲିଡିଂ ହେବାର ଆଶଙ୍କା ରହୁଛି। ଏପରି ହେଲେ ତୁରନ୍ତ ଆଡମିଟ ହେବା ଆବଶ୍ୟକ। ତେବେ ଏହାକୁ ନେଇ ଅଧିକ ଭୟଭୀତ ନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର ପରାମର୍ଶ ଦେଇଛନ୍ତି।
ଖୋର୍ଦ୍ଧା ଜିଲାରେ ସଂକ୍ରମଣ ଅଧିକ ରହୁଥିବାରୁ ଜିଲାର ୪ଟି ଜାଗାରେ ମାଗଣା ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲା ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲ ଓ ଆର୍‌ଏମ୍‌ଆର୍‌ସିରେ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଡେଙ୍ଗୁ ରୋଗୀଙ୍କ ପାଇଁ ମେଡିକାଲରେ ବେଡ୍‌ ରଖିବାକୁ ସବୁ ଜିଲାକୁ ଚିଠି କରାଯାଇଛି। ଏଥିସହ ପର୍ଯ୍ୟାପ୍ତ ପରିମାଣର ଔଷଧ, ରକ୍ତ, ପ୍ଲେଟ୍‌ଲେଟ୍‌ ମହଜୁଦ ରଖିବାକୁ ସମସ୍ତଙ୍କୁ କୁହାଯାଇଛି। ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ଜିଲାକୁ ଏସ୍‌ଓପି ଜାରି କରାଯାଇଥିବାବେଳେ ଚିକିତ୍ସାରେ ଯେପରି ଅବହେଳା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ରାଜ୍ୟରେ ଡେଙ୍ଗୁର ସ୍ଥିତି ଭଲ ରହିଛି। ଏଯାବତ୍‌ ୪୭ଜଣ ରୋଗୀ ହସ୍ପିଟାଲକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୪୨ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି। ଏବେ ମାତ୍ର ୫ଜଣ ରୋଗୀ ରହିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ପ୍ରତିଦିନ ଏଠାରେ ୩୫ରୁ ୪୦ଜଣଙ୍କ ଟେଷ୍ଟିଂ କରାଯାଉଛି ଏବଂ ୪/୫ଜଣ ପଜିଟିଭ୍‌ ବାହାରୁଛନ୍ତି। ଭୁବନେଶ୍ୱରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ସେଲ୍‌ କରାଯାଇଛି। ୧୦ଟି ବେଡ୍‌ ସେମାନଙ୍କ ପାଇଁ ମହଜୁଦ୍‌ ରହିଛି। ଆବଶ୍ୟକ ପଡିଲେ ଅଧିକ ସଂଖ୍ୟକ ବେଡ୍‌ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି। ସେହିପରି ରାଜଧାନୀର ଆଇ୍‌ଆର୍‌ସି ଭିଲେଜ୍‌ ଅଞ୍ଚଳରେ ସର୍ବାଧିକ ସଂକ୍ରମିତ ରହିଥିବା ବିଏମ୍‌ସି ସିଟି ହେଲ୍‌ଥ ଅଫିସର ଦୀପକ ବିଶୋଇ ସୂଚନା ଦେଇଛନ୍ତି। ଗତ ବର୍ଷ ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳରେ ସଂଖ୍ୟାଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ଆଇଆର୍‌ସି ଭିଲେଜରୁ ସର୍ବାଧିକ ୨୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ବିଏମ୍‌ସି ପକ୍ଷରୁ ଏବେ ଡୋର୍‌ ଟୁ ଡୋର୍‌ ସର୍ଭେଲାନ୍ସ କରିବା ସହ ଫଗିଙ୍ଗ୍‌ ଏବଂ ଟାୟାର, ପଇଡ ଖୋଳ, ଡ୍ରେନ, ଡଷ୍ଟବିନ, କୁଲରରେ ଜମି ରହୁଥିବା ପାଣିକୁ କଢ଼ା ଯାଉଛି। ୩ ତାରିଖରୁ ସହରର ପ୍ରତ୍ୟେକ ଓ୍ବାର୍ଡରେ ନିୟମିତ ଫଗିଙ୍ଗ୍‌ କରାଯିବ। ଏଥିସହ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ପ୍ରତିବର୍ଷ ବର୍ଷାଦିନ ଆସିଲେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗର ପ୍ରାଦୁର୍ଭାବ ବଢିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ବେଳହୁଁ ସାବଧାନ ହେବା ସହ ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?