Posted inଖେଳ

କୋହଲି ନୁହେଁ, ଏହି ୨ ବ୍ୟାଟ୍‌ସମ୍ୟାନ୍‌ ଅରେଞ୍ଜ୍‌ କ୍ୟାପ୍‌ ଜିତିବାର ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନ୍‌ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି। ଆଗାମୀ ୨ ସପ୍ତାହରୁ କମ ସମୟ ମଧ୍ୟରେ, ଆଇପିଏଲ ୨୦୨୪ର ଲିଗ ପର୍ଯ୍ୟାୟ ଶେଷ ହେବ। ଗୋଟିଏ ପଟେ ପଏଣ୍ଟ ଟେବୁଲରେ ଟପ -୪ରେ ରହିବାକୁ ସଂଘର୍ଷ ଜାରି ରହିଛି। ଅନ୍ୟପକ୍ଷରେ ଅରେଞ୍ଜ୍‌ ଏବଂ ପର୍ପଲ କ୍ୟାପ୍‌ ପାଇଁ ମଧ୍ୟ ରେସ୍‌ ଚାଲିଛି। ଏବେ ଅରେଞ୍ଜ କ୍ୟାପ୍‌ ବିରାଟ କୋହଲିଙ୍କପ୍ପାଖରେ ଅଛି। ବିରାଟ କୋହଲି ଏପର୍ଯ୍ୟନ୍ତ ଆଇପିଏଲ ୨୦୨୪ରେ ୧୧ଟି ମ୍ୟାଚରେ ୫୪୨ ରନ ସଂଗ୍ରହ କରିଛନ୍ତି। କିନ୍ତୁ ପଏଣ୍ଟ ଟେବୁଲରେ ଆରସିବିର ସ୍ଥିତିକୁ ବିଚାରକୁ ନେଇ କୋହଲି ଶେଷ ପର୍ଯ୍ୟନ୍ତ ଅରେଞ୍ଜ କ୍ୟାପ ବଜାୟ ରଖିପାରିବେ ନାହିଁ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ରେ ୧୧ଟି ମ୍ୟାଚ ଖେଳିବା ପରେ ମାତ୍ର ୪ ଥର ବିଜୟ ହାସଲ କରିବାରେ ସକ୍ଷମ ହୋଇଛି। ଦଳ ବର୍ତ୍ତମାନ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି। ଯଦିଓ ବେଙ୍ଗାଲୁରୁ ଏହାର ଅବଶିଷ୍ଟ ସମସ୍ତ ମ୍ୟାଚ ଜିତିବ, ତଥାପି ଏହାର ମାତ୍ର ୧୪ ପଏଣ୍ଟ ରହିବ। ଏଭଳି ପରିସ୍ଥିତିରେ ଦଳ ଯୋଗ୍ୟତା ଅର୍ଜନ କରିବା ଅତ୍ୟନ୍ତ କଷ୍ଟକର। ଏହାର ଅର୍ଥ ହେଉଛି ଏହି ସିଜନରେ ବିରାଟ କୋହଲି ବୋଧହୁଏ ଆହୁରି ୩ ଇନିଂସ ଖେଳି ପାରିବେ। ସେ ବର୍ତ୍ତମାନ ଥିବା ଟ୍ରାକ୍‌କୁ ଦେଖିଲେ ଲାଗୁଛି ଯେପରି କି କୋହଲି ୭୦୦ରନ ଚିତ୍ରକୁ ସହଜରେ ସ୍ପର୍ଶ କରିବେ। କିନ୍ତୁ ଅନ୍ୟ ଖେଳାଳିମାନେ ତାଙ୍କ ନିକଟରେ ଅଛନ୍ତି।
ଯଦି ଆରସିବି ପ୍ଲେ ଅଫ କୁ ଯିବ ିନାହିଁ, ତେବେ ରୁତୁରାଜ ଗାଇକ୍ୱାଡ ଏବଂ ସଞ୍ଜୁ ସାମସନଙ୍କ ମଧ୍ୟରେ ଅରେଞ୍ଜ କ୍ୟାପ ପାଇଁ କଠିନ ଯୁଦ୍ଧ ହୋଇପାରେ। ଗୋଟିଏ ପଟେ ରାଜସ୍ଥାନ ରୟାଲ୍ସ ପ୍ରାୟ ପ୍ଲେ ଅଫ ରେ ପହଞ୍ଚିଥିବାବେଳେ ପ୍ଲେ ଅଫ ଯିବାକୁ ସିଏସକେକୁ ୩ଟି ମ୍ୟାଚ ମଧ୍ୟରୁ ଅତି କମରେ ୨ଟି ଜିତିବାକୁ ପଡିବ। ଯଦି ଉଭୟ ଦଳ ପ୍ଲେ ଅଫକୁ ଯାଆନ୍ତି, ତେବେ ଗାଇକ୍ୱାଡ ଏବଂ ସାମସନ ବିରାଟ କୋହଲିଙ୍କ ଅପେକ୍ଷା ଅଧିକ ମ୍ୟାଚ ଖେଳିବାର ସୁଯୋଗ ପାଇବେ। ସିଏସକେ ଅଧିନାୟକ ଗାଇକ୍ୱାଡ ଏପର୍ଯ୍ୟନ୍ତ ୫୪୧ ରନ ସଂଗ୍ରହ କରିଛନ୍ତି ଏବଂ ଅରେଞ୍ଜ କ୍ୟାପ ରେସ୍‌ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆରଆର ଅଧିନାୟକ ସାମସନ ୧୧ଟି ମ୍ୟାଚରେ ୪୭୧ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?