ସେବାରେ ଲାଗୁନି ୧୦୮ ଆମ୍ବୁଲାନ୍ସ

ଖୁଣ୍ଟା,୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସ ଏବେ ଲୋକଙ୍କ ସେବାରେ ଲାଗି ପାରୁନି। ୨୦ ଦିନ ତଳେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ଅଚଳ ହୋଇପଡ଼ିଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏହାର ମରାମତି ହୋଇପାରୁନି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଅନ୍ୟ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇନାହିଁ। ଫଳରେ ଗୁରୁତର ରୋଗୀମାନେ ବାଧ୍ୟହୋଇ ଘରୋଇ ଆମ୍ବୁଲାନ୍ସ ଭଡ଼ାରେ ନେଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗୋପବନ୍ଧୁ ନଗର ବ୍ଲକର ୧୩ଟି ଏବଂ ଖୁଣ୍ଟା ବ୍ଳକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି। ମାତ୍ର ଗତ କିଛି ଦିନ ହେଲା ଅଞ୍ଚଳବାସୀ ୧୦୮ ଆମ୍ବୁଲାନ୍ସ ସେବା ପାଇ ପାରିବାରୁ ବଞ୍ଚିତ ରହିଛନ୍ତି। ସିଏଚସି ମୁଖ୍ୟସ୍ଥଳରୁ ୧୭ କି.ମି. ଦୂର ଉଦଳା ଓ ୩୦ କି.ମି ଦୂରରେ ଥିବା ବାରିପଦା କିମ୍ବା ୧୫ କି.ମି ଦୂର ବଡ଼ସାହି ଆଦି ଚିକିତ୍ସାକେନ୍ଦ୍ରକୁ ଯିବା ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଦାବି କରାଯାଇଛି। ସଂଗଠନର ଜିଲା ସଭାପତି ଧରମରାଜ ହାଁସଦାଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଜରିଆରେ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଂଗଠନର ବିଶ୍ବଜିତ ମୁର୍ମୁ, କୃଷ୍ଣଚନ୍ଦ୍ର ହେମ୍ବ୍ରମ, କମଲ ବାସ୍କେ, ମୋହନ ସିଂ, ପିଥୁ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମକୁ ଡରାଉଛି କରୋନା ମୃତ୍ୟୁ: ପୁଣି ଗଲା ୨ ଯୁବକଙ୍କ ଜୀବନ

ଛତ୍ରପୁର,୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଗଞ୍ଜାମ ଗ୍ରୀନ ଜୋନ୍‌ରେ ରହିଛି ଅପରପକ୍ଷରେ କରୋନା ଜନିତ...

ବିଶ୍ୱର ୩ୟ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ସିଝୁଛି। ସତେଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି। ଗତ କିଛିଦିନ ହେବ ଅସହ୍ୟ ତାତି ସମଗ୍ର ରାଜ୍ୟକୁ କବଳିତ କରିଛି।...

ମୁଖ୍ୟ ବନ ସଂରକ୍ଷକଙ୍କ ଡାଳିଯୋଡା ଗସ୍ତ

ଛତିଆ,୧ା୬(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମୁଖ୍ୟ ବନ ସଂରକ୍ଷକ ସଞ୍ଜୀବ କୁମାର ତ୍ରିପାଠୀ ଶୁକ୍ରବାର ଡାଳିଯୋଡା ବନାଞ୍ଚଳର ଚଣ୍ଡିଖୋଲ ସେକ୍ସନ୍‌ ଗସ୍ତରେ ଆସିଥିଲେ। ମହାବିନାୟକ...

ଜମି ବିବାଦରୁ ହତ୍ୟା: ବଡ଼ଭାଇ ଖଣ୍ଡା ଚୋଟରେ ସାନଭାଇର ଜୀବନ ଗଲା

ସିମୁଳିଆ, ୧୫।୧୦(ଡି.ଏନ.ଏ.)-ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ବିଷ୍ଣୁପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇ କୈଳାସ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲା:ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୮ା୯-ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ଜଜ୍‌ ଗୁରୁବାର ଜଣେ ୧୦ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ହୋଇଥିବା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ...

ନିଜାମୁଦ୍ଦିନ୍‌ ଧର୍ମସଭାରେ ଥିଲେ କୋରାପୁଟର୨

ଜୟପୁର,୧ା୪(ନି.ପ୍ର./ଡି.ଏନ୍‌.ଏ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ ଧର୍ମସଭାରେ ଦେଶବିଦେଶରୁ ଲୋକ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହି ସଭାରେ ଓଡ଼ିଶାର...

ଆଖି ବୁଜିଲା ଚିକିତ୍ସାଧୀନ ହାତୀ

ଦେବଗଡ଼,୭ା୧୨(ଡି.ଏନ୍‌.ଏ)-ଦେବଗଡ଼ ବନାଞ୍ଚଳ କଂସର ସେକ୍ସନ ଅଧୀନ ବିରିୟାମ ଗ୍ରାମ ନାଳରେ ପଡି ଚିକିତ୍ସାଧୀନ ଥିବା ବୟସ୍କା ମାଈହାତୀ ସୋମବାର ଆଖି ବୁଜିଛି। ତିଲେଇବଣୀ ପ୍ରାଣୀ ଚିକିତ୍ସକ...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକଲା ଏବିଭିପି

ବ୍ରହ୍ମପୁର ଅଫିସ, ୨୭ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସ ଭୁଶୁଡ଼ିବା ଘଟଣାର ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପରେ ବି ତଦନ୍ତ ନେଇ କୌଣସି କମିଟି ଗଠନ...

Advertisement
Archives

Model This Week