କମୁନି ଦୁର୍ଦ୍ଦଶା,ସରୁନି ଦୁଃଖ

କେନ୍ଦୁଝର,୭ା୪: ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ୫ ହଜାର ଟଙ୍କା ଧାର ଆଣି ଶୁଝି ନ ପାରିବା ଯୋଗୁ ୨ପୁଅଙ୍କୁ ବନ୍ଧକ ରଖି ୭ବର୍ଷ ତଳେ ଚର୍ଚ୍ଚାକୁ ଆସିଥିବା କେନ୍ଦୁଝର ଜିଲା ଚମ୍ପୁଆ ପୌରପାଳିକା ଅଧୀନ ୧ ନଂ. ଓ୍ବାର୍ଡ ଗୋଧୂଳି ଗ୍ରାମର ସାବିତ୍ରୀ ନାଏକଙ୍କ ପରିବାରକୁ ନେଇ ପୁଣି ଆଲୋଚନା ଜୋର ଧରିଛି। କରୋନା ପୁଣି ଉକ୍ତ ପରିବାରକୁ ଅସହାୟ କରିଦେଇଛି।ସେତେବେଳେ ପ୍ରଶାସନର ଉଦାରପଣିଆ ଯୋଗୁ ରାହା ପାଇଥିବା ଉକ୍ତ ପରିବାର ଏବେ ପୁଣି ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ପେଟପାଟଣା ପାଇଁ ୩ପୁଅ ପାଠପଢ଼ା ଛାଡ଼ି ମୂଲମଜୁରି ଲାଗୁଛନ୍ତି। ଦୁଃଖ ଯେମିତି ସେମାନଙ୍କ ପିଛା ଛାଡ଼ୁନି।
ସୂଚନା ଅନୁଯାୟୀ, ୨୦୧୬ ଜାନୁୟାରୀ ୨୬ରେ ଦୀର୍ଘ ବର୍ଷ ଧରି ଅସୁସ୍ଥ ଥିବା ସାବିତ୍ରୀଙ୍କ ସ୍ବାମୀ ଆଖି ବୁଜିଥିଲେ। ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଜଣେ ଲୋକ ପାଖରୁ ୫ ହଜାର ଟଙ୍କା ଧାର ଆଣିଥିଲେ। ଧାର ଅର୍ଥ ପରିଶୋଧ କରିବା ପାଇଁ ତାଙ୍କର ୨ପୁଅଙ୍କୁ ବଗାଳିଆ (ଗୋରୁ ଜଗାରଖା) କାମରେ ଲଗାଇଥିଲେ। ଯେଉଁ ବସୟରେ ଦୁଇ ଶିଶୁ ପାଠ ପଢ଼ିବା କଥା ସେହି ବୟସରେ ପର ଘରେ କାମ କରୁଥିଲେ। ଏନେଇ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ପରେ କମିଶନ ରାଜ୍ୟ ସରକାରଙ୍କୁ ଚିଠିକରି ଏଭଳି ଘଟଣା ଯେପରି ଆଗକୁ ନ ଘଟେ ସେଥିପ୍ରତି ଧ୍ୟାନଦେବାକୁ କହିଥିଲେ। ତତ୍କାଳୀନ ଜିଲାପାଳ ତିରୁମାଲା ନାୟକ ସାବିତ୍ରୀଙ୍କ ଘରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ସାବିତ୍ରୀଙ୍କୁ ଘରୋଇ କମ୍ପାନୀ ସହାୟତାରେ ଘର ଦେବା ସହ ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢ଼ାଇବା ବ୍ୟବସ୍ଥା କରିଥିଲେ। ତେବେ ଏହା ମଧ୍ୟରେ ୭ ବର୍ଷ ବିତିଯାଇଛି। ସାବିତ୍ରୀଙ୍କ ପରିବାର ପୂର୍ବଭଳି ଆର୍ଥିକ ଅନଟନ ମଧ୍ୟରେ ରହିଛନ୍ତି। କୋଭିଡ୍‌ ପରେ ୩ ପୁଅ ପାଠ ଛାଡ଼ି ପେଟପାଟଣା ପାଇଁ କାମ କରୁଛନ୍ତି। ବଡ଼ ପୁଅ ବୁକେଶ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ସେ ଆଉ ଘରକୁ ଆସୁ ନ ଥିବା ବେଳେ କେଉଁଠି ଅଛନ୍ତି ମଧ୍ୟ ଖୋଜ ଖବର ନାହିଁ। ସାନଝିଅ ବର୍ଷା ଏବେ ଗଁା ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଛି। ଅନ୍ୟ ଦୁଇ ପୁଅ ପେଟପାଟଣା ପାଇଁ ମୂଲ ମଜୁରି ଲାଗୁଛନ୍ତି। ସେମାନେ କାମ କଲେ ଚୁଲି ଜଳୁଛି ବୋଲି ସାବିତ୍ରୀ କହିଛନ୍ତି। ଏ ନେଇ ୧ନଂ. ଓ୍ବାର୍ଡର କାଉନ୍‌ସିଲର ଛତ୍ରପତି ନାୟକ କହିଛନ୍ତି, ସେ ସମୟରେ ପ୍ରଶାସନ ପକ୍ଷରୁ ସହାୟତା ମିଳିଥିଲା। ଏବେ ସେମାନେ ଚମ୍ପୁଆ ଏନ୍‌ଏସିରୁ ସହାୟତା ପାଉଛନ୍ତି।

ନରେଶ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri