Posted inଜାତୀୟ

ଖାଲି ରାଜନୀତି ନୁହେଁ, ବିହାର ବି ଛାଡିଦେବି: ପପୁ ଯାଦବ…

ପାଟନା,୪।୯ : ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଜନ ଅଧିକାର ପାର୍ଟି (ଜେଏପି)ସୁପ୍ରିମୋ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେଉଁ ଦିନ ମୁଁ ସରକାରରେ ଯୋଗଦେବେ କରିବେ, ପ୍ରତ୍ୟେକ ପରିବାରକୁ ଚାକିରୀ ଦେଇ ପାରିବେ ନାହିଁ, କିନ୍ତୁ ସେ ୫୦ ଲକ୍ଷ ରୋଜଗାରର ଗ୍ୟାରେଣ୍ଟି ଦେବେ। ଯଦି ମୁଁ ଏହା କରିପାରିବି ନାହିଁ, ତେବେ ମୁଁ ଖାଲି ରାଜନୀତି ନୁହେଁ, ବିହାରକୁ ବି ସବୁଦିନ ପାଇଁ ଛାଡିଦେବି ।

ଗଣମାଧ୍ୟମକୁ ପପୁ ଯାଦବ କହିଛନ୍ତି ଯେଉଁ ଦିନ ଆମ ସରକାର ଗଠନ ହେବ, ଆମେ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ନୁହେଁ ବରଂ ଗୋଟିଏ ଦେଶ, ଗୋଟିଏ ପରୀକ୍ଷା ସମସ୍ତଙ୍କୁ ନିଯୁକ୍ତି ସୁଯୋଗ ବିଷୟରେ ଆଲୋଚନା କରିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇ ପପୁ କହିଛନ୍ତି ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାାଚନ’ ବଦଳରେ ଆପଣ ଓ୍ବାନ ନେଶନ ୱାନ ଏଜୁକେଶନ ସିଷ୍ଟମ ଲାଗୁ କରିବା ଉଚିତ। ଆପଣ ଗୋଟିଏ ଜାତିର ପ୍ରତ୍ୟେକ ସ୍ଥାନରେ ରୋଜଗାର ଉପରେ କଥାବାର୍ତ୍ତା କରନ୍ତୁ। ମୁଁ ଏକ ଦାବି ସହିତ କହୁଛି ଆପଣଙ୍କୁ କେବେ ହିନ୍ଦୁ-ମୁସଲମାନ କହିବାର ଆବଶ୍ୟକତା ପଡ଼ିବ ନାହିଁ। ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିି ସେ କହିଛନ୍ତି ଭାଜପାର କୌଣସି ଏଜେଣ୍ଡା ନାହିଁ।

ଯଦି ତାଙ୍କ ସରକାର ଗଠନ ହୁଏ ତେବେ ସେ ଛକ ନିକଟରେ ବସି ଟଙ୍କା ବଣ୍ଟନ କରିବେ। ଯଦି ମୁଁ ପ୍ରତ୍ୟେକ ପରିବାରକୁ ରୋଜଗାର ଯୋଗାଇ ପାରିବି ନାହିଁ, ତେବେ ମୁଁ ନିଶ୍ଚିତ ଭାବେ ପ୍ରତ୍ୟେକ ପରିବାରକୁ ୫୦ ଲକ୍ଷ ଟଙ୍କାର ରୋଜଗାରର ଗ୍ୟାରେଣ୍ଟି ଦେବି। ଆମେ ପ୍ରତ୍ୟେକ ଜାତିର ଲୋକଙ୍କୁ ବିନା ସୁଧରେ ୫୦ ଲକ୍ଷ ଟଙ୍କା ଦେବୁ ଏବଂ ଆମକୁ ୫୦ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ଏକ ବର୍ଷ ସମୟ ଦେବୁ। ଏହା ସମୟ ସୀମା ସର୍ବାଧିକ ୩ ବର୍ଷ ରହିବ। ତେବେ ଏନେଇ ଏକ ବର୍ଷର ସର୍ବନିମ୍ନ ସମୟ ରହିବ।

ଏହାପୂର୍ବରୁ ପପୁ ଯାଦବ ନୀତୀଶ କୁମାର ଏବଂ ଲାଲୁ ଯାଦବଙ୍କୁ ମଧ୍ୟ ମହାମେଣ୍ଟରେ ତାଙ୍କୁ ସାମିଲ କରା ଯାଇ ନ ଥିବାରୁ ରାଗିଛନ୍ତି। ଉଭୟଙ୍କୁ ଅନେକ ଥର ଭେଟିବା ପରେ ମଧ୍ୟ ସେ ମହାମେଣ୍ଟର ଏକ ଅଂଶ ହୋଇପାରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri