Posted inଜାତୀୟ

ଦେଶର ସବୁଠାରୁ ଦାମୀ ଓକିଲଙ୍କ ମଧ୍ୟରୁ ଜଣେ ହରିଶ ସାଲଭେ ୬୮ ବର୍ଷ ବୟସରେ କଲେ ବିବାହ

ନୂଆଦିଲ୍ଲୀ,୪।୯: ଦେଶର ଅନ୍ୟତମ ଦାମୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ପାଇଁ ଘୋଡା ଚଢିଛନ୍ତି। ସେ ରବିବାର ଲଣ୍ଡନରେ ୬୮ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ସୂଚନାଯୋଗ୍ୟ, ସେ ୨୦୨୦ରେ ଦ୍ୱିତୀୟ ଥର ବିବାହ କରିଥିଲେ।

କେନ୍ଦ୍ର ସରକାରଙ୍କ ନୂତନ ଭାବେ ଗଠିତ ଓ୍ବାନ ନେଶନ-ଓ୍ବାନ ଇଲେକଶନ କମିଟିର ସଦସ୍ୟ ଅଛନ୍ତି ସାଲଭେ। ସେ ଏଥର ଟ୍ରିନାଙ୍କୁ ନିଜର ଜୀବନସାଥି ଭାବେ ବାଛି ନେଇଛନ୍ତି। ଟ୍ରିନା ହେଉଛନ୍ତି ବ୍ରିଟିଶ ମୂଳ ବାସିନ୍ଦା। ଏହି ବିବାହରେ ନୀତା ଅମ୍ବାନୀ, ଲଲିତ ମୋଦି ଏବଂ ଉଜ୍ୱଳା ରାଉତଙ୍କ ସମେତ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ।
୨୦୨୦ରେ ହରିଶ ସାଲଭେ ତାଙ୍କର ପ୍ରଥମ ପତ୍ନୀ ମୀନାକ୍ଷୀଙ୍କଠାରୁ ଅଲଗା ହୋଇଥିଲେ। ସେମାନଙ୍କର ଦୁଇଟି ଝିଅ ଅଛନ୍ତି- ସାକ୍ସି ଏବଂ ସାନିଆ। ସେ ୩୮ ବର୍ଷୀୟ ମୀନାକ୍ଷୀଙ୍କଠାରୁ ଅଲଗା ହେବାର କିଛି ମାସ ପରେ ଦ୍ୱିତୀୟ ଥର ପାଇଁ କାରୋଲିନଙ୍କୁ ବିବାହ କରିଥିଲେ। ଏହା ମଧ୍ୟ କାରୋଲିନଙ୍କର ଦ୍ୱିତୀୟ ବିବାହ ଥିଲା। ବର୍ତ୍ତମାନ ତିନି ବର୍ଷରୁ କମ ସମୟ ମଧ୍ୟରେ ହରିଶ ସାଲଭେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ତାଙ୍କର ତୃତୀୟ ପତ୍ନୀଙ୍କ ନାମ ଟ୍ରିନା।
କାରୋଲିନଙ୍କ ସହ ବିବାହ ସମୟରେ ହରିଶ ସାଲଭେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବା ଜଣାଯାଇଛି। ତେଣୁ, ଲଣ୍ଡନର ଏକ ଚର୍ଚ୍ଚରେ ପରିବାରର କେବଳ ୧୫ ଜଣ ସଦସ୍ୟ ଏହି ଅନ୍ତରଙ୍ଗ ବିବାହରେ ଯୋଗ ଦେଇଥିଲେ।
ସୂଚନା ଅନୁସାରେ, କାରୋଲିନାଙ୍କୁ ବିବାହ କରିବା ପୂର୍ବରୁ ହରିଶ ସାଲଭେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ଏହି ପରିବର୍ତ୍ତନ ସେମାନଙ୍କର ବିବାହର ଦୁଇ ବର୍ଷ ପୂର୍ବରୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?