ସ୍ବଚ୍ଛ ନ ରହିଲେ ଜରିମାନା ଗଣିବେ ରାଜଧାନୀବାସୀ

ଭୁବନେଶ୍ୱର, ୨୧।୮(ବ୍ୟୁରେ): ଏଣିକି ମନଇଚ୍ଛା ଯେ କୌଣସି ସ୍ଥାନରେ ଅଳିଆ ପକାଇ ପାରିବେ ନାହିଁ ରାଜଧାନୀବାସୀ। ଏଥିସହିତ ନିଜ ଘର ବା ଦୋକାନ ଆଖପାଖ ୫ମିଟର ପରିମିତ ଅଞ୍ଚଳକୁ ନିଜେ ସଫା ରଖିବାକୁ ପଡିବ। ନଚେତ୍‌ ସେମାନଙ୍କୁ ଜରିମାନା ଗଣିବାକୁ ପଡିବ ବୋଲି ଶନିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସ୍ବଚ୍ଛ ରହିବାକୁ ଜନସାଧାରଣଙ୍କୁ କିଛିଟା ସହଜ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଆଖପାଖ ସଫା ସୁତରା ରଖିବା, ଅଳିଆ ଆବର୍ଜନା ଗଦା ନ କରିବା ଏବଂ ଡଷ୍ଟବିନ୍‌ ବ୍ୟବହାର କରିବା ସହିତ ଓଦା ଓ ଶୁଖିଲା ଅଳିଆକୁ ସଫେଇ ଗାଡ଼ିକୁ ପ୍ରଦାନ କରିବାକୁ କୁହାଯାଇଛି। ଏହି ନିୟମକୁ ପାଳନ ନ କଲେ ଘରୋଇ ଭାବେ ୫ଶହ ଟଙ୍କା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବା ଦୋକାନୀଙ୍କଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରିବ ବିଏମ୍‌ସି। ପୂର୍ବରୁ କେବଳ ବ୍ୟବସାୟୀଙ୍କୁ ୫ମିଟର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏବେ ଗୃହକର୍ତ୍ତାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଶନିବାର ମେୟର ସୁଲୋଚନା ଦାସ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରାସ୍ତାକଡ଼ ଦୋକାନକୁ ପରିଦର୍ଶନ କରି ସ୍ବଚ୍ଛତା ଅବଲମ୍ବନ କରିବାକୁ କହିଥିଲେ। ଏଥିସହିତ ଡଷ୍ଟବିନ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟିର ମାନ୍ୟତା ପାଇଥିଲେ ବି ଅନେକ ସମୟରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ସମାଲୋଚନାର ଶିକାର ହେଉଛି। ତେଣୁ ଭୁବନେଶ୍ୱରକୁ ଏକ ସ୍ବଚ୍ଛ ସହର ଭାବେ ପରିଗଣିତ କରିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର ଅଧିକାଂଶ ଲୋକ ବା ବ୍ୟବସାୟୀ ଏହାକୁ ଗ୍ରହଣ କରୁନାହାନ୍ତି। ପ୍ରତିଦିନ ବିଏମ୍‌ସିର ସ୍ବତନ୍ତ୍ର ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ବ୍ୟବସାୟୀମାନଙ୍କୁ ସଚେତନ କରୁଛନ୍ତି। ସେହିପରି ଆବଶ୍ୟକ ପଡିଲେ ସମ୍ପୃକ୍ତ ଦୋକାନକୁ ସିଲ୍‌ ମଧ୍ୟ କରାଯାଉଛି। ଏହାସତ୍ତ୍ୱେ ବହୁ ବ୍ୟବସାୟୀ ନିୟମକୁ ଅଣଦେଖା କରୁଛନ୍ତି। ତେଣୁ ବିଏମ୍‌ସି ଜରିମାନା ଲାଗୁ ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଅପରପକ୍ଷେ ‘ମୋ ଭୁବନେଶ୍ୱର, ସ୍ବଚ୍ଛ ଭୁବନେଶ୍ୱର’ କ୍ୟାମ୍ପେନ ଅନ୍ତର୍ଗତ ଏକ ଭିଡିଓ ପ୍ରସ୍ତୁତ କରାଯାଇ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରୁଛି ବିଏମ୍‌ସି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?