ସ୍ବଚ୍ଛ ନ ରହିଲେ ଜରିମାନା ଗଣିବେ ରାଜଧାନୀବାସୀ

ଭୁବନେଶ୍ୱର, ୨୧।୮(ବ୍ୟୁରେ): ଏଣିକି ମନଇଚ୍ଛା ଯେ କୌଣସି ସ୍ଥାନରେ ଅଳିଆ ପକାଇ ପାରିବେ ନାହିଁ ରାଜଧାନୀବାସୀ। ଏଥିସହିତ ନିଜ ଘର ବା ଦୋକାନ ଆଖପାଖ ୫ମିଟର ପରିମିତ ଅଞ୍ଚଳକୁ ନିଜେ ସଫା ରଖିବାକୁ ପଡିବ। ନଚେତ୍‌ ସେମାନଙ୍କୁ ଜରିମାନା ଗଣିବାକୁ ପଡିବ ବୋଲି ଶନିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସ୍ବଚ୍ଛ ରହିବାକୁ ଜନସାଧାରଣଙ୍କୁ କିଛିଟା ସହଜ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଆଖପାଖ ସଫା ସୁତରା ରଖିବା, ଅଳିଆ ଆବର୍ଜନା ଗଦା ନ କରିବା ଏବଂ ଡଷ୍ଟବିନ୍‌ ବ୍ୟବହାର କରିବା ସହିତ ଓଦା ଓ ଶୁଖିଲା ଅଳିଆକୁ ସଫେଇ ଗାଡ଼ିକୁ ପ୍ରଦାନ କରିବାକୁ କୁହାଯାଇଛି। ଏହି ନିୟମକୁ ପାଳନ ନ କଲେ ଘରୋଇ ଭାବେ ୫ଶହ ଟଙ୍କା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବା ଦୋକାନୀଙ୍କଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରିବ ବିଏମ୍‌ସି। ପୂର୍ବରୁ କେବଳ ବ୍ୟବସାୟୀଙ୍କୁ ୫ମିଟର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏବେ ଗୃହକର୍ତ୍ତାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଶନିବାର ମେୟର ସୁଲୋଚନା ଦାସ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରାସ୍ତାକଡ଼ ଦୋକାନକୁ ପରିଦର୍ଶନ କରି ସ୍ବଚ୍ଛତା ଅବଲମ୍ବନ କରିବାକୁ କହିଥିଲେ। ଏଥିସହିତ ଡଷ୍ଟବିନ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟିର ମାନ୍ୟତା ପାଇଥିଲେ ବି ଅନେକ ସମୟରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ସମାଲୋଚନାର ଶିକାର ହେଉଛି। ତେଣୁ ଭୁବନେଶ୍ୱରକୁ ଏକ ସ୍ବଚ୍ଛ ସହର ଭାବେ ପରିଗଣିତ କରିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର ଅଧିକାଂଶ ଲୋକ ବା ବ୍ୟବସାୟୀ ଏହାକୁ ଗ୍ରହଣ କରୁନାହାନ୍ତି। ପ୍ରତିଦିନ ବିଏମ୍‌ସିର ସ୍ବତନ୍ତ୍ର ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ବ୍ୟବସାୟୀମାନଙ୍କୁ ସଚେତନ କରୁଛନ୍ତି। ସେହିପରି ଆବଶ୍ୟକ ପଡିଲେ ସମ୍ପୃକ୍ତ ଦୋକାନକୁ ସିଲ୍‌ ମଧ୍ୟ କରାଯାଉଛି। ଏହାସତ୍ତ୍ୱେ ବହୁ ବ୍ୟବସାୟୀ ନିୟମକୁ ଅଣଦେଖା କରୁଛନ୍ତି। ତେଣୁ ବିଏମ୍‌ସି ଜରିମାନା ଲାଗୁ ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଅପରପକ୍ଷେ ‘ମୋ ଭୁବନେଶ୍ୱର, ସ୍ବଚ୍ଛ ଭୁବନେଶ୍ୱର’ କ୍ୟାମ୍ପେନ ଅନ୍ତର୍ଗତ ଏକ ଭିଡିଓ ପ୍ରସ୍ତୁତ କରାଯାଇ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରୁଛି ବିଏମ୍‌ସି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri