ଆକଳନ ସରିନି, ଆଶଙ୍କାରେ କ୍ଷତିପୂରଣ

ବରଗଡ଼ ଅଫିସ୍‌,୮।୧: ବରଗଡ଼ ଜିଲାରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଥିରେ ବ୍ୟାପକ ଫସଲକ୍ଷତି ହୋଇଥିବା ସତ୍ତ୍ୱେ କୌଣସି ଅଧିକାରୀ କ୍ଷତିଗ୍ରସ୍ତ ଫସଲ ପରିଦର୍ଶନ କରିନାହାନ୍ତି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଜିଲାର ସୋହେଲା ବ୍ଲକ ଚକରକେନ୍ଦ ପଞ୍ଚାୟତ ଅନ୍ତର୍ଗତ ଶସ୍ତୁପାଲି ଗ୍ରାମର ଚାଷୀମାନେ ଜିଲାପାଳଙ୍କ ଅଫିସ୍‌କୁ ଆସିଥିଲେ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ସେମାନେ କ୍ଷତିପୂରଣ ଦାବିରେ ଡେପୁଟି କଲେକ୍ଟର ସୁମତୀ ପଣ୍ଡାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ଗତ ଡିସେମ୍ବର ୨୯ରେ ବର୍ଷା ସହିତ କରାମାଡ଼ ହୋଇଥିଲା। ଏଥିରେ ଅମଳ ଧାନ ନଷ୍ଟ ହୋଇଥିବାବେଳେ ଅମ୍ବାଭୋନା, ଭଟଲି, ସୋହେଲା ବ୍ଲକ ସମେତ ବିଭିନ୍ନ ଅଞ୍ଚଳରେ ପରିବା ଫସଲ ଉଜୁଡ଼ି ଯାଇଥିଲା। କୋବି, ବାଇଗଣ, ଟମାଟୋ, ବିନ୍‌, ସୋରିଷ ଆଦି ଫସଲ ଧୂଳିସାତ୍‌ ହୋଇ ଯାଇଥିଲା। କୃଷି, ରାଜସ୍ବ କର୍ମଚାରୀମାନେ କେତେକ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଥିଲେ। ତେବେ ଆହୁରି ଅନେକ ଏଭଳି ପ୍ରଭାବିତ ଅଞ୍ଚଳକୁ ସେମାନେ ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି। ବୃଷ୍ଟିପାତ, କରାମାଡ଼କୁ ଇତିମଧ୍ୟରେ ଏକ ସପ୍ତାହରୁ ଅଧିକ ବିତିଯାଇଥିବା ସତ୍ତ୍ବେ ଆକଳନ ସରି ନାହିଁ। ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣାଙ୍କୁ ପଚାରିବାରୁ କ୍ଷୟକ୍ଷତି ଆକଳନ ଚୂଡ଼ାନ୍ତ ହୋଇପାରିନାହିଁ। ପ୍ରାରମ୍ଭିକ ଆକଳନ ଅନୁସାରେ ବୃଷ୍ଟିପାତ, କରାମାଡ଼ ଯୋଗୁ ଜିଲାରେ ୧୨୨୫ ହେକ୍ଟର ପରିବା ଫସଲ ପ୍ରଭାବିତ ହୋଇଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ କ୍ଷତିଗ୍ରସ୍ତ ପରିବା ଫସଲ ପରିମାଣ ଆହୁରି ଅଧିକ ହେବ ବୋଲି ଚାଷୀମାନେ କହିଛନ୍ତି।
ଅମ୍ବାଭୋନା ବ୍ଲକ ନାରଙ୍ଗପୁର ଗ୍ରାମର ଚାଷୀ ଯୋଶେଫ ଚୌଧୁରୀ କହିଛନ୍ତି, ସେ ୮ଏକର ଜମିରେ ସୋରିଷ ଚାଷ କରିଥିଲେ। କରାମାଡ଼ରେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏହି ଗ୍ରାମର ଦୁର୍ଗାପ୍ରସାଦ ନାଏକ କହିଛନ୍ତି, ସେ ୧୨ଏକର ଜମିରେ ଫୁଲକୋବି ଚାଷ କରିଥିଲେ। ତାହା ଅମଳକ୍ଷମ ଅବସ୍ଥାକୁ ଆସି ଯାଇଥିଲା। ମାତ୍ର ବର୍ଷା ସହିତ କରାମାଡ଼ ଯୋଗୁ ତାହା ନଷ୍ଟ ହୋଇଗଲା। ସୋହେଲା ବ୍ଲକ ଶସ୍ତୁପାଲି ଗ୍ରାମର ଚାଷୀ ବୈଷ୍ଣବ ସାହୁ କହିଛନ୍ତି, ସେ ଅଧ ଏକର ଜମିରେ ଆଳୁ, ଅଧ ଏକର ଜମିରେ ବିନ୍‌ ଏବଂ ୩୦ ଡେସିମିଲ ଜମିରେ ଝୁନଗା ଚାଷ କରିଥିଲେ। କରାମାଡ଼ ଯୋଗୁ ସବୁ ଫସଲ ନଷ୍ଟ ହୋଇଯାଇଛି। ହେଲେ କୌଣସି ଅଧିକାରୀ କ୍ଷୟକ୍ଷତି ଆକଳନ ପାଇଁ ତାଙ୍କ କ୍ଷତିଗ୍ରସ୍ତ ଫସଲ ପରିଦର୍ଶନ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମର ଅନ୍ୟ ଜଣେ ଚାଷୀ କାଳିଆ ସାହୁ କହିଛନ୍ତି, ସେ ୧ଏକର ଜମିରେ ବିନ୍‌୍‌ ଚାଷ କରିଥିଲେ। ଏପରିକି ଚାଷକାର୍ଯ୍ୟ ପାଇଁ ସେ ପ୍ରାୟ ୫୦ହଜାର ଟଙ୍କା ଋଣ କରିଛନ୍ତି। ଫସଲ ଭଲ ହୋଇଥିଲା। ତାହା ବିକ୍ରି କଲେ ସେ ଋଣ ପରିଶୋଧ କରିବାକୁ ଚିନ୍ତା କରିଥିଲେ। ମାତ୍ର ଅମଳ ପୂର୍ବରୁ ଫସଲ ନଷ୍ଟ ହୋଇଯିବାରୁ ସେ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି। ଏ ସମ୍ପର୍କରେ ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଆଗରୁ ଚାଷୀମାନେ ଏଭଳି ବର୍ଷା, କରାମାଡ଼ର ସମ୍ମୁଖୀନ ହୋଇ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି। ମାତ୍ର ସେମାନଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରିନାହିଁ। ବିପର୍ଯ୍ୟୟରେ କ୍ଷତିଗ୍ରସ୍ତଙ୍କ ପ୍ରତି ଏଭଳି ମନୋଭାବରୁ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ବାରି ହେଉଛି ବୋଲି ମହାପାତ୍ର ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଯାଉଛି ଧନ, ମୋତେ ଭୁଲ ବୁଝିବ ନାହିଁ’

ହାଟଡିହୀ,୧୮।୩(ଡି.ଏନ୍‌.ଏ.): ‘ମୋ’ ଦୁଇ ଭଉଣୀ ମୋ’ କଥାରେ ରାଜି ହେଲେ ନାହିଁ । ତେଣୁ ମୋ ଦେହ,ମନ ଭଲ ରହିଲା ନାହିଁ । ସେଥିପାଇଁ ଆତ୍ମହତ୍ୟା...

ଆଞ୍ଚଳିକ ବାରିକ ସମିତି ପକ୍ଷରୁ ଦାବିପତ୍ର

ବାହାନଗା,୬ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ଆଞ୍ଚଳିକ ବାରିକ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାହାନଗା ତହସିଲଦାର ଓ ସୋର ବିଧାୟକଙ୍କୁ ସରକାର ଲକଡାଉନ୍‌ରେ ସହାୟତା...

ବିଷାକ୍ତ ବର୍ଜ୍ୟଜଳରେ ପ୍ରଦୂଷିତ ଶିଳ୍ପାଞ୍ଚଳ

ଯାଜପୁର ଅଫିସ,୧୪।୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଷାକ୍ତ ବର୍ଜ୍ୟପାଣି ଓ ଧୂଆଁ ଛାଡ଼ିବାରେ କାରଖାନାଗୁଡ଼ିକ କାହାକୁ ମାନୁ ନାହାନ୍ତି। ଫଳରେ କଳିଙ୍ଗନଗର ସାରା ରାଜ୍ୟରେ...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୮।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୪୨କୋଟି

ଭୁବନେଶ୍ୱର,୨।୬(ବ୍ୟୁରୋ): ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ପ୍ରଥମ...

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬।୭: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ବୁଧବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ...

କାଲି ଏହି ଜିଲାରେ ବନ୍ଦ ରହିବ ସ୍କୁଲ

ଭଦ୍ରକ ଅଫିସ,୧୯।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ...

 ଗାଡ଼ି ସହ ଜଳିଗଲେ ଚାଳକ 

 ଜମନକିରା,୨୬।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଢେଇସରା ପେଟ୍ରୋଲ ପମ୍ପ ବୁଲାଣିରେ ବୁଧବାର  ଦୁର୍ଘଟଣା ଘଟିଛି।...

Advertisement
Archives

Model This Week